୮୦ ତମ ସହିଦ ଦିବସ ପାଳିତ : ଉତ୍ତୋଳନ ହେଲା ସାଂସଦ ଙ୍କ ଅନୁଦାନ ପାଣ୍ଠି ରୁ ବିଶାଳ କାୟ ଜାତୀୟ ପତାକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର (ପ୍ରତାପ କୁମାର ପାଢ଼ୀ) ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସ ରେ ଦ୍ଵିତୀୟ ଜାଲିଆନାୱାଲାବାଗ ରୂପେ ପରିଚିତ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରେ ସେହି ମାଟି ରକ୍ତତୀର୍ଥ ଇରମ ମାଟି। ଯେଉ ମାଟିରେ  ୨୮ ସେପ୍ଟେମ୍ବର ରେ ଏକ ବିଶାଳ ଜନ ସମାବେଶ ରେ  ଏକଜୁଟ ହୋଇଥିବା ବେଳେ ବ୍ରିଟିଶ୍ ମାନକ ଗୁଳି ରେ ସହିଦ ହୋଇଥିଲେ ୨୯ ଜଣ। ଆଜି ୨୮ସେପ୍ଟେମ୍ବର ରେ ସହିଦ ମାଟିରେ ସହିଦ ସ୍ମୃତି କମିଟି ଓ ପର୍ଯ୍ୟଟନ ଉନ୍ନୟନ ପରିଷଦ ର ଆଯୋଜନ ରେ ବିଭିନ୍ନ ସଂଗଠନ ଓ  ଅନୁଷ୍ଠାନତରଫରୁ ଇରମ ରେ ସହିଦ ସ୍ମୃତି ପୀଠ ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସର ରେ  ସକାଳ ସମୟ ରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ, ବିଡିଓ ସତ୍ୟଜିତ ରାଉତ, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ। ଭଦ୍ରକ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ମଧ୍ୟ ସହିଦ ପୀଠ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ। ଏହି ଅବସର ରେ ସହିଦ ମାନଙ୍କ ଉଦ୍ଦେଶ୍ୟ ରେ ତୋପ ସଲାମୀ କରାଯାଇଥିଲା। ସଂଧ୍ୟା ସମୟ ରେ ମୁଖ୍ୟ ଅତିଥି ରାଜ୍ୟ ସରକାର ଙ୍କ ମନ୍ତ୍ରୀ ଉଷା ଦେବୀ,ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ,, ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ସହିଦ ମେମୋରିଆଲ ସଦସ୍ୟ ପ୍ରଫେସର୍ ଭାଗିରଥି ମହାନ୍ତି,,  ଅଜୟ କୁମାର ପଣ୍ଡା, ,ବାସୁଦେବପୁର ବ୍ଲକ ରେ ବିଡିଓ ସତ୍ୟଜିତ ରାଉତ, ସ୍ଥାନୀୟ ସରପଂଚ, ସମିତି ସଭ୍ୟ,ବିଭିନ୍ନ ପଦାଧିକାରୀଙ୍କ ସହ ସହିଦ ସ୍ମୃତି ରେ ପୁଷ୍ପ ମଲ୍ୟ କରିବା ସହ ଏକ ବିଶାଳ କାୟ ଜାତୀୟ ପତାକା କୁ ଉତ୍ତୋଳନ କରି ଥିଲେ। ସାଂସଦ ଙ୍କ ପାଣ୍ଠି ରୁ ଏହି ବିଶାଳ କାୟ ଜାତୀୟ ପତାକା ଉତ୍ତୋଳନ ବେଳେ ସହିଦ ପୀଠ ରେ ବିଶାଳ ଜନ ସମାଗମ ହୋଇଥିଲା। ପରେ ସହିଦ ମାନଙ୍କ ଉଦ୍ଦେଶ୍ୟ ରେ ଏକ ସଭା କାର୍ଯ୍ୟ କର୍ମ ର ଆୟୋଜନ ମଧ୍ୟ ହୋଇଥିଲା। ସେହିପରି ସାଂସଦ ଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି,ବିଧାୟକ ଙ୍କ ପ୍ରତିନିଧି ଅସିତ୍ କୁମାର ଦାସ ଓ ଅନ୍ୟ ବିଜେଡ଼ି କର୍ମୀ ମାନଙ୍କ ସହ, ଭାରତୀୟ ଜନତା ,ବାସୁଦେବପୁର ର ଯୁବ ନେତା ଉଦୟ ନାରାୟଣ ମଲ୍ଲିକ ଓ ଅନ୍ୟ କର୍ମୀ ମାନଙ୍କ ସହ, ଭାରତୀୟ ଜାତୀୟ କଂଗ୍ରେସର ଓଡିଶା ପ୍ରଦେଶ ସାଧାରଣ ସମ୍ପାଦକ ଅଶୋକ କୁମାର ଦାସ, , ସହିଦ ତୀର୍ଥ ଯାତ୍ରୀ କମିଟି ର ଵୈ ଲୋଚନ ଜେନା,ଦୁଃଶାସନ ରାଉତ, , ସମାଜ ସେବୀ ମମତା ଜେନା, ସୀତା ଦାସ, ଙ୍କ ସହ ଅନେକ ସମାଜ ସେବୀ, ପୂର୍ବତନ ସରପଂଚ,ବୁଦ୍ଧିଜୀବୀ, ଛାତ୍ର ନେତା, ଯୁବ ନେତା , ସାମ୍ବାଦିକ ବନ୍ଧୁ, ପୋଲିସ ପ୍ରଶାସନ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସର ରେ ଇରମ ଠାରେ ସହିଦ ସ୍ପୋଟିଂ କ୍ଳବ୍ ଓ ଆମ ଓଡ଼ିଶା ପକ୍ଷରୁ ଏକ ରକ୍ତ ଦାନ ଶିବିର ମଧ୍ୟ ଆୟୋଜିତ ହୋଇ ଯାଇଛି। ଅନେକ ଯୁବକ ସେଚ୍ଛାକୃତ୍ ଭାବ ରେ ରକ୍ତ ଦାନ କରିଥିଲେ। ଭଦ୍ରକ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିଲା ବେଳେ ବିଡିଓ ସତ୍ୟଜିତ ରାଉତ ଙ୍କ ପ୍ରତେକ୍ଷ ତତ୍ଵା ବଧ।ନ, ସହିଦ ସ୍ମୃତି କମିଟି ର ସଦସ୍ୟ ମାନଙ୍କ ର ସମ୍ପୂର୍ଣ ସହଯୋଗ ରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା ହୋଇଥିଲା।

0
0
0
s2sdefault