ହେଡଲାଇନସ୍:

ଟିପିଏସ୍ଓଡିଏଲ୍ କଲ୍ ସେଂଟର୍ ଗ୍ରାହକ ସେବାରେ ଉନ୍ନତି ଆଣିଛି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯେକୌଣସି ପ୍ରଶ୍ନ ଓ ଅଭିଯୋଗ ପାଇଁ ଗ୍ରାହକମାନେ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୬୭୯୭/ ୧୯୧୨ରେ କଲ୍ କରିପାରିବେ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ୨୦୨୧ ଏପ୍ରିଲ୍ ୧ରେ ଏକ କଲ୍ ସେଂଟର୍ ସ୍ଥାପନ କରାଯାଇଥିଲା ଓ ତାହା ବର୍ତ୍ତମାନ ୨୪ ଘଂଟା କାର୍ଯ୍ୟ କରୁଛି । ଏହା ଗ୍ରାହକ ମାନଙ୍କ ଅଭିଯୋଗର ସମାଧାନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି।
ଏହି କ୍ଲାଉଡ୍ ଭିତ୍ତିକ କଲ୍ ସେଂଟରରେ ସାମିଲ ରହିଛି ଆଇଭିଆର୍, କଲ୍ ରେକର୍ଡିଂ, କନଫରେନ୍ସିଂ ଓ ଜିଏସ୍ଏମ୍ ଓୟାରଲେସ୍ / ଆଇପି ଫୋନ୍ ସହିତ ହେଡ଼ସେଟ । ଏହା ଶୁଭାରମ୍ଭ ହେବା ପରଠାରୁ କଲ୍ ସେଂଟରଟି ୬ ଲକ୍ଷରୁ ଅଧିକ କଲ୍ ଗ୍ରହଣ ଓ ପରିଚାଳନା କରିଛି।
ସମସ୍ତ ବାଧ୍ୟତାମୂଳକ ବିବରଣୀ ସହିତ ସିଆର୍ଏମ ଆପ୍ଲିକେସନ ଜରିଆରେ ଗ୍ରାହକଙ୍କ ଅଭିଯୋଗ ଓ ପ୍ରଶ୍ନକୁ ରେକର୍ଡ କରାଯାଉଛି। ଗ୍ରାହକମାନଙ୍କ ଭାଷା ଅଗ୍ରାଧିକାର ଅନୁସାରେ ଏହି କଲ୍ ସେଂଟରରେ ବିବିଧ ଭାଷା ଆଇଭିଆର୍ (ଓଡ଼ିଆ, ଇଂରାଜି ଓ ହିନ୍ଦୀ) ରହିଛି । ୨୦୨୧ ଏପ୍ରିଲରେ ଏହି କଲ୍ ସେଂଟର୍ ୨୫ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା ବେଳେ କଲ୍ ସଂଖ୍ୟାର ଅନୁଶୀଳନ ପରେ ଆବଶ୍ୟକତା ଯୋଗୁଁ ସେହି ସଂଖ୍ୟା ଏବେ ୯୦କୁ ବୃଦ୍ଧି ପାଇଛି ।
କଲ୍ ସେଂଟରରେ ଅଭିଯୋଗ ପରିଚାଳନା କରିବା ପ୍ରକ୍ରିୟା
• ଦେୟମୁକ୍ତ ନମ୍ବରରେ ଗ୍ରାହକ କଲ୍ କରିବେ ଓ ଜଣେ ଏଜେଂଟଙ୍କ ସହ କଥା ହେବେ ଯାହାକୁ ପ୍ରଶ୍ନ କିମ୍ବା ଅଭିଯୋଗ ଭାବେ ବର୍ଗୀକରଣ କରାଯିବ । ଓଇଆରସି ଗାଇଡ଼ଲାଇନ ଅନୁଯାୟୀ ପ୍ରଶ୍ନକୁ ପଂଜୀକରଣ କରାଯିବ ଓ ସିଆରଏମ୍ ତୁରନ୍ତ ତାହାକୁ ବନ୍ଦ କରିବେ ଏବଂ ସମାଧାନର ସମୟ ସୀମା, ପ୍ରକ୍ରିୟାର ବିବରଣୀ, ଆବଶ୍ୟକ ଔପଚାରିକତା ବିଷୟରେ ଜଣାଇ ଅଭିଯୋଗକୁ ପଂଜୀକରଣ କରାଯିବ ।
• ଏହା ପରେ ଅଭିଯୋଗକୁ ସଂପୃକ୍ତ କାର୍ଯ୍ୟ କ୍ଷେତ୍ରକୁ ପଠାଯିବ ଏବଂ ଉପଯୁକ୍ତ ସମାଧାନ ଲାଗି ଫଲୋ-ଅପ୍ ମଧ୍ୟ କରାଯିବ ।
• ସଂପୃକ୍ତ କାର୍ଯ୍ୟ କ୍ଷେତ୍ର ଅଭିଯୋଗକୁ ଗ୍ରହଣ କରିବେ ଏବଂ ସିଆରଏମରେ ତାହାକୁ ବନ୍ଦ କରିବା ଲାଗି ସିଏସ୍ ଟିମକୁ ମତାମତ ପ୍ରଦାନ କରିବେ ।
ବିଦ୍ୟୁତ ଯୋଗାଣ କିମ୍ବା ଅନ୍ୟାନ୍ୟ ବୈଷୟିକ ଅଭିଯୋଗ, ଅଗ୍ନିକାଣ୍ଡ କିମ୍ବା ଅନ୍ୟାନ୍ୟ ସୁରକ୍ଷା ସମ୍ପର୍କିତ ଅଭିଯୋଗ, ନୂଆ ସଂଯୋଗ ସମ୍ପର୍କିତ ଅଭିଯୋଗ, ଲୋଡ୍, ନାମ ପରିବର୍ତନ ଇତ୍ୟାଦି, ବିଲିଂ, ରିଡିଂ, ମିଟରିଂ ଓ ପେମେଂଟ୍ ସମ୍ପର୍କିତ ଅଭିଯୋଗ, ଚୋରି, ଉତ୍ପୀଡ଼ନ ଓ ମୂଲ୍ୟବୋଧ ସମ୍ପର୍କିତ ଅଭିଯୋଗଗୁଡ଼ିକର ସମାଧାନ କରିବା ଲାଗି କଲ୍ ସେଂଟରରେ ବ୍ୟବସ୍ଥା ରହିଛି ।
ଏହି ସୁବିଧାର ହାସଲ କରିବା ଲାଗି, ଉତ୍ତମ ଯୋଗାଯୋଗ ନିମନ୍ତେ ନିଜର ଯୋଗାଯୋଗ ବିବରଣୀକୁ ଅପଡେଟ୍ କରିବା ଲାଗି କଂପାନି ପକ୍ଷରୁ ଗ୍ରାହକମାନଙ୍କୁ ଆହ୍ୱାନ ଦିଆଯାଇଛି ଓ ବିଭିନ୍ନ ଡିଜିଟାଲ୍ ସୁବିଧା ଓ ପେମେଂଟକୁ ହାସଲ କରିବା ଲାଗି ମଧ୍ୟ ସେମାନଙ୍କୁ ଉତ୍ସାହିତ କରାଯାଉଛି ।
ଏହି ବ୍ୟବସ୍ଥା ଟିପିଏସ୍ଓଡିଏଲର ଗ୍ରାହକମାନଙ୍କ ପାଇଁ ସାମଗ୍ରିକ ଅନୁଭୂତିରେ ବ୍ୟାପକ ଉନ୍ନତି ଆଣିଛି । ଗ୍ରାହକଙ୍କ ସମସ୍ୟାର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ଆହୁରି ପ୍ରଯୁକ୍ତି ଉନ୍ନତୀକରଣ ଲାଗୁ କରିବାକୁ ଆମେ କାର୍ଯ୍ୟ ଜାରି ରଖିଛୁ ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି।”

0
0
0
s2sdefault