ହେଡଲାଇନସ୍:

ନଭେମ୍ବର ୨୭ରେ ପଦମପୁର ଆସୁଛନ୍ତି କେନ୍ଦ୍ର ରେଳ ଓ କୃଷିମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନଭେମ୍ବର ୨୬ ଆସିବେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର

ପଦମପୁର / ଭୁବନେଶ୍ୱର: ପଦମପୁର ଉପନିର୍ବାଚନରେ ବିଜେପି ପାର୍ଥୀ ପ୍ରଦିପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ପାଇଁ ନଭେମ୍ବର ୨୭ରେ କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆସୁଛନ୍ତି । ସେମାନେ ନଭେମ୍ବର ୨୭ ତାରିଖ ଦିନ ସକାଳ ୧୧ଟାରେ ସେମାନଙ୍କର ନିର୍ବାଚନ ସଭା କରିବେ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
ସେହିଭଳି ନଭେମ୍ବର ୨୬ ତାରିଖରେ ପଦମପୁର ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକରେ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ଆସୁଛନ୍ତି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ ଆସନ୍ତା କାଲି ଝାରବନ୍ଧ ବ୍ଲକର ବିଳାସପୁର ଗ୍ରାମ ପଂଚାୟତରେ ସକାଳ ୧୧ଟାରେ ନିର୍ବାଚନୀ ସଭା କରିବେ । ଏହା ପରେ ସମ୍ବିତ ପାତ୍ର କୁମୀର ଓ ଜଗଦଳପୁରରେ ଆଉ ଦୁଇଟି ନିର୍ବାଚନୀ ସଭାରେ ଉଦବୋଧନ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ପଦମପୁର ଉପନିର୍ବାଚନରେ ବିଜେପି ସପକ୍ଷରେ ଭୋଟରଙ୍କ ମନ ଢଳୁଛି । ପଦମପୁର ଉପନିର୍ବାଚନରେ ପଦମପୁରର ଲୋକମାନଙ୍କ ପ୍ରତି ଶାସକ ବିଜୁ ଜନତା ଦଳ କରିଥିବା କ୍ରମାଗତ ଅବହେଳା ବିରୋଧରେ ଲୋକମାନେ ସ୍ୱର ଉଠାଇଲେଣି । କେନ୍ଦ୍ରରେ ବିଜେପି ସରକାର ପଦମପୁରର ଅନେକ ମୌଳିକର ସମାଧାନ କରିବା ପାଇଁ ଚେଷ୍ଟା କରିଛି । ରାଜ୍ୟ ସରକାରଙ୍କର ଅପାରଗତା ଓ ବୀମା କମ୍ପାନୀମାନଙ୍କ ସହିତ ମଧୁଚନ୍ଦ୍ରିକା କାରଣରୁ ଫସଲ ବୀମା ଯୋଜନାରେ ଚାଷୀମାନେ ସେମାନଙ୍କର ନ୍ୟାର୍ଯ୍ୟ ହକରୁ ବଂଚିତ ହେଉଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ହସ୍ତକ୍ଷେପ ଏହାର ସମାଧାନ ହେଲା, ଚାଷୀମାନଙ୍କୁ ବୀମା ଅର୍ଥ ମିଳିଲା । ସେହିଭଳି ପଦମପୁରରେ ରେଳ ଚାଲିବା ପାଇଁ ଥିବା ବହୁତ ଦିନର ଦାବିକୁ କେନ୍ଦ୍ର ସରକାର ୨୦୨୧ରେ ଅନୁମୋଦନ ଦେଇସାରିଥିବା ବେଳେ ରାଜ୍ୟ ସରକାର ଜମି ଯୋଗାଇ ନଦେବା ପାଇଁ ପ୍ରକଳ୍ପ କାମ ଆଗେଇ ପାରୁନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

0
0
0
s2sdefault