ହେଡଲାଇନସ୍:

ବାଲ୍ୟ ବିବାହ ଉଚ୍ଛେଦ ଓ ନିଶାମୁକ୍ତ ନିମନ୍ତେ ମାନବ ଶୃଙ୍ଖଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ବାଧୀନତାର ୭୫ ବର୍ଷ ଆଜାଦୀ କା ଅମୃତ ମହୋତ୍ସବ କାଳରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲାରୁ ବାଲ୍ୟବିବାହ ଉଚ୍ଛେଦ, ନିଶାମୁକ୍ତ ଜିଲ୍ଲା ନିମନ୍ତେ, ଶତ ପ୍ରତିଶତ କରୋନା ପାଇ ଟୀକା ଓ ଅମୃତ ସରୋବରରେ ଜନ ଭାଗୀଦାରୀକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ମାନବ ଶୃଙ୍ଖଳ ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟରେ ଏବଂ ଜିଲ୍ଲାର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ ଏବଂ ପଞ୍ଚାୟତ ସମିତିରେ ପଦଯାତ୍ରା ଏବଂ ଶପଥ ପାଠରେ ପ୍ରାୟ ଏକ ଲକ୍ଷ ଲୋକ ସ୍ବତଃ ପ୍ରବୃତ ଭାବେ ଜଡ଼ିତ ଥିଲେ।
ଏହି ମାନବ ଶୃଙ୍ଖଳ ଫରେଷ୍ଟ ଗେଟ୍ ଠାରୁ ଆରମ୍ଭ ହୋଇ ପୁରୁଣା କୋର୍ଟ ଛକ ଏବଂ ପୁରୁଣା କୋର୍ଟ ଛକ ଠାରୁ ଗାନ୍ଧୀଛକ ଏବଂ ପେଲେସ୍ ଷ୍ଟ୍ରିଟ୍ ଦେଇ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିଲା। ଏହି ମାନବ ଶୃଙ୍ଖଳରେ ପାଖାପାଖି ୭୦୦୦ ବ୍ୟକ୍ତିବିଶେଷ ଯୋଗ ଦେଇଥିବାବେଳେ ଏହି ଶୃଙ୍ଖଳଟି ପ୍ରାୟ ୭ କି.ମି ଯାଏଁ ଲମ୍ବିଥିଲା।
ଏଥିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ , ପୋଲିସ୍ କର୍ମଚାରୀ , ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ , ପାରଳାଖେମୁଣ୍ଡି ପୌରପରିଷଦର ଅଧିକାରୀ ଓ କର୍ମଚାରୀ , ମହିଳା ସ୍ବୟଂ ସହାୟକ ଗୋଷ୍ଠୀ , ଅଙ୍ଗନୱାଡ଼ି କର୍ମୀ , ଏ.ଏନ୍.ଏମ୍ , ଆଶା କର୍ମୀ , ଚାଇଲଡ଼ଲାଇନ୍ କର୍ମକର୍ତ୍ତା , ୱାନ୍ ଷ୍ଟପ୍ ସେଣ୍ଟେର ର କର୍ମକର୍ତ୍ତା , କୁଳ ସମାଜର ନେତା , ବିଭିନ୍ନ ସାଂସ୍କୃତିକ ଗୋଷ୍ଠିର କଳାକାର ବୃନ୍ଦ , ଗଜପତି କିନ୍ନର ସମାଜର ସଦସ୍ୟା ତଥା ଜନସାଧାରଣ ପ୍ରଭୃତି ଯୋଗ ଦେଇଥିଲେ।
ଏଥିରେ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନେ ଯଥା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ , ମହିଳା ମହାବିଦ୍ୟାଳୟ , ବିନୋଦିନି ମହାବିଦ୍ୟାଳୟ , ରାଜତାରା ଜୁନିଅର ମହାବିଦ୍ୟାଳୟ , ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ , ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ , ସେଣ୍ଟ ଜୋସେଫ୍ ଉଚ୍ଚ ବିଦ୍ୟାଳୟ , ଗୀତାଞ୍ଜଳୀ ପବ୍ଲିକ୍ ସ୍କୁଲ , ପ୍ରିୟଦର୍ଶନୀ କନଭେଣ୍ଟ ସ୍କୁଲ , ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ , ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଏବଂ ଯାଜପୁରୁ ଉଚ୍ଚ ବିଦ୍ୟାଳୟରର ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଛାତ୍ର/ଛାତ୍ରୀ ମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି. ତିରୁପତି ରାଓ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥି , ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ , ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ , ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , କାର୍ଯ୍ୟନିର୍ବାହୀ ଅଧିକାରୀ , ପାରଳାଖେମୁଣ୍ଡି ପୌରପାଳିକା ଶ୍ରୀଯୁକ୍ତ ଜୁବୁଲି ଚରଣ ବେହେରା , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତି ମିନତୀ ଦେଇ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପବିତ୍ର କୁମାର ଦାସ , ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ , ଜିଲ୍ଲା ନିଯୁକ୍ତି ଅଧିକାରୀ ସୌଭାଗ୍ୟ ରଞ୍ଜନ ତ୍ରିପାଠୀ ପ୍ରମୁଖ ଏକ ସଂକୀର୍ତ୍ତନ ଦଳ ସହିତ ମାନବ ଶୃଙ୍ଖଳ ତିଆରି କରିଥିବା ପ୍ରତ୍ୟେକ ଭାଗିଦାରୀଙ୍କ ପାଖରେ ପଦଯାତ୍ରା ମାଧ୍ୟମରେ ଦୀର୍ଘ ୩ କି.ମି ଅତିକ୍ରମ କରି ଉତ୍ସାହିତ କରିବା ସହ ବାର୍ତ୍ତା ପହଞ୍ଚାଇଥିଲେ।
ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ UNFPA ର ଜିଲ୍ଲା ସଂଯୋଜିକା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଆକ୍ସନ-ଏଡ଼୍ ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ପରିଚାଳନା କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଚାଇଲଡ଼ଲାଇନ୍ , ନିତି ଆୟୋଗର ସହଯୋଗୀ ସଂସ୍ଥା ପିରାମଲ୍ ଫାଉଣ୍ଡେସନର ଗାନ୍ଧୀ ଫେଲୋ ଓ ପ୍ରତିନିଧି ଏବଂ ପ୍ରେମ୍- UNFPA ର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।
ଠିକ୍ ଏହି ସମୟରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ , ପଞ୍ଚାୟତ ଏବଂ ପଞ୍ଚାୟତ ସମିତିରୁ ଉପରୋକ୍ତ ବାର୍ତ୍ତାକୁ ସମସ୍ତଙ୍କ ପାଖର ପହଞ୍ଚାଇବା ସହ ଜିଲ୍ଲାର ପ୍ରତ୍ୟେକ ଜନସାଧାରଣଙ୍କୁ କିପରି ସଚେତନତା କରାଯିବା ପାଇଁ ଓ ନିଜର ଯୋଗଦାନ ପାଇଁ ପଞ୍ଚାୟତ ସମିତି ସ୍ତରରେ ବ୍ଲକ୍ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନେତୃତ୍ବରେ , ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କ ନେତୃତ୍ବରେ ଏବଂ ଗ୍ରାମାଞ୍ଚଳରେ ୱାର୍ଡ଼ ସଭ୍ୟଙ୍କ ନେତୃତ୍ବରେ ପଦଯାତ୍ରା କରିବା ସହ ଶପଥ ପାଠ କରାଯାଇଥିଲା।
ଯେଉଁଥିରେ କି ପ୍ରତ୍ୟେକ ବ୍ଲକ୍ ର ବ୍ଲକ୍ ଉନ୍ନୟନ ଅଧିକାରୀ ଏବଂ ଶିଶୁ ବିକାଶ ଓ ପ୍ରକଳ୍ପ ଅଧିକାରିଣୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପଞ୍ଚାୟତି ରାଜ ସଭ୍ୟ , ମହିଳା ସୁପରଭାଇଜର , ସ୍ବୟଂ ସହାୟକ ଗୋଷ୍ଠୀ , ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ଜନସାଧାରଣଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

0
0
0
s2sdefault