ହେଡଲାଇନସ୍:

ଝାରବନ୍ଧ ଥାନା ପକ୍ଷ ରୁ ଆମ ପୋଲିସ ସମିତି ବୈଠକ l

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ପକ୍ଷ ରୁ କୁରଲୁପାଲି ପଞ୍ଚାୟତ କୁରଲୁପାଲି ଗ୍ରାମ ଠାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଥାନା ଅଧିକାରୀ ଦିଲୀପ ବେହେରା ଯୋଗ ଦେଇ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ଶ୍ରୀ ବେହେରା କହିଲେ ପୋଲିସ ଓ ଜନସାଧାରଣ ଙ୍କ ଭିତରେ ଉତ୍ତମ ସମ୍ପର୍କ ରଖି ସମନ୍ନୟ ଅଭାବ ରୁ ବିଭିନ୍ନ ଗ୍ରାମ ଗୁଡିକରେ ଏପରି ଘଟଣା ଘଟି ଯାଉଛି ଯାହାକି ପୋଲିସ ଜାଣିବାରେ ବାଧା ସୃଷ୍ଟି କରୁଛି l ପୂର୍ବରୁ ପ୍ରତି ଗ୍ରାମ ମାନଙ୍କ ରେ ଥାନା ପକ୍ଷରୁ ନିଯୁକ୍ତି ପାଉଥିଲେ l ଏବଂ ସେହି ଗ୍ରାମ ର ସମସ୍ତ ଖବର ଥାନା କୁ ଜଣାଉଥିଲେ l ମାତ୍ର ଏବେ ଏହାର ବିଲୋପ ଘଟି ଥିବାରୁ ଗ୍ରାମ ମାନଙ୍କର ସବିଶେଷ ତଥ୍ୟ ପୋଲିସ ଜାଣିବାରେ ଅସୁବିଧା ହେଉଛି l ତେଣୁ ସାଧାରଣ ଜନତା ନିର୍ଭୟରେ ପୋଲିସ ସହ ଯୋଗାଯୋଗ ନିତାନ୍ତ ଆବଶ୍ୟକତା ବୋଲି କହିଥିଲେ l ଏହି ବୈଠକ ରେ ଝାରବନ୍ଧ ଥାନା ଏ ଏସ ଆଇ ଜଗା ବରିହା, ଶଶୀକାନ୍ତ ବାରିକ, ସମାରୁ ନାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହୃଷିକେଶ ବରିହା, ବିଜୟକେତନ ପଧାନ, ଜିଲ୍ଲାପରିଷଦ ସନ୍ତୋଷ ବେହେରା,ସାଂସଦ ପ୍ରତିନିଧି ହରିହର ସାହୁ, ସରପଞ୍ଚ ଅହଲ୍ୟା ପଟେଲ ସମେତ ସ୍ଥାନୀୟ ଅଞ୍ଚଳ ର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l

0
0
0
s2sdefault