ନୂଆ ମେମୁ ପେସେଞ୍ଜର ଟ୍ରେନ ଚଳାଚଳ ପାଇଁ ଧାରଣା,ଖୁବଶୀଘ୍ର ଚାଲିବା ନେଇ ପ୍ରତିଶୃତି

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭଦ୍ରକ: (ସତ୍ୟବ୍ରତ ନାୟକ) : ଭଦ୍ରକ ଷ୍ଟେସନରୁ ଏକ ନୂତନ ମେମୁ ଲୋକାଲ ଟ୍ରେନ ଚଳାଚଳ ପାଇଁ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ବରେ ପ୍ରତିମାସ ୬ତାରିଖ ଦିନ ରେଳ ରୋକ ମାଧ୍ୟମରେ ଧାରଣା ଦିଆଯାଉଛି | ଆଜି ବି ଦାବି ନେଇ ଧାରଣା ଦିଆଯାଇଥିଲା | ତେବେ ଦାବି ପୂରଣ ନେଇ ଆସିଲା ଖୁସି ଖବର | ଭଦ୍ରକ ବାସିଙ୍କ ଦାବିର ଗୁରୁତ୍ବକୁ ଦେଖି ରେଳ କର୍ତ୍ତୃପକ୍ଷ ଏ ନେଇ ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି | ଖୁବ ଶୀଘ୍ର ଭଦ୍ରକରୁ ଏକ ନୂତନ ଟ୍ରେନ (୦୮୪୦୭ ) ଚଳାଚଳ କରିବ ବୋଲି ପ୍ରାରମ୍ଭିକ ସୂଚନା ମିଳିଛି | ଭଦ୍ରକ ଷ୍ଟେସନରୁ ପ୍ରତିଦିନ ସକାଳ ୭ଟାରେ ଛାଡ଼ି ୪୩ଟି ଷ୍ଟେସନରେ ରହଣି ସହ ଭୂବନେଶ୍ବର ସକାଳ ୧୦ଟା ୫ ମିନିଟରେ ପହଞ୍ଚିବା ସହିତ ପୂରୀରେ ଦିନ ୧୨ଟା ୩୦ ମଧ୍ୟରେ ପହଞ୍ଚିବା | ପୁଣି ପୁରୀରୁ ଦନ ୧ଟା ୧୫ ମିନିଟରେ ଯାତ୍ରା ଆରମ୍ଭ କରି ଟ୍ରେନଟି ଭଦ୍ରକ ଷ୍ଟେସନକୁ ସନ୍ଧ୍ୟା ୬ଟାରେ ଆସି ପହଁଞ୍ଚିବ ନେଇ ପ୍ରକ୍ରୀୟା ଆରମ୍ଭ ହୋଇଛି | ଏ ନେଇ ଆଜି ପୂର୍ବତନ ବିଧାୟକ ନରେନ ପଲେଇ ସମସ୍ତଙ୍କୁ ପ୍ରଥମେ ଆନ୍ତରିକ ଧନ୍ୟବାଦ ଦେବା ସହ ଏ ସଂପର୍କିତ ସୂଚନା ଦେଇଥିଲେ ।

0
0
0
s2sdefault