ହେଡଲାଇନସ୍:

ସ୍କୁଲରେ ପଶିଲା ପାଣି , ବାତିଲ ହେଲା ଫରମେଟିଭ ଆସେସମେଣ୍ଟ ପରୀକ୍ଷା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭଦ୍ରକ : (ସତ୍ୟବ୍ରତ ନାୟକ)ବାତିଲ ହେଲା ପରୀକ୍ଷା । ବନ୍ୟା ପାଣି ପାଇଁ ବାତିଲ ହେଲା ଫରମେଟିଭ୍‌ ଆସେସମେଣ୍ଟ ପରୀକ୍ଷା । ଦୀର୍ଘ ସମୟ ଧରି ଠିଆ ହେବା ପରେ ଫେରିଗଲେ ଛାତ୍ରଛାତ୍ରୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା । ଖବର ଅନୁଯାୟୀ, ହେମେନ୍ଦ୍ର ନାଥ ହାଇସ୍କୁଲରେ ୩ଟି ଶ୍ରେଣୀରେ ୧୨୫ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ରେବ ଓ କପାଳି ନଦୀର ମିଲନ ସ୍ଥଳୀ ନିକଟରେ ଏହି ସ୍କୁଲ ରହିଛି । ବୈତରଣୀ ନଦୀ ବିପଦ ସଂକେତରୁ ବହୁ ତଳେ ପ୍ରବାହିତ ହେଉଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟା ପାଣି ଜମି ରହିଛି । ଏହି ବନ୍ୟା ଜଳ ପାଇଁ ହାଇସ୍କୁଲରେ ପାଣି ଜମି ରହିଛି । କ୍ଲାସ ରୁମରେ ବନ୍ୟା ଜଳ ଭର୍ତ୍ତି ହୋଇଥିବାରୁ ଫରମେଟିଭ ଆସେସମେଣ୍ଟ ପରୀକ୍ଷା ହୋଇପାରିନାହିଁ । ସ୍କୁଲକୁ ଯିବା ବେଳେ ଆଣ୍ଠୁଏ ପାଣି ହେଉଥିବା ବେଳେ କ୍ଲାସ ରୁମରେ ପାଣି ଭର୍ତ୍ତି ରହିଛି । ଏମିତି ସ୍ଥିତିରେ ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି ।

0
0
0
s2sdefault