ହେଡଲାଇନସ୍:

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମ ବାଲିଆପାଳ ଓ ବସ୍ତାଠାରେ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସୁବର୍ଣ୍ଣରେଖା ବନ୍ଦର କର୍ମଚାରୀଙ୍କ ସହାୟତାରେ ଆୟୋଜିତ

  • ବାଲେଶ୍ୱରର ୧୧ଟି ବିଦ୍ୟାଳୟରୁ ୨୦୮୦ ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣ

  • ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଆୟୋଜିତ

    ବାଲିଆପାଳ :ମହାକାଶ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଚିହ୍ନଟ ଓ ପ୍ରସାର ଲକ୍ଷ୍ୟରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ପ୍ରତିଯୋଗିତାବସ୍ତା ଓ ବାଲିଆପାଳ ବ୍ଲକ୍ ସମେତ ବାଲେଶ୍ୱରରବିଭିନ୍ନ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ।
    ବସ୍ତାର ଶମ୍ଭୁନାଥ ଉଚ୍ଚ ବିଦ୍ୟାଳୟ, ବାଲିଆପାଳର ସୁବର୍ଣ୍ଣରେଖା ଉଚ୍ଚ ବିଦ୍ୟାଳୟ ଏବଂ ଅମର୍ଦା ସିଦେ୍ଧଶ୍ୱର ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଆୟୋଜିତ କୁଇଜ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ୪୭୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଯଥାକ୍ରମେ ଏହି ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ଅଳକା ବିନ୍ଧାଣୀ, ସଞ୍ଜୟ ଜେନା, ରାଜେଶ କୁମାର ସେଠୀଙ୍କ ସହିତ ସବୁର୍ଣ୍ଣରେଖା ବନ୍ଦରର ବରିଷ୍ଠ ବିଭାଗୀୟ ପ୍ରବନ୍ଧକପ୍ରମୋଦ କୁମାର ଉପସ୍ଥିତ ଥିଲେ । ବାଲେଶ୍ୱରରେ ବର୍ତମାନ ସୁଦ୍ଧା ୧୧ଟି ବିଦ୍ୟାଳୟରେ ସମାନ ପ୍ରତିଯୋଗିତାର ଆୟୋଜନ କରାଯାଇଥିବାବେଳେ ଏଥିରେ ୨୦୮୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।
    ଚଳିତ ବର୍ଷ ୟାଟସ୍ ହାଇବ୍ରିଡ଼ ମୋଡ଼ରେ ଆୟୋଜନ କରାଯାଉଛି, ଯେଉଁଥିରେ ଛାତ୍ରଛାତ୍ରୀମାନେ ବ୍ୟକ୍ତିଗତ ଭାବେ ନିଜ ବିଦ୍ୟାଳୟ ଓ ଭର୍ଚୁଆଲି ୟାଟସ୍ ୱେବ୍ସାଇଟ୍ ଜରିଆରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ଚଳିତ ବର୍ଷ ୟାଟସ୍ ୨୦୨୨ ର ବିଷୟବସ୍ତୁ ହେଉଛି “ବ୍ରହ୍ମାଣ୍ଡ ରହସ୍ୟ ଉନ୍ମୋଚନ କରିବାର ଏବେ ସମୟ” । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଶ୍ରେଷ୍ଠ ୨ ଜଣ ପ୍ରତିଯୋଗୀଙ୍କୁ ଚଳିତ ବର୍ଷ ଡିସେମ୍ବର ୧୩ ତାରିଖରେ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଗ୍ରାଣ୍ଡ ଫିନାଲେ ନିମନ୍ତେ ଆମନ୍ତ୍ରିତ କରାଯିବ । ଏହି ଅବସରରେ ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ଚୂଡ଼ାନ୍ତ ମୂଲ୍ୟାଙ୍କନ ପରେ ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କୁ ପୁରସ୍କୃତ କରାଯିବ ।
    ଜ୍ୟୋତିର୍ବିଜ୍ଞାନର ରହସ୍ୟ ସମ୍ପର୍କରେ ଯୁବ ପ୍ରତିଭାମାନଙ୍କ ଜ୍ଞାନ ପରିସୀମାକୁ ବୃଦ୍ଧି କରିବା ଦିଗରେ ୟାଟସ୍ ୧୫ ବର୍ଷ ପୁରଣ କରିଛି । ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନ୍ତରୀକ୍ଷ ବିଜ୍ଞାନକୁ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରିବା ଲକ୍ଷ୍ୟରେ ଏହାର ଆୟୋଜନ କରାଯାଉଛି । ଓଡ଼ିଶାର ୯ମ ରୁ ୧୦ମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ ।
0
0
0
s2sdefault