ହେଡଲାଇନସ୍:

କୁଳିଆ ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ;ସ୍କୁଲ ଛାତ୍ର ଛାତ୍ରୀ ଓ ପଥଚାରୀ ଗମନାଗମନରେ ବାଧକ;

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାସ୍ତା ନିର୍ମାଣ କରିବା ନିମନ୍ତେ ପ୍ରଶାସନ ନିକଟରେ ଦାବି କଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମ ପଂଚାୟତ କଟକ ଚାନ୍ଦବାଲି ରାସ୍ତା ନିକଟରୁ କୁଳିଆ କାଶୀପୁର ୫ଟି ରୂପାନ୍ତରୀକରଣ ମୁକ୍ତେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଗ୍ରାମ୍ୟ ରାସ୍ତା ମରଣଯନ୍ତାରେ ପରିଣତ ହୋଇଛି । ଏହି ରାସ୍ତା ଦେଇ ୫ଟି ରୂପାନ୍ତରୀକରଣ ବିଦ୍ୟାଳୟ କୁ ଗମନା ଗମନ କରିବା ନିମନ୍ତେ ଛାତ୍ର ଛାତ୍ରୀ ମାନେ ନିର୍ଭର କରିଥାନ୍ତି । ଏପରିକି ଗମନାଗମନ ନିମନ୍ତେ ପଥଚାରୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରଶାସନ ତରଫରୁ ଏହାର ପ୍ରତିକାର ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ପୁଞ୍ଜିଭୂତ ଅସନ୍ତୋଷ ଆଗାମୀ ଦିନରେ ଗଣ ଆନ୍ଦୋଳନର ରୂପ ନେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ସୂଚନାଥାଉକି ଏହି ରାସ୍ତା ପାଶ୍ୱର୍ରେ ନିଶ୍ଚିନ୍ତକୋଇଲି ପାନୀଳୟଜଳ ବିଭାଗ ତରଫରୁ ମେଗା ପାନୀୟଜଳ ପ୍ରକଳ୍ପରେ ଜେସିବି ମେସିନ ସାହାଯ୍ୟରେ ରାସ୍ତା ପାଶ୍ୱର୍କୁ ୩ଫୁଟ ଗାତ ଖୋଳାଯାଇ ପାଇପ ବିଛାଯାଉଛି । ଯେଉଁ ଜେସିବି ମେସିନ ତାଡ଼ିବା ଦ୍ୱାରା ଢଳେଇ ରାସ୍ତାର ବହୁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଏପରିକି ଏହି ପାଇପ ବିଛା ହେବା ଦ୍ୱାରା ରାସ୍ତା ମଝିରୁ ମଝିରୁ ବହୁ ସ୍ଥାନରେ ଫାଟିଯାଇଥିବାର ଦେଖାଦେଇଛି । ତେବେ ପାନୀୟଜଳ ବିଭାଗ ର ଏପରି କର୍ତବ୍ୟରେ ଚରମ ଅବହେଳା ପାଇଁ ଆଜି ସମଗ୍ର ଗ୍ରାମବାସୀ ଗମନାଗମନରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଶ୍ଚିନ୍ତକୋଇଲି ବ୍ଳକ କୋଲଣପୁର ଗ୍ରାମ ପ ।ୟତ କୁଳିଆ ଗ୍ରାମ୍ୟ ରାସ୍ତା ରହିଛି । ଏହି ରାସ୍ତା ଉପରେ ଗମନାଗମନ କରିବା ନିମନ୍ତେ ସ୍ଥାନୀୟ ଅ ଳର ଶହ ଶହ ଲୋକ , ସ୍କୁଲ, କଲେଜ ଛାତ୍ର ଛାତ୍ରୀ ଓ ଅଙ୍ଗନୱାଡ଼ିର କୋମଳମତୀ ଶିଶୁମାନେ ନିର୍ଭର କରିଥାନ୍ତି । ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ତରଫରୁ ପ୍ରାୟ କିଛି ବର୍ଷ ତଳେ ଏହି ରାସ୍ତାକୁ ଢଳେଇ ରାସ୍ତାରେ ପରିଣତ କରାଯାଇଥିଲା । ଏପରିକି ଏହି ରାସ୍ତାର ଅବସ୍ଥା ଦେଖି ପରିଲକ୍ଷିତ ହେଉଛି କି ଏହି ରାସ୍ତାଟି ଅଟକଳ ଅନୂଯାୟୀ ନିର୍ମାଣ କରାଯାଇନଥିଲା ବେଳେ ରାସ୍ତାରେ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇଥିଲା । ଯାହା ଫଳରେ ଏହି ରାସ୍ତା ଦେଇ ଭାରିଯାନ ଯଥା ଜେସିବି, ଟ୍ରକ, ଟ୍ରାକ୍ଟର ଯିବାଆସିବା ଦ୍ୱାରା ନିର୍ମାଣର ମାତ୍ର ଅଳ୍ପ ଦିନ ପରେ ରାସ୍ତାଟି ଭାଙ୍ଗିରୁଜି ମାଟିରେ ମିଶିଯାଇଛି । ରାସ୍ତାଟି ମରଣଯନ୍ତାରେ ପରିଣତ ହୋଇଛି । ପାନୀୟ ଜଳ ବିଭାଗ ବର୍ଷା ଦିନେ କାମ କରିବା ଦ୍ୱାରା ରାସ୍ତାର ଅବସ୍ଥା ଏମିତି ହୋଇଛି ରାସ୍ତା ର ବହୁସ୍ଥାନ ଫାଟିଯାଇଥିଲା ବେଳେ ରାସ୍ତା ସାରା ମାଟି ପଡ଼ିରହିଛି ଯାହାଦ୍ୱାରା ଟିକିଏ ବର୍ଷା ହେଲେ ଏହି ରାସ୍ତାରେ ଯାନବାହନ ଗମନାଗମନ କରିବାତ ଦୂରର କଥା ଏପରିକି ଖାଲିପାଦରେ ଚାଲିକି ଯିବା କାଠିକର ପାଠ । ଏପରିକି ରାସ୍ତା ମଝିରୁ ଫାଟିଯାଇଥିବା ସ୍ଥଳେ ମାଟି ପଡ଼ିଥିବା ହେତୁ ଜରୁରୀକାଳୀନ ପରିସ୍ଥିତିରେ ଏହି ଗ୍ରାମକୁ ଦମକଳ ଗାଡ଼ି କିମ୍ବା ଆମ୍ବୁଲାନସ ଯାଇଆସିପାରୁ ନାହିଁ । ଫଳରେ ଗର୍ଭବତୀ ପ୍ରସୂତି ମହିଳା ,କୋମଳମତୀ ଶିଶୁ ଓ ରୋଗାକ୍ରାନ୍ତ ଲୋକେ ଡ଼ାକ୍ତରଖାନାକୁ ଯାଇନପାରି ଅକାଳରେ ମୃତ୍ୟୁମୁଖରେ ପଡ଼ୁଥିବାର ଅଭିଯୋଗ ହୋଇଛି । ରାସ୍ତାର ଅବସ୍ଥା ଶୋଚନୀୟ ହେତୁ ଏଠାରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଫଳରେ ଲୋକେ ଗମନାଗମନ ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ତେବେ ପାନୀୟଜଳ ବିଭାଗ ସର୍ବୋପରି ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ଏହି ରାସ୍ତାକୁ ନିର୍ମାଣ କରିବା ନିମନ୍ତେ ଗ୍ରାମବାସୀ ମାନେ ଦୃଢ ଦାବି କରିଛନ୍ତି । ପ୍ରଶାସନ ତରଫରୁ ତୁରନ୍ତ ଏହି ରାସ୍ତା ନିର୍ମାଣ କରାନଗଲେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ମତପ୍ରକାଶ କରିଛନ୍ତି । ଯାହାର କୁପରିଣାମ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ଗ୍ରାମବାସୀମାନେ ଚରମ ଚେତାବନୀ ଦେଇଛନ୍ତିି ।

 

0
0
0
s2sdefault