ହେଡଲାଇନସ୍:

ନିଜ ଗାଁ ବିଦ୍ୟାଳୟକୁ +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ଉନ୍ନୀତ ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ଦରଖାସ୍ତ ଲେଖିଲେ ରଶ୍ମିତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର୍ : ସରକାର ସମଗ୍ର ଶିକ୍ଷା କାର୍ଯକ୍ରମ ଯୋଜନାରେ ଚଳିତ ଶିକ୍ଷାବର୍ଷରୁ (୨୦୨୨-୨୩) ରେ ରାଜ୍ୟର ୫୭ ଟି ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛନ୍ତି । ବରଗଡ ଜିଲ୍ଲାର କୌଣସି ବିଦ୍ୟାଳୟ ର ସ୍ଥାନ ଏହି ତାଲିକାରେ ନାହିଁ । ବରଗଡ ଜିଲ୍ଲା ବିଜେପୁର୍ ବ୍ଳକ୍ ଖରମୁଣ୍ଡା ପଞ୍ଚାୟତ ସ୍ଥିତ ବାପୁଜୀ ଉଚ୍ଚ ବିଦ୍ୟାଳୟ , ଖରମୁଣ୍ଡା କୁ ଏହି ତାଲିକା ରେ ସ୍ଥାନିତ କରିବା ପାଇଁ ସ୍ଥାନୀୟ ମହିଳା ସମାଜସେବୀ ଶ୍ରୀମତୀ ରଶ୍ମିତା ମେହେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି । ଏଥିସହ ଉଚ୍ଚଶିକ୍ଷା ବିଭାଗ କୁ ଜନଶୁଣାଣୀ ମାଧ୍ୟମରେ ଅଭିଯୋଗ କରିଛନ୍ତି । ଶ୍ରୀମତୀ ମେହେର ଜଣାଇଛନ୍ତି କି ତାଙ୍କ ଗାଁ ରୁ ପାଖ ତିନୋଟି ମହାବିଦ୍ୟାଳୟ କୁ ୧୫ କିମି ରୁ ଅଧିକ ଦୂରତା । ଏହି ବିଦ୍ୟାଳୟ ରେ ପ୍ରତ୍ୟେକ ବର୍ଷ ପାଖାପାଖି ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ପାସ୍ କରୁଛନ୍ତି । ହେଲେ ଉଚ୍ଚଶିକ୍ଷା ପାଇଁ ପ୍ରବଳ ଇଚ୍ଛା ରହିଥିଲେ ମଧ୍ୟ ମହାବିଦ୍ୟାଳୟ ପାଖରେ ନ ଥିବାରୁ ବହୁ ଛାତ୍ରଛାତ୍ରୀଙ୍କ ଇଚ୍ଛା ପୂରଣ ହୋଇ ପାରୁ ନାହିଁ । ଛାତ୍ରୀଙ୍କ କ୍ଷେତ୍ରରେ ଏହି ଅସୁବିଧା ବହୁତ ।ଜଣେ ମହିଳା ହୋଇଥିବାରୁ ତାଙ୍କ ଅସୁବିଧା ନିଜେ ବୁଝି ଜାଣି ପାରୁଛନ୍ତି । ବସ୍ ରେ କଲେଜକୁ ଗମନାଗମନ ପାଇଁ ମଧ୍ୟ କୌଣସି ପ୍ରକାର ସୁବିଧା ନାହିଁ । ତେଣୁ ତାଙ୍କ ଅନୁରୋଧ କୁ ରକ୍ଷା କରି ବାପୁଜୀ ଉଚ୍ଚ ବିଦ୍ୟାଳୟ , ଖରମୁଣ୍ଡା କୁ +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ଉନ୍ନୀତ କରିବାକୁ ଅନୁରୋଧ କରିଛନ୍ତି।

0
0
0
s2sdefault