ହେଡଲାଇନସ୍:

ଅଙ୍ଗନବାଡି ସଂଘ ର ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଦାବୀପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରବନ୍ଧ/ମନୋହର ଦାସ: ଅଲ ଓଡିଶା ଅଙ୍ଗନବାଡି ୱାର୍କର୍ସ ସଂଘ ର ନିର୍ଦେଶ କ୍ରମେ ଝାରବନ୍ଧ ଅଙ୍ଗନବାଡି କର୍ମୀ ସଂଘ ଦ୍ୱାରା ଆଠ ଦଫା ଦାବୀନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ପ୍ରଥମେ ତାଙ୍କ ଦାବୀକୁ ନେଇ ସଂଘ ର ସଭାନେତ୍ରୀ ଶ୍ରୀମତୀ ମୁକ୍ତାମଣି ପ୍ରଧାନ ଓ ସମ୍ପାଦିକା ଶ୍ରୀମତୀ ସବିତା ମହାନ୍ତି ଙ୍କ ନେତୃତ୍ୱରେ ଝାରବନ୍ଧରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଗ୍ରାମ ପରିକ୍ରମା ପରେ ଆଇ ସି ଡି ଏସ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ସଂଘର ବିଭିନ୍ନ ଅନୁସଙ୍ଗିକ ସମସ୍ୟା ମାନଙ୍କୁ ସରକାର ନ ମାନିଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି l ଏହି ଆନ୍ଦୋଳନ କୁ କ୍ରିୟାନୁଷ୍ଠାନ କମିଟିର ଅଜିତ ଶତପଥି, ଉମେଶ ସାହୁ, ପ୍ରମୋଦ ମିଶ୍ର, ଆଶିଷ ମିଶ୍ର, ରମେଶ ମହାପାତ୍ର, ରାକେଶ ଅଗରୱାଲ, କୁସୁମ ପ୍ରଧାନ ପ୍ରମୁଖ ସମର୍ଥନ ଜଣାଇଥିଲେ |

0
0
0
s2sdefault