ହେଡଲାଇନସ୍:

ଫ୍ରାଙ୍କଲିନ ଟେମ୍ପ୍‍ଲେଟନ ଓଡ଼ିଶାରେ ପ୍ରଚଳନ କଲା ଫ୍ରାଙ୍କଲିନ୍‍ ଇଣ୍ଡିଆ ବାଲାନ୍ସଡ୍‍ ଆଡଭାଣ୍ଟେଜ ଫଣ୍ଡ୍‍ (ଏଫଆଇବିଏଏଫ୍‍)

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଫ୍ରାଙ୍କଲିନ୍‍ ଟେମ୍ପ୍‍ଲେଟନ (ଇଣ୍ଡିଆ) ‘ଫ୍ରାଙ୍କଲିନ୍‍ ଇଣ୍ଡିଆ ବାଲାନ୍ସଡ୍‍ ଆଡଭାଣ୍ଟେଜ ଫଣ୍ଡ୍‍ (ଏଫଆଇବିଏଏଫ୍‍)’ ନାମରେ ଏକ ଓପନ-ଏଣ୍ଡେଡ ଡାଇନାମିକ୍‍ ଆସେଟ ଆବଣ୍ଟନ ଫଣ୍ଡ୍‍ ଓଡ଼ିଶା ବଜାରରେ ପ୍ରଚଳନ କଲା । ଏହି ଫଣ୍ଡ୍‍ ଇକ୍ୱିଟି ଏବଂ ଇକ୍ୱିଟି ସମ୍ପର୍କିତ ଉପାଦାନ ଏବଂ ଫିକ୍ସଡ ଆୟ ତଥା ମନି ମାର୍କେଟ ଉପାଦାନ ଆଦି ଅତ୍ୟନ୍ତ ପ୍ରଗତିଶୀଳ ଭାବରେ ପରିଚାଳିତ ପୋର୍ଟଫୋଲିଓରେ ନିବେଶ ଜରିଆରେ ଦୀର୍ଘସୂତ୍ରୀ ପୁଞ୍ଜିରେ ବୃଦ୍ଧି ଏବଂ ଆୟ ସୃଷ୍ଟି ଲକ୍ଷ୍ୟ ରଖିଛି ।
ନୂଆ ନିବେଶକମାନେ ପାରମ୍ପରିକ ଆସ୍ୟୋର୍ଡ ଆୟକାରୀ ଉତ୍ପାଦଗୁଡିକରୁ ଆୟ ହ୍ରାସ ପାଉଥିବା ଲକ୍ଷ୍ୟ କରିବାପରେ ନିବେଶର ବିକଳ୍ପ ପଦ୍ଧତି ସନ୍ଧାନ କରୁଥିବାବେଳେ ଫ୍ରାଙ୍କଲିନ୍‍ ଟେମ୍ପ୍‍ଲେଟନ ଓଡ଼ିଶାରେ ମ୍ୟୁଚୁଆଲ ଫଣ୍ଡ୍‍ର ଦୃଢ ଅଭିବୃଦ୍ଧି ସମ୍ଭାବନା ଥିବା ଲକ୍ଷ୍ୟ କରୁଛି । ଫଣ୍ଡ୍‍ ହାଉସ ସମ୍ପ୍ରତି ଓଡ଼ିଶାରେ ବିତରକ ନେଟୱର୍କ ବୃଦ୍ଧି ଦିଗରେ କାର୍ଯ୍ୟ କରୁଛି, ଏହା ଅଧିକରୁ ଅଧିକ ନିବେଶକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ମ୍ୟୁଚୁଆଲ ଫଣ୍ଡ୍‍ରେ ନିବେଶ ଫାଇଦା ସମ୍ପର୍କରେ ପ୍ରଶିକ୍ଷିତ କରାଇବା ଲକ୍ଷ୍ୟ ରଖିଛି । ଓଡ଼ିଶାରେ ମ୍ୟୁଚୁଆଲ ଫଣ୍ଡ୍‍ ଶିଳ୍ପର ଆସେଟ୍‍ ଅଣ୍ଡର ମ୍ୟାନେଜମେଣ୍ଟ ପ୍ରାୟ ୩୫ ହଜାର କୋଟି ଟଙ୍କା ରହିଛି ଏବଂ ଏହା ଭୁବନେଶ୍ୱର, ରାଉରକେଲା ଓ କଟକ ସମେତ ଅନ୍ୟାନ୍ୟ ପ୍ରମୁଖ ସହରରେ ପରିବ୍ୟାପ୍ତ ହୋଇଛି ଏବଂ ଏହା ମଧ୍ୟମରୁ ଦୀର୍ଘସୂତ୍ରୀ ଆକାରରେ ବିପୁଳ ଅଭିବୃଦ୍ଧି ହାସଲ କରିବାକୁ ଯାଉଛି ।
ଏଫଆଇବିଏଏଫ୍‍ ବଜାର ମୂଲ୍ୟାଙ୍କନ ଏବଂ ବିଭିନ୍ନ କାରକ ଦ୍ୱାରା ପରିଚାଳିତ ମୌଳିକ ମତାମତ ଆଧାରରେ ଇକ୍ୱିଟି ଏବଂ ଡେବ୍‍ଟ ମଧ୍ୟରେ କୌଶଳାତ୍ମକ ଆବଣ୍ଟନ ସୁବିଧା ଯୋଗାଇଦେଇ ନିଜର ନିବେଶ ନିମନ୍ତେ ୱାନ ଷ୍ଟପ୍‍ ସମାଧାନ ଚାହୁଁଥିବା ନିବେଶକଙ୍କ ନିମନ୍ତେ ଏକ ବିଚାରବନ୍ତ ପସନ୍ଦ ହୋଇଛି । ଏହା ସେହି ନିବେଶକଙ୍କ ନିମନ୍ତେ ଉପଯୋଗୀ ହୋଇପାରିବ ଯେଉଁମାନେ ଇକ୍ୱିଟିରେ ଥିବା ଅଭିବୃଦ୍ଧି ସୁଯୋଗର ଫାଇଦା ଉଠାଇବାକୁ ଚାହୁଛନ୍ତି ଏବଂ ତାହାସହିତ ବଜାରରେ ହ୍ରାସବୃଦ୍ଧି ଜନିତ ପ୍ରଭାବ ହ୍ରାସ କରିବାକୁ ପସନ୍ଦ କରୁଛନ୍ତି । ନୂଆ ଫଣ୍ଡ୍‍ ଅଫର ୨୦୨୨ ଅଗଷ୍ଟ ୧୬ରେ ଉନ୍ମୁକ୍ତ ହେବ ଏବଂ ୨୦୨୨ ଅଗଷ୍ଟ ୩୦ରେ ବନ୍ଦ ହେବ, ଯେଉଁ ସମୟରେ ପ୍ରତି ୟୁନିଟ୍‍ ପିଛା ୧୦ ଟଙ୍କା ମୂଲ୍ୟରେର ୟୁନିଟଗୁଡିକ ଉପଲବ୍ଧ ହେବ ।
ଏହି ଫଣ୍ଡ୍‍ ପ୍ରଚଳନ ସମ୍ପର୍କରେ ପ୍ରକାଶ କରି ଅବିନାଶ ସତ୍‍ୱାଲେକର, ପ୍ରେସିଡେଣ୍ଟ, ଫ୍ରାଙ୍କଲିନ୍‍ ଟେମ୍ପ୍‍ଲେଟନ-ଇଣ୍ଡିଆ କହିଛନ୍ତି, “ଆମେ ଆଉ ଏକ ବିବିଧକୃତ ନିବେଶ ଅଫରିଂ ଆଣିଥିବାରୁ ଉଲ୍ଲସିତ ଅଛୁ, ଯାହା ଓଡ଼ିଶାରେ ନିବେଶକଙ୍କୁ ପରିବର୍ତ୍ତନଶୀଳ ବଜାରରେ ଏକ ସହଜ ଏବଂ ଦକ୍ଷ ଭାବରେ ଆଗକୁ ବଢିବାରେ ସହାୟତା କରିବ । ଭାରତରେ ଅଭିବୃଦ୍ଧିର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଆମେ ଆଗ୍ରହର ସହିତ ଅପେକ୍ଷା କରୁଛୁ ଏବଂ ଏଫଆଇବିଏଏଫ୍‍ ପ୍ରଚଳନ ଏ ଦିଗରେ ନିଆଯିବାକୁ ଥିବା ଅନେକ ପଦକ୍ଷେପ ମଧ୍ୟରେ ପ୍ରଥମ ହୋଇଛି ।”
“ଦୀର୍ଘସୂତ୍ରୀ ଆକାରରେ ଇକ୍ୱିଟି ଏବଂ ଡେବ୍‍ଟରେ ସମତୁଲ ନିବେଶ ନିମନ୍ତେ ସନ୍ଧାନ କରୁଥିବା ଏବଂ ବିଭିନ୍ନ ସମୟରେ ବଜାର ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁଯୋଗଗୁଡିକର ଉପଯୋଗ କରିବାକୁ ଚାହୁଥିବା ନିବେଶକଙ୍କ ନିମନ୍ତେ ଏହି ନୂଆ ଫଣ୍ଡ୍‍ ଉଦ୍ଦିଷ୍ଟ । ବିବିଧକରଣର ଫାଇଦା ବ୍ୟତୀତ ଏହାର ଆଭ୍ୟନ୍ତରୀଣ ‘କ୍ରୟ-ବିକ୍ରୟ’ ଶୃଙ୍ଖଳାକୁ ନେଇ ଏହି ସୂତ୍ର-ପରିଚାଳିତ ଆଭିମୁଖ୍ୟ ଲୋଭ ଏବଂ ଭୟ କାରଣରୁ ସୃଷ୍ଟି ହେଉଥିବା ଆଚରଣଗତ ଭ୍ରାନ୍ତଧାରଣାକୁ ଦୂର କରିବାରେ ସହାୟତା କରୁଛି ।”
ଫଣ୍ଡ୍‍ ପ୍ରଚଳନ ସମ୍ପର୍କରେ ମତଦେଇ ଆନନ୍ଦ ରାଧାକ୍ରିଷ୍ଣନ୍‍, ମ୍ୟାନେଜିଂ ଡାଇରେକ୍ଟର ଏବଂ ଚିଫ୍‍ ଇନଭେଷ୍ଟମେଣ୍ଟ ଅଫିସର- ଏମର୍ଜିଂ ମାର୍କେଟସ୍‍ ଇକ୍ୱିଟି- ଇଣ୍ଡିଆ, ଫ୍ରାଙ୍କଲିନ ଟେମ୍ପ୍‍ଲେଟନ କହିଛନ୍ତି, “ଚଳିତ ମାସଗୁଡିକରେ ବିଶ୍ୱସ୍ତରରେ ଇକ୍ୱିଟି ବଜାରରେ ସଂଶୋଧନ ଘଟିଛି ଏବଂ ମୁଦ୍ରାସ୍ଫୀତି, ସୁଧହାର ଏବଂ ସମ୍ପ୍ରତି ଚାଲିଥିବା ଭୂରାଜନୈତିକ ଉତ୍ତେଜନା ଆଦି ବହୁବିଧ ପ୍ରତିକୂଳ କାରଣରୁ ଅସ୍ଥିର ଅବସ୍ଥାରେ ରହିଛି । ଭାରତୀୟ ବଜାର ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି, କିନ୍ତୁ ଅନ୍ୟାନ୍ୟ ପ୍ରମୁଖ ବିକଶିତ ଏବଂ ଇଏମ୍‍ ପ୍ରତିପକ୍ଷ (ଡଲାର ଆକାରରେ) ତୁଳନାରେ ଯଥେଷ୍ଟ ଉତ୍ତମ ସ୍ଥିତିରେ ରହିଛି । ବଜାର ଅସ୍ଥିରତାର ଏଭଳି ସମୟଗୁଡିକ ନିବେଶକଙ୍କୁ ପଥଚ୍ୟୁତ କରିପାରେ ଏବଂ ସେମାନଙ୍କୁ ଶ୍ରେଷ୍ଠ ବିବେଚିତ ହେଉନଥିବା ନିଷ୍ପତ୍ତି ନେବାକୁ ପ୍ରେରିତ କରିପାରେ । ଏହାକୁ ମନମଧ୍ୟରେ ରଖି ଫ୍ରାଙ୍କଲିନ ଇଣ୍ଡିଆ ବାଲାନ୍ସଡ୍‍ ଆଡଭାଣ୍ଟେଜ ଫଣ୍ଡ୍‍ ଇକ୍ୱିଟି ଆବଣ୍ଟନ ନିମନ୍ତେ ନମନୀୟ ଆଭିମୁଖ୍ୟ ପୋଷଣ କରିବ । ଏହି ଯୋଜନା ଉଚ୍ଚ ମାନର ଇନଷ୍ଟ୍ରୁମେଣ୍ଟରେ ନିବେଶ ନିମନ୍ତେ ପ୍ରଚେଷ୍ଟା କରିବ ।
୮୦%ରୁ ଅଧିକ ଫିକ୍ସଡ ଆୟ ପୋର୍ଟଫୋଲିଓ ଏଏଏ-ମାନ୍ୟତାପ୍ରାପ୍ତ ପେପର୍ସ ହୋଇଥିବାବେଳେ ଏହା ଉଭୟ ଦୁନିଆଁର ସର୍ବୋତ୍ତମ ସନ୍ଧାନ କରୁଥିବା ନିବେଶକଙ୍କ ପାଇଁ ଉପଯୁକ୍ତ ହୋଇପାରିବ ।

0
0
0
s2sdefault