ହେଡଲାଇନସ୍:

ଆଦିତ୍ୟ ଆଲୁମିନିୟମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୨ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିଶ୍ୱ ସ୍ତନ୍ୟପାଳନ ସପ୍ତାହ ଅଭିଯାନ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ସ୍ତନ୍ୟପାନର ଫାଇଦା ସମ୍ପର୍କରେ ସଚେତନତା ବୃଦ୍ଧି ଘଟାଇବା ଏବଂ ଜନସାଧାରଣଙ୍କୁ ପ୍ରଶିକ୍ଷିତ କରାଇବା ଉଦ୍ଦେଶ୍ୟରେ ୧୯୯୨ରୁ ଏହି ସପ୍ତାହ ପାଳିତ ହୋଇଆସୁଛି । ଆଦିତ୍ୟ ଆଲୁମିନିୟମ ଏହି ସପ୍ତାହକୁ ପ୍ରତିବର୍ଷ ପାଳନ କରିଆସୁଛି । ଚଳିତ ବର୍ଷ ଏହି ସପ୍ତାହ ପାଳନର ଶୀର୍ଷକ ହେଉଛି ‘ଜାଗ୍ରତ ହୁଅ: ସମର୍ଥନ କର ଏବଂ ପ୍ରଶିକ୍ଷିତ କର’ । ଏହି ବିଷୟବସ୍ତୁ ପ୍ରସଙ୍ଗର ସାମଗ୍ରିକ ସମର୍ଥନକାରୀ ବ୍ୟବସ୍ଥା ଏବଂ ସଚେତନତାର ଗୁରୁତ୍ୱ ସମ୍ପର୍କରେ ପ୍ରକାଶ କରୁଛି । ଜୀବନଶୈଳୀରେ ପରିବର୍ତ୍ତନ ସହିତ ଖାଦ୍ୟ ଖାଇବା ଅଭ୍ୟାସ ଏବଂ ମାନସିକ ଚାପ କାରଣରୁ ଅନେକ ନୂଆକରି ମା’ ହେଉଥିବା ମହିଳା ସେମାନଙ୍କ ସନ୍ତାନକୁ ସ୍ତନ୍ୟପାନ କରାଇବାରେ ସମର୍ଥ ହେଉନାହାନ୍ତି । ପ୍ରଥମ ସ୍ତନ୍ୟପାଳନ ଶିଶୁ ପାଇଁ ଅମୋଘ ଅସ୍ତ୍ର ସଦୃଶ ହୋଇଥ୍ଧଶ ଏବଂ ତାହା ଶିଶୁର ରୋଗ ପ୍ରତିରୋଧ ଶକ୍ତି ଏବଂ ସୁସ୍ଥ ଶାରୀରିକ ତଥା ମାନସିକ ବିକାଶ ନିମନ୍ତେ ସାମର୍ଥ୍ୟ ଯୋଗାଇବାରେ ସହାୟତା କରିଥାଏ ।
ଆଦିତ୍ୟ ଆଲୁମିନିୟମ, ଲପଙ୍ଗା ‘ପ୍ରୋଜେକ୍ଟ ସୁପୋଷଣ’ ଅଧୀନରେ ପୋଷଣ ଦିଗରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ଚଳିତ ବର୍ଷ ଆଦିତ୍ୟ ସିଏସ୍‍ଆର ଟିମ୍‍ ରେଙ୍ଗାଳି ବ୍ଲକ୍‍ର ୬ଟି ପଞ୍ଚାୟତରେ ସ୍ତନ୍ୟପାଳନ ସପ୍ତାହ ଆୟୋଜନ କରିଥିଲେ । ଅଗଷ୍ଟ ୧ରୁ ୭ ପର୍ଯ୍ୟନ୍ତ ସପ୍ତାହର ପ୍ରତ୍ୟେକ ଦିବସରେ ୬ଟି ଭିନ୍ନଭିନ୍ନ ଅଙ୍ଗନବାଡି କେନ୍ଦ୍ର (ଲୁଧାପାଲି ଏଡବ୍ଲ୍ୟୁସି, କତରବାଗା ଏଡବ୍ଲ୍ୟୁସି, ଲାହାମଣି ଏଡବ୍ଲ୍ୟୁସି, ଧୋରୋପାଣି ଏଡବ୍ଲ୍ୟୁସି, ଗୁମକର୍ମା ଏଡବ୍ଲ୍ୟୁସି, ଲପଙ୍ଗା ଏଡବ୍ଲ୍ୟୁସି)ରେ ଗୋଟିଏ ଲେଖାଏଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମୋଟ ୨୪୪ ଜଣ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳା ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ସଚେତନତା ଅଧିବେଶନରେ ଅଂଶଗ୍ରହଣ କରିଥିଲେ, ଯାହା ପରେ ପରେ ସେମାନଙ୍କର ସଂପୃକ୍ତି ଏବଂ ସଚେତନତା ସ୍ତର ସୁନିଶ୍ଚିତ କରିବାକୁ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ତନ୍ୟପାନ ଦ୍ୱାରା ଉଭୟ ମା’ ଓ ଶିଶୁଙ୍କ ପ୍ରତି ପହଞ୍ଚୁଥିବା ଫାଇଦା ସମ୍ପର୍କରେ ସଚେତନ କରାଯାଇଥିଲା । ସାଧନ କର୍ମୀ ଏବଂ ଅତିଥିଗଣ ସମ୍ପର୍କୀୟ ଏବଂ ସ୍ୱାମୀଙ୍କ ସମେତ ପରିବାରର ସ୍ତନ୍ୟପାନକୁ ପାଇଁ ଆବଶ୍ୟକ ସମର୍ଥନର ଗୁରୁତ୍ୱ ସମ୍ପର୍କରେ କହିଥିଲେ । ସମାଜରେ ଏହାକୁ ନେଇ ରହିଥିବା ଭ୍ରାନ୍ତ ଧାରଣାଓ କୁସଂସ୍କାର ଦୂର କରିବା ତଥା ଏକ ସଂସ୍କୃତି ଓ ଗର୍ବର ବିଷୟ ଭାବରେ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଉପରେ ଅଧିବେଶନରେ ଅର୍ଥପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଥିଲା । ପ୍ରଥମ ମା’ କ୍ଷୀରରେ ଭରିରହିଥିବା କୋଲେଷ୍ଟେରଲ ଶିଶୁର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ଏବଂ ଡାଇରିଆ ଭଳି ରୋଗଜନିତ ମୃତ୍ୟୁରୁ ନବଜାତକକୁ ସୁରକ୍ଷା ପ୍ରଦାନ ନିମନ୍ତେ ଏକ ମୁଖ୍ୟ ଉତ୍ସ ଭାବରେ ବିବେଚନା କରାଯାଏ ।
ମୁଖ୍ୟ କାର୍ଯ୍ୟକ୍ରମ ଗୁମକର୍ମା ଅଙ୍ଗନବାଡି କେନ୍ଦ୍ରରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ବିଜେତାଙ୍କୁ ହର୍ଲିକ୍ସ ଏବଂ ମଲ୍‍ଟିଭିଟାମିନ ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଜୋର୍‍ ଦେଇ କହିଥିଲେ ଯେ ମା’ମାନେ ନିରନ୍ତର ଭାବରେ ସଶକ୍ତ ହେବା ଉଚିତ ଏବଂ ସ୍ୱାଚ୍ଛନ୍ଦ୍ୟର ସହିତ ସ୍ତନ୍ୟପାନ କରାଇବାକୁ ଏକ ପରିବେଶ ସେମାନଙ୍କୁ ଯୋଗାଇ ଦିଆଯିବା ଉଚିତ, ଯଦ୍ଦ୍ୱାରା ସ୍ୱାସ୍ଥ୍ୟ ସୂଚକ ଲକ୍ଷ୍ୟ ହାସଲରେ ତାହା ସହାୟକ ହୋଇପାରିବ ।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଶ୍ୱେତା ଉପାଧ୍ୟାୟ (ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ସିଏସ୍‍ଆର ଆଣ୍ଡ ଆରଆର), ଡା.ଯଶପ୍ରୀତ (ଏମବିବିଏସ, ଆଦିତ୍ୟ ହେଲ୍‍ଥ କେୟାର ସେଣ୍ଟର), ଶ୍ରୀ ଯଦୁମଣି ଗାଣିକ (ପିଏଚ୍‍ଇଓ, ଲଇଡା ସିଏଚସି), ଶ୍ରୀ ମନୋରଞ୍ଜନ ବେହେରା (ଆସିଷ୍ଟାଣ୍ଟ ମ୍ୟାନେଜର ସିଏସ୍‍ଆର ଆଣ୍ଡ ଆରଆର) ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବରେ ଉପସ୍ଥିତ ଥିଲେ । ଏଥିସହିତ ଆଦିତ୍ୟ ଆଲୁମିନିୟମ କର୍ମଚାରୀଗଣ ଶ୍ରୀମତୀ କଶିଶ ବିଶ୍ୱକର୍ମା, ଶ୍ରୀମତୀ ସ୍ନେହା ନାୟକ, ଶ୍ରୀମତୀ ଶ୍ୱେତାଲିନା ଖଟୁଆ, ଶ୍ରୀମତୀ ଜ୍ୟୋତି ଓରାମ, ଶ୍ରୀମତୀ ପ୍ରଜ୍ଞା ଠାକୁର ପ୍ରମୁଖ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାମାନଙ୍କୁ ଉତ୍ସାହିତ କରିବା ସହିତ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିଥିଲେ ।
ଆମ କାର୍ଯ୍ୟକ୍ରମର ସହଭାଗୀ ଆଇସିଡିଏସ୍‍, ସିଏଚସି ଲଇଡା କର୍ତ୍ତୃପକ୍ଷଙ୍କୁ ଆମେ ଧନ୍ୟବାଦ ଜଣାଇବା ସହିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସନ୍ତାନ ପ୍ରସବ, ସ୍ତନ୍ୟପାନ, ଟିକାକରଣ ଆଦି ବିଷୟରେ ମହିଳାମାନଙ୍କୁ ସଚେତନ କରାଇବା ଦିଗରେ ଆଶା, ଏଏନଏମ, ଅଙ୍ଗନବାଡି କର୍ମୀଙ୍କର ବଳିଷ୍ଠ ପ୍ରୟାସ ପାଇଁ ଆମେ ସେମାନଙ୍କୁ କୃତଜ୍ଞତା ଜଣାଉଛୁ । ଏହି କାର୍ଯ୍ୟକ୍ରମରେ ସରକାରୀ ସ୍ୱେଚ୍ଛାସେବୀ ଭାବରେ ସମସ୍ତ ୬ଟି ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ ଏବଂ ଆଶା ସକ୍ରିୟତାର ସହିତ ଅଂଶଗ୍ରହଣ କରିଥିଲେ । ସିଏସ୍‍ଆର ଟିମ୍‍ ଏବଂ ହେଲ୍‍ଥ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ପରେଶ ଜେନା ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।


(

0
0
0
s2sdefault