ହେଡଲାଇନସ୍:

ଦେଶୀମଦ ଭାଟି କର୍ମଚାରୀ ସାଜିଛନ୍ତି ଅବକାରୀ ବାବୁ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଅବକାରୀ ଥାନା ଅଞ୍ଚଳର ମଦଭାଟି କର୍ମଚାରୀ ସାଜିଛନ୍ତି ଅବକାରୀ ବାବୁ । ନିହାତି ଭାବରେଟ କଥାଟା ଅଡୁଆ ଲାଗୁଥିଲେ ମଧ୍ୟ ସତ । ପଦ୍ମପୁର ଅବକାରୀ ଥାନା ଅଧିନସ୍ଥ ଦେଶୀ ମଦଭାଟି ର କର୍ମଚାରୀ ମାନେ ଅବକାରୀ ବାବୁ ସାଜି ବିଭିନ୍ନ ଯାଗାକୁ ଚଢାଉ କରୁଛନ୍ତି । ରନ୍ଧା ମଦ ରନ୍ଧା ତଥା ରନ୍ଧାମଦ ବିକ୍ରି କରୁଥିବା ସ୍ଥାନରେ ରନ୍ଧାମଦ ବନ୍ଦ କରିବା ପାଇଁ ଅବକାରୀ ବିଭାଗ କର୍ମଚାରୀ ମାନେ ଚଢ଼ାଉ କରିଥାନ୍ତି । ହେଲେ ଅବକାରୀ ବିଭାଗ ଅଧିକାରୀ ମାନଙ୍କ ସହ ଦେଶୀମଦ ଭାଟି କର୍ମଚାରୀ ଅବକାରୀ ବାବୁ ସାଜି ଚଢାଉ କରୁଥିବା ଅଭିଯୋଗ ହେଉଛି । ଅବକାରୀ ଅଧିକାରୀ ଦେଶୀମଦ ଭାଟି କର୍ମଚାରୀ ମାନଙ୍କୁ ପ୍ରଶୟ ଦେଉଥିବ କାରଣକୁ ଲୋକଙ୍କୁ ଅଯଥାରେ ହଇରାଣ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ନିୟମ ଅନୁସାରେ ଅବକାରୀ ବିଭାଗ କର୍ମଚାରୀ ଚଢ଼ାଉ କରିବା ନିୟମ ରହିଛି ହେଲେ ଦେଶୀମଦ ଭଟି କର୍ମଚାରୀ ଚଢ଼ାଉ କରି ଲୋକଙ୍କ ଉପରେ ଆକ୍ରୋଶ ମୂଲକ ଭାବରେ ଜୁଲମ କରିବା ଜନସାଧାରଣ ଗ୍ରହଣ କରିପାରୁନାହାଁନ୍ତି । ଉପରିସ୍ଥ ଅଧିକାରୀ ଏ ବିଷୟରେ ଧ୍ୟାନ ଦେଇ ପଦକ୍ଷେପ ନେବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

0
0
0
s2sdefault