ହେଡଲାଇନସ୍:

ସରକାର ଙ୍କ ବିଭିନ୍ନ ଯୋଜନାରେ ଭିନ୍ନକ୍ଷମ ଙ୍କ ପ୍ରତି ପ୍ରଶାସନର ଅଣଦେଖା ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର /ସୁମନ୍ତ କୁମାର ଦାସ: ରାଜ୍ୟ ତଥା କେନ୍ଦ୍ର ସରକାର ଦଳିତ, ଭିନ୍ନକ୍ଷମ, ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଜନ କଲ୍ୟାଣ କରି ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି l କିନ୍ତୁ ଅନଭିଜ୍ଞ ଅଧିକାରୀ, ଖଳ ପ୍ରକୃତିର କୁଜି ନେତାଙ୍କ ପାଇଁ ତାହା ସଫଳ ରୂପାୟନ ହୋଇପାରୁନାହିଁ l ସମାଜରେ ବସବାସ କରୁଥିବା ଅସହାୟ ବ୍ୟକ୍ତି ସଦା ସର୍ବଦା ଶାରୀରିକ, ମାନସିକ ନିର୍ଯାତନା ର ଶିକାର ହେବାକୁ ପଡୁଛି l ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ତହସିଲ ଅନ୍ତର୍ଗତ କାଦୁଅପଡା ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ରାଇବରେଇ ଗ୍ରାମରେ l ଏହି ଗ୍ରାମର ଦଳିତ ପରିବାରର ଝୀଲ ସେଠି ଜନ୍ମରୁ ଅନ୍ଧ ହୋଇଥିବାରୁ ଅନ୍ୟର ସହାରାରେ ଆଖପାଖ ଗାଁ ବୁଲି ଭିକ୍ଷାବୃତ୍ତି କରି ଜୀବିକା ନିର୍ବାହ କରେ l ଦୀର୍ଘ ୧୫ ବର୍ଷ ହେବ ଝୀଲ ସେଠୀ ଏକ ସରକାରୀ ଜମି ଦଖଲ କରି ଇନ୍ଦିରାଆବାସ ଅନୁଦାନ ରେ ଗୃହ ନିର୍ମାଣ କରି ବସବାସ କରେ l ପ୍ରତିବର୍ଷ ସରକାରଙ୍କୁ ରାଜସ୍ବ ଦେଇ ଆର ଆଇ ଙ୍କ ଠାରୁ ପାଉତି ମଧ୍ୟ ହାସଲ କରିଛି l ୨୦୧୮ ମସିହାରେ ବସୁନ୍ଧରା ଯୋଜନାରେ ଝୀଲ ସେଠୀ ଙ୍କୁ ଭୂମିହୀନ ଭାବେ ଚି଼ହ୍ନଟ କରି ସରକାରୀ ଜମି ପ୍ରଦାନ କରିଛନ୍ତି l ହେଲେ ବର୍ତ୍ତମାନ ର ଆଇ ଆଇ ସରକାରୀ ଜାଗାରୁ ବାରମ୍ବାର ଘର ଭାଙ୍ଗି ଧମକ ଦେବାରୁ ଦଳିତ ଅନ୍ଧ ଝୀଲ ଶାରୀରିକ ଓ ମାନସିକ ଚାପର ବଶବର୍ତ୍ତୀ ହେଉଛନ୍ତି l ଆର. ଆଇ ଙ୍କ ଘର ଘର ଭାଙ୍ଗିବା ନିମନ୍ତେ ଧମକ ଶୁଣି ଝୀଲ ସେଠୀ ର ସ୍ତ୍ରୀ ସୁତୁଲୀ ସେଠୀ, ପୁଅ ବାଦଲ, ଝିଅ ବର୍ଷାକୁ ନେଇ ଛୋଟ ହସ ଖୁସିର ପରିବାର ରେ ଅସନ୍ତୋଷ ଦେଖାଦେଇଛି l ଜିଲ୍ଲାପାଳ, ତହସିଲଦାର ଏଥିପ୍ରତି ଦୃଷ୍ଟି ଦେବାକୁ ପରିବାର ଆକୁଳ ନିବେଦନ କରିଛନ୍ତି l

0
0
0
s2sdefault