ହେଡଲାଇନସ୍:

ଦିବଂଗତ ଗୋପନାରାୟଣ ଦାସଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର: ଦିବଂଗତ ଗୋପନାରାୟଣ ବାସଙ୍କ ଏକାଦଶାହ ଅବସରରେ ଗୋପାଳଗାଁ ସ୍ଥିତ ବାସଭବନଠାରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ, ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିି, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଚିତ୍ତରଞ୍ଜନ ଷଡ଼ଙ୍ଗା, ଅକ୍ଷୟ ଆଚାର୍ଯ୍ୟ, ସୁରେନ୍ଦ୍ର ପରମାଣିକ, ଦେବୀ ପ୍ରସନ୍ନ ଚଣ୍ଡ, ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜ୍ଞାନ ସେଲ ସଭାପତି ଅମିୟ ପଟ୍ଟନାୟକ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, କଂଗ୍ରେସର ବାଲେଶ୍ୱର ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକ, କଂଗ୍ରେସ କମିଟି ମିଡିଆ ସେଲ ରାଜ୍ୟ ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରେବତୀ ପତ୍ରିକା ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା, ପୂର୍ବତନ ଜିଲା ପରିଷଦ ସଭାପତି ଗିରୀଶ ଦାଶ, ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ସାହୁ, ରେମୁଣା ବ୍ଲକ ଚେୟାରମ୍ୟାନ ରାଜେନ୍ଦ୍ର ରାଉତ, ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ, କଂଗ୍ରେସ ଜିଲ୍ଲା ସଭାପତି ସଂଜୀବ ଗିରି, କଂଗ୍ରେସ ନେତ୍ରୀ ମମତା କୁଣ୍ଡୁ, କଂଗ୍ରେସ ନେତା ସୁଦର୍ଶନ ଦାସ, ସତ୍ୟଶିବ ଦାସ, ବିଜନ ନାୟକ, ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦିକା ଅର୍ଚ୍ଚନା ନଦୀ, ପ୍ରଜ୍ଞାପାରମିତା ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ବରିଷ୍ଠ କାଉନସିଲର ପଦ୍ମଲୋଚନ ଲେଙ୍କା, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଶ୍ରମିକ ନେତା ଅରୁଣ ଜେନା, ସମାଜସେବୀ ବିକ୍ରମ ପଣ୍ଡା, ଆଇନଜୀବୀ ପୁରୁଷୋତ୍ତମ ବିଶ୍ୱାଳ, ପୂର୍ବତନ ପୌରାଧ୍ୟକ୍ଷ ତପନ ଚକ୍ରବର୍ତ୍ତୀ, ମନୋଜ ରାଉତ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସଦର ନିର୍ବାଚନମଣ୍ଡଳୀର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଓ ଉତ୍ସର୍ଗୀକୃତ କାର୍ଯ୍ୟଧାରା ତାଙ୍କୁ ସମସ୍ତଙ୍କଠାରେ ପ୍ରିୟପାତ୍ର କରିଥିଲା । ତାଙ୍କ ଉଦ୍ୟମରେ ବାଲେଶ୍ୱରରେ ଶିଳ୍ପାୟନ କ୍ଷେତ୍ରରେ ଆଶାତୀତ ବିକାଶ ହୋଇପାରିଥଲା । ଜଣେ ଜନତା ବତ୍ସଳ ତଥା ଦକ୍ଷ ରାଜନେତା ଭାବେ ବାଲେଶ୍ୱର ବିକାଶରେ ଗୋପବାବୁଙ୍କ ଅବଦାନ ତାଙ୍କୁ ସର୍ବଦା ସ୍ମରଣୀୟ ରଖିବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ । ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ପୂର୍ବକ ସମସ୍ତେ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ଅବସରରେ ଏକ ସ୍ମରଣିକା ‘ପ୍ରଣାମ୍ୟ ଗୋପନାରାୟଣ’ ଉନ୍ମୋଚିତ ହୋଇଥିଲା । ବଡ଼ପୁତ୍ର ବିଭୂପଦ ଦାସ ଓ ସାନପୁତ୍ର ଦେବଦତ୍ତ ଦାସଙ୍କ ସମେତ ପରିବାର ଲୋକେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

0
0
0
s2sdefault