ହେଡଲାଇନସ୍:

ଶ୍ରୀ ଏଲ.ଏନ.ଦାଶ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ, ଭୁବନେଶ୍ୱରର ନୂଆ ପ୍ରିନ୍‍ସିପାଲ ଭାବେ ଯୋଗଦେଲେ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆଦିତ୍ୟବିର୍ଲା ପବ୍ଲିକ ସ୍କୁଲ, ଭୁବନେଶ୍ୱରର ପ୍ରିନ୍‍ସିପାଲ ଭାବେ ଶ୍ରୀ ଏଲ.ଏନ.ଦାଶ ନୂଆ ଯୋଗଦେଲେ । ଶ୍ରୀ ଦାଶ ଏବିପିଏସ୍‍ ରାୟଗଡାର ପୂର୍ବତନ ପ୍ରିନ୍‍ସିପାଲ ଏବଂ ଜଣେ ଶିକ୍ଷକ ଏବଂ ପ୍ରିନ୍‍ସିପାଲ ଭାବରେ ତାଙ୍କର ୨୫ ବର୍ଷର ସମୃଦ୍ଧ ଅଭିଜ୍ଞତା ରହିଛି । ଶ୍ରୀ ଦାଶ ତାଙ୍କ ସ୍ନାତକୋତ୍ତର ଶିକ୍ଷା ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରୁ ଇତିହାସରେ ସମାପ୍ତ କରିଥିଲେ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମ.ଇଡି. ଯୋଗ୍ୟତା ହାସଲ କରିଥିଲେ । ତାଙ୍କ କ୍ୟାରିୟର ଏସସିବି ମେଡିକାଲ ପବ୍ଲିକ ସ୍କୁଲ, କଟକରେ ଇତିହାସ ବିଭାଗର ଜଣେ ଶିକ୍ଷକ ଭାବରେ ଆରମ୍ଭ ହୋଇଥିଲା ଏବଂ ପରେ ସେ ଡିଏଭି ସିନିୟର ସେକେଣ୍ଡାରୀ ସ୍କୁଲ, ରାଞ୍ଚି ଏବଂ ଡିପିଏସ୍‍ ନିଗାହି, ମଧ୍ୟପ୍ରଦେଶରେ ଶିକ୍ଷାଦାନ ଜାରି ରଖିଥିଲେ । ସେ ଏବିପିଏସ୍‍ ରାୟଗଡାରେ ୨୦୧୧ରେ ପ୍ରତିଷ୍ଠାତା ପ୍ରିନ୍‍ସିପାଲ ଭାବରେ ଯୋଗଦେଇଥିଲେ ଏବଂ ଅତ୍ୟନ୍ତ ଉତ୍କର୍ଷର ସହିତ କାର୍ଯ୍ୟକରି ସ୍କୁଲ ପାଇଁ ବହୁ ପ୍ରଶଂସା ଆଣିଥିଲେ । ଏବିପିଏସ୍‍ ରାୟଗଡାରେ ତାଙ୍କ କାର୍ଯ୍ୟକାଳ ସମୟରେ ସ୍କୁଲ କ୍ରୀଡାରେ ଜିଲ୍ଲା ଏବଂ ଜାତୀୟ ସ୍ତରରେ ବହୁ ପୁରସ୍କାର ଲାଭ କରିଥିଲା । ପ୍ରତିଷ୍ଠାତା ପ୍ରିନ୍‍ସିପାଲ ଭାବରେ ଶ୍ରୀ ଦାଶ ଦାୟିତ୍ୱନିଷ୍ଠ ଭାବରେ କାର୍ଯ୍ୟ କରିବା ସହିତ ସ୍କୁଲ ସିବିଏସ୍‍ଇ ବୋର୍ଡ ସହିତ ଅନୁବନ୍ଧିତ ହୋଇଥିଲା ।
ଶିକ୍ଷାର ବିକାଶ ନିମନ୍ତେ ଯୁଗାନ୍ତକାରୀ ପ୍ରୟାସ ନିମନ୍ତେ ସେ ୨୦୧୯-୨୦ ବର୍ଷରେ ଏସଓଏଫ୍‍ର ଦି ଏକାଡେମିକ କାଉନସିଲ ନିକଟରୁ ଶ୍ରେଷ୍ଠ ପ୍ରିନ୍‍ସିପାଲ ପୁରସ୍କାର ଗ୍ରହଣ କରିଥିଲେ ।

f

0
0
0
s2sdefault