ହେଡଲାଇନସ୍:

କେନ୍ଦୁପତ୍ର ଉପରୁ ଜିଏସଟି ହଟେଇବାକୁ ଦାବି ରଖିଲେ ନବୀନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର : କେନ୍ଦୁପତ୍ର ଉପରୁ ଜିଏସଟି ହଟେଇବାକୁ ଦାବି ରଖିଲେ  ମୁଖ୍ୟମନ୍ତ୍ରୀ ନବୀନ  ପଟନାୟକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବା ଯୋଗୁ କେନ୍ଦୁପତ୍ର ବ୍ୟବସାୟ ଗୁରୁତର ବ୍ୟାହତ ହେଉଛି | ଏଥିପାଇଁ କେନ୍ଦୁପତ୍ର ତୋଳାଳୀଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି। ସେମାନଙ୍କ ଲାଗି କାର୍ଯ୍ୟକାରୀ ହେଉଥିବା ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ମଧ୍ୟ ବାଧାପ୍ରାପ୍ତ ହେଉଛି। କେନ୍ଦୁପତ୍ର ଉପରୁ ଜିଏସଟି ହଟେଇବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଦାବି ରଖିଛନ୍ତି | 

0
0
0
s2sdefault