ହେଡଲାଇନସ୍:

ହୃଦଘାତ ହୋଇଥିବା ବ୍ୟକ୍ତିଙ୍କୁ ବଞ୍ଚାଇବ ସଞ୍ଜୀବନୀ ଗ୍ୟାଜେଟ୍‌

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କିମସ୍ ଡାକ୍ତରଙ୍କ ଅଭିନବ ଜୀବନ ରକ୍ଷାକାରୀ ଖୋଜ

ଭୁବନେଶ୍ୱର: ଏଣିକି ହୃଦ୍‍ଘାତ ହୋଇଥିବା ରୋଗୀଙ୍କୁ ବଞ୍ଚାଇବା ସହଜ ହେବ । ସ୍ଥାନ, କାଳ ଓ ସମୟ ଭିତ୍ତିରେ ଅନେକ ବ୍ୟକ୍ତି ହୃଦ୍‍ଘାତର ସମ୍ମୁଖୀନ ହୋଇଥାନ୍ତି । ସେମାନଙ୍କୁ ଉପଯୁକ୍ତ ସମୟରେ ଡାକ୍ତରଖାନାରେ ପହଞ୍ôଚବା ପୂର୍ବରୁ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ହୋଇଥାଏ । ଏହି ଜଟିଳ ସମସ୍ୟାକୁ ଦୃଷ୍ଟିରେ ରଖି କିମ୍‌ସ ଡାକ୍ତରମାନେ ଏକ ପ୍ରଭାବଶାଳୀ ପ୍ରଯୁକ୍ତି ବିଦ୍ୟାର ବିକାଶ କରିଛନ୍ତିି । ଏହାର ନାମ ରଖାଯାଇଛି କାର୍ଡିଓ ପୁଲ୍‍ମୋନାରୀ ରିସସାଇଟେସନ୍‍ ପ୍ରସିଡ୍ୟୁଅର(ସିପିଆର୍‍) । କିମ୍‍ସ ଡାକ୍ତରମାନେ ଏହାର ନାମ ‘ସଞ୍ଜୀବନୀ’ ରଖିଛନ୍ତି । ଏହାର ଭାରତର ପ୍ରଥମ ବିକଶିତ ମାନୁଆଲ୍‍ ବୋଲି କୁହାଯାଉଛି । ହୃଦଘାତର ଶିକାର ହୋଇଥିବା ରୋଗୀଙ୍କଠାରେ ଏହି ପଦ୍ଧତି ସେମାନଙ୍କ ବଞ୍ଚିବାର ଆଶା ୩ଗୁଣିତ କରିପାରିବ ବୋଲି କିମ୍‍ସ ଡାକ୍ତରମାନେ ଦାବି କରିଛନ୍ତି । କିମ୍‍ସ ଡାକ୍ତରମାନେ ଏହାକୁ ସଞ୍ଜୀବନୀ ଗ୍ୟାଜେଟ୍‍ ଭାବେ ନାମିତ କରିଛନ୍ତି ।
ଡାକ୍ତରଙ୍କ ମତରେ ହୃତଘାତର ଶିକାର ହେଉଥିବା ପ୍ରାୟ ୮୫ ଭାଗ ଲୋକଙ୍କ ମଧ୍ୟରୁ ୧୦ ପ୍ରତିଶତରୁ କମ୍ ଲୋକ ହିଁ ବଞ୍ଚିଥାନ୍ତି । ସାଧାରଣତଃ ହୃତଘାତର ପ୍ରାୟ ୬ ମିନିଟ୍ ପରେ ହୃତପିଣ୍ଡ ଏବଂ ମସ୍ତିସ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ । ଫଳରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଥାଏ । ତେଣୁ ଏହି ସମୟ ମଧ୍ୟରେ ହୃଦଘାତର ଶିକାର ହୋଇଥିବା ବ୍ୟକ୍ତିକୁ (ସିପିଆର) ପ୍ରଣାଳୀ ଦ୍ୱାରା ବଞ୍ଚାଇ ଦିଆଯାଇପାରିବ । ଏହି ସିପିଆ ପଦ୍ଧତି ଠିକ୍‍ ସମୟରେ ଶୀଘ୍ର ଆରମ୍ଭ ହେଲେ ରୋଗୀର ବଞ୍ଚିବାର ଆଶା ୩ ଗୁଣ ବୃଦ୍ଧି ପାଇଥାଏ । ଏହି ଜରୁରୀକାଳୀନ ପରିସ୍ଥିତିରେ ରୋଗୀର ପାଖରେ ଥିବା ପରିବାର ସଦସ୍ୟ, ବନ୍ଧୁ କିମ୍ବା ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ରୋଗୀକୁ ସିପିଆର ଦେବାକୁ ପଡିବ । ଯେଉଁଥିପାଇଁ ‘ସଞ୍ଜୀବନୀ’ ଗ୍ୟାଜେଟ୍ ଟି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କାର୍ଡିଆକ ଆନାସ୍ଥେସିଆର ଆସୋସିଏଟ୍ ପ୍ରଫେସର ଡା. ଅଶୋକ କୁମାର ବଡମାଳୀ କହିଛନ୍ତି । ସମସ୍ତ ଆଞ୍ଚଳିକ ଭାଷାରେ ସୂଚନା ରହିବା ସହ ଏହାକୁ ସହଜରେ ଚଳାଇ ହେବ । ମଣିଷ ହାତ ପାପୁଲିଲେ ସାଧାରଣତଃ ୨୦ରୁ ଅଧିକ ଛୋଟବଡ଼ ହାଡ଼ ଥାଏ । ଫଳରେ ପାପୁଲିକୁ ୯୦ ଡିଗ୍ରୀରେ ରଖି ସିପିଆର ଦେବା କଷ୍ଟକର ହୋଇଥାଏ । କିନ୍ତୁ ସଞ୍ଜୀବନୀ ଗ୍ୟାଜେଟ୍‌ରେ ଏହା ସହଜରେ ସମ୍ଭବ ହୋଇଥାଏ।
୨୦୧୯ରେ କିମ୍‍ସରେ ସିପିଆର ଉପରେ ଚାଲିଥିବା ଏକ ତାଲିମ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିôବା ମହିଳାମାନେ ଡାକ୍ତରଙ୍କ ଅନୁପସ୍ଥିତିରେ ଛାତିର ହାର, ଗଭୀରତା ବିଷୟରେ ମାର୍ଗ ଦର୍ଶନ ନେଇ କିଛି ପରାମର୍ଶ ଦେଇଥିଲେ । ମହିଳାମାନଙ୍କ ପରାମର୍ଶ ଏହି ଗ୍ୟାଜେଟ୍‍ ଉଦ୍ଭାବନକୁ ଆଗେଇ ନେଇଥିଲା। କିଟ୍‍ ଟିବିଆଇ ଜରିଆରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର କାର୍ଯ୍ୟକ୍ରମ ‘ନିଧି ପ୍ରୟାସ ଗ୍ରାଣ୍ଟ‘ଣ୍ଟସହାୟତାରେ ଏହାର ପ୍ରାରମ୍ଭିକ ରୂପ ଦିଆଯାଇଥିଲା। ପରେ କେନ୍ଦ୍ର ସରକାରଙ୍କ ଜୈବ ପ୍ରଯୁକ୍ତି ବିଭାଗ ଡା ବଡ଼ମାଳୀଙ୍କୁ ଏହି ଗ୍ୟଜେଟ୍‍ ପ୍ରସ୍ତୁତ ନିମନ୍ତେ ସର୍ବୋଚ୍ଚ ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଗ୍ୟାଜେଟ୍‍ ବିଭିନ୍ନ ସ୍ଥାନରେ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଛି । କୋଲକାତାରେ ଚଳିତବର୍ଷ ଅନୁଷ୍ଠିତ ଟାଟା-ଆଇଆଇଏମ୍ ସୋସିଆଲ୍‍ ଇନେଭେସନ୍ ଚ୍ୟାଲେଞ୍ଜ ୨୦୨୧-୨୨ରେ ଭାଗ ନେଇଥିବା ୬୭୦୦ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଶ୍ରେଷ୍ଠ ୧୨ ଜଣଙ୍କ ମଧ୍ୟରେ ଡା. ବଡମାଳୀ ସମ୍ମାନୀତ ହୋଇଥିଲେ।

0
0
0
s2sdefault