ହେଡଲାଇନସ୍:

ବିଧାୟକଙ୍କ ଉଦ୍ୟମରେ ସୋହେଲା ରେ ହେବାକୁ ଯାଉଛି ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟପୁର ର ଘରୋଇ ହସ୍ପିଟାଲ ର 25 ରୁ ଅଧିକ ଡାକ୍ତର କରିବେ ସ୍ୱାସ୍ଥ୍ୟ ପରୀକ୍ଷା

ବରଗଡ :- ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଦାସର୍ବଦା ସଚେତନ ରହିଥାନ୍ତି ଏହା ଅନ୍ତତଃ ପଶ୍ଚିମ ଓଡ଼ିଶାର କାହାରିକୁ ଅଛପା ନାହିଁ । ବିଧାୟକ ହେଲା ପରେ କି ମନ୍ତ୍ରୀ ହେଲା ପରେ ନୁହଁ ସେ ତାଙ୍କର କଲେଜ ଜୀବନ ଆରମ୍ଭରୁ ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଯତ୍ନବାନ ଅଛନ୍ତି । ଅଧା ରାତିରେ ମଧ୍ୟ ଯଦି କେହି କୋଣସି ସ୍ୱାସ୍ଥ୍ୟଗତ ସମସ୍ୟା ର ସମ୍ମୁଖୀନ ହୋଇଛନ୍ତି ଓ ଶ୍ରୀ ସିଂହ ଙ୍କୁ ଜଣାଇଛନ୍ତି ତେବେ ତୁରନ୍ତ ତାର ଆସୁ ସମାଧାନ ପାଇଁ ବିଧାୟକ ଉଦ୍ୟମ କରିଛନ୍ତି । ଏ କଥା ବାରମ୍ବାର ପ୍ରମାଣିତ ହୋଇଛି । ସଦ୍ୟତମ ଘଟଣା କ୍ରମରେ ଯଦି କୋରୋନା ମହାମାରୀ ର ପ୍ରଥମ ଓ ଦ୍ୱିତୀୟ ଲହରକୁ ଦେଖିବା ତେବେ ଆପେ ଆପେ ମନେ ପଡିଯିବ ଯେ ନିଜେ ଅସୁସ୍ଥ ଥାଇ କେମିତି ଖବର ପାଇବା ମାତ୍ରେ ଲୋକଙ୍କ ପାଖକୁ ଆମ୍ବୁଲାନ୍ସ , ଅକ୍ସୀଜେନ , ଓ ରିଲିଫ ସାମଗ୍ରୀ ଧରି ଧାଇଁ ପଡୁଥିଲେ ।
ଗତ କିଛିଦିନ ତଳେ ବିଧାୟକ ରାୟପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନା ଶ୍ରୀ ବାଲଜି ହସ୍ପିଟାଲ କୁ ଯାଇଥିଲେ । ସେହି ହସ୍ପିଟାଲରେ ଦେଖିଲେ ଯେ ଓଡିଶାର 97 ଜଣ ରୋଗୀଙ୍କର ଚିକିତ୍ସା ଚାଲିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାୟପୁର ର ଏହି ହସ୍ପିଟାଲ ଟି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ରାଜ୍ୟ ସରକାର ଙ୍କର ସହିତ ଅନୁବନ୍ଧିତ । ଏତେ ସଂଖ୍ୟାରେ ଓଡ଼ିଶାର ରୋଗୀ ଦେଖି ଶ୍ରୀ ସିଂହ ଜଣ ଜଣ କରି ପ୍ରତ୍ୟେକ ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ହସ୍ପିଟାଲ ରେ ତାଙ୍କୁ କେମିତି ଚିକିତ୍ସା ଓ ବ୍ୟବହାର ପ୍ରଦାନ କରାଯାଇଛି ସେ ବାବଦରେ ପଚାରି ବୁଝିଥିଲେ । ମାନ୍ୟବର ବିଧାୟକ ଙ୍କୁ ନିଜ ହସ୍ପିଟାଲରେ ପାଇ ହସ୍ପିଟାଲ କତ୍ତୃପକ୍ଷ ମଧ୍ୟ ଖୁସି ଜାହିର କରି ସୋହେଲା ଠାରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର କରିବାଜୁ ଇଛା ପ୍ରକାଶ କରିଥିଲେ ।
ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଙ୍କର ପ୍ରଚେଷ୍ଟାରେଆସନ୍ତା ରବିବାର ତା : 07/08/22 ଦିନ ସକାଳ 10 ଘଣ୍ଟା ସମୟରେ ସୋହେଲା ଅଗ୍ରସେନ ଭବନରେ ରେ ରାୟପୁର ଶ୍ରୀ ବାଲଜି ହସ୍ପିଟାଲ ତରଫରୁ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯିବାର ସ୍ଥିର ହୋଇଛି । ଏହି ଶିବିରରେ , ଶ୍ରୀ ବାଲଜି ହସ୍ପିଟାଲ ର କାର୍ଡିଓଲୋଜି , ନ୍ୟୁରୋଲୋଜି , କିଡନି , ମୁତ ରୋଗ , ପେଟ ରୋଗ , ଅସ୍ଥି ରୋଗ , ଶିଶୁ ରୋଗ , ଚକ୍ଷୁ ରୋଗ , ନାକ ଗଲା କାନ , ଛାତି ରୋଗ , ମେଡ଼ିସିନ , ଓ ସ୍ତ୍ରୀ ରୋଗ ବିଭାଗ ର ପ୍ରାୟ 25 ଜଣ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । କୋଣସି ବ୍ୟକ୍ତି ଙ୍କର ଜେକୋଣସି ସ୍ୱାସ୍ଥ୍ୟ ସମସ୍ୟା ରହିଛି ନିର୍ଦ୍ଧାରିତ ସମୟରେ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହି ମାଗଣାରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ବିଶେଷଜ୍ଞ ଡାକ୍ତର ମନଙ୍କର ପରାମର୍ଶ ଲାଭ କରିବାକୁ ଆୟୋଜକ ତଥା ମାନ୍ୟବର ବିଧାୟକ ଶ୍ରୀ ସିଂହ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି ।

0
0
0
s2sdefault