ହେଡଲାଇନସ୍:

ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚୁଲିରେ ପାଣି ପଶିବାରୁ ଶୁଖିଲା ଖାଦ୍ୟ ଖାଇ ରହିବାକୁ ପଡୁଛି

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଶୁକ୍ରବାର ଓ ଶନିବାର ୨ ଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବା ବେଳେ ଚାରିଆଡ ଜଳର୍ଣ୍ଣବ ହୋଇପଡିବା ସହିତ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଥିବା ଦେଖିବାକୁ ମିଳିଛି । ସରକାର କଚାଘର ସବୁକୁ ପକ୍କାଘର କରିଥିବାର ଡିଣ୍ଡିମ ପିଟୁଥିବା ବେଳେ ୨ ଦିନର ଲଗାଣ ବର୍ଷାରେ ଓଡ଼ଗାଁ ବ୍ଳକ ପାଣ୍ଡେରିପଡା ପଞ୍ଚାୟତ ମଦନପୁର ପିଅନ ସାହିର ଘଟଣାରୁ ବାରିହୋଇ ପଡୁଛି । ପାଣ୍ଡେରିପଡା ପଞ୍ଚାୟତ ମଦନପୁର ପିଅନ ସାହିରେ ବ୍ରୁଦ୍ଧ ଗୋଲା ବେହେରା ଏବଂ ତାଙ୍କ ସ୍ତ୍ରୀ ପଲିଥିନ୍ ପଡିଥିବା ଏକ ଚାଳିଆ ଘରେ ରହୁଥିବା ବେଳେ ଘରେ ପାଣି ପସିଯିବାରୁ ଖାଇ ପାରୁନାହାନ୍ତି କି ଶୋଇ ପାରୁନାହାନ୍ତି । ଘର ମଧ୍ୟକୁ ପାଣି ନଯିବାକୁ ମାଟିବନ୍ଧ ଟିଏ କରିଥିବା ବେଳେ କଣା ଚାଳରୁ ପାଣି ଝରି ଘର ଭିତରେ ପାଣି ଭର୍ତ୍ତି ହେଉଛି । ପାଣିକୁ ବୁହାଇ ବୁହାଇ ହାଲିଆ ହେଲେବି ପାଣି ଶୁଖୁନି । ଅନେକଙ୍କ ଘରେ ଲଘୁଚାପ ବର୍ଷା କାରଣରୁ ପାଣି ପସିଥିବା ବେଳେ ଘରେ ଘରେ ଜ୍ବର ଲାଗିରହିବା ଘଟଣା ସାଧାରଣରେ ଅଧିକ ଭୟ ସୃଷ୍ଟି କରିଛି । ଏପରିକି କରୋନା ରୋଗ ଧରାପଡ଼ିବା ଭୟରେ କେତେକ ଲୋକ ଡାକ୍ତରଖାନା ବଦଳରେ ଘରୋଇ ଭାବେ ଚିକିତ୍ସାରେ ରହୁଛନ୍ତି । ଘରେ ବାହାର ସବୁଆଡ଼େ ପାଣି ପୁରି ରହିବା ବେଳେ ଶୁଖିଲା ଖାଦ୍ୟ ଖାଇ ଚଳିବା କଷ୍ଟକର ହୋଇପଡିଛି । ହେଲେ ଲଗାଣ ବର୍ଷା କମିଲେ ପରିସ୍ଥିତି ବଦଳି ଯାଇପାରେ । ମାତ୍ର ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରା ଯାଉନଥିବାରୁ ପ୍ରତି ବର୍ଷାଦିନରେ ଏଭଳି ପରିସ୍ଥିତି ଆସିବା ସ୍ବାଭାବିକ ହୋଇପଡିଛି । ଏପରି ସ୍ଥଳେ ପ୍ରକୃତ ଅସୁବିଧା ଭୋଗୁଥିବା ପରିବାରମାନଙ୍କୁ ଚିହ୍ନଟ କରି ରିଲିଫ ସାମଗ୍ରୀ ଯୋଗାଇ ଦେଲେ ସାମୟିକ ଭାବେ ସମସ୍ୟାର ସମାଧାନ ହୋଇପାରିବ । ଏବଂ ପରେ ସ୍ଥାୟୀ ପ୍ରତିକାର ନିମନ୍ତେ ଜଳନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣର ବ୍ୟବସ୍ଥା କରାଯିବ। କେବଳ ଗୋଲା ବେହେରା ନୁହେଁ ତାଙ୍କ ଭଳି ଅନେକ ଲଗାଣ ବର୍ଷାରେ କଷ୍ଟ ଭୋଗୁଛନ୍ତି । ବ୍ଳକ କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ଦେଖାଦେଇଛି ।

0
0
0
s2sdefault