ହେଡଲାଇନସ୍:

ରୋଟାରୀ କ୍ଲବ ଆନୁକୂଲ୍ୟରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ ( ବିଶ୍ୱଜିତ ନାୟକ ) – ନୟାଗଡ଼ ରୋଟାରୀ କ୍ଲବ ଆନୁକୂଲ୍ୟରେ ବରିଷ୍ଠ ରୋଟାରୀଆନ ସୁବୋଧ୍ୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ସଭାପତି ପ୍ରବିର କୁମାର ପୃଷ୍ଟି , ସମ୍ପାଦକ ବାସୁଦେବ ସାହୁ , ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ପ୍ରଦୀପ୍ତ କୁମାର ରଥ , ବୈଦ୍ୟ ଭୁଷଣ ମହାପାତ୍ର ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତି ରେ ସମ୍ବାଦ ଓ ସାମ୍ବାଦିକତା ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଆଲୋଚନା ଚକ୍ରରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଉତ୍ପଳ କୁମାର ସାହୁ, ରଜତ ପଟ୍ଟନାୟକ ପ୍ରମୁଖ ସମାଜରେ ସାମ୍ବାଦିକ ମାନଙ୍କ ଦାୟିତ୍ଵ ଏବଂ ସେମାନଙ୍କ ଭୁମିକା ସମ୍ପର୍କରେ ଆଲୋଚନା କରିଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଏହି ଆଲୋଚନାରେ ସାମ୍ବାଦିକ ମାନଙ୍କର କ୍ଷୋଭ , ସାମ୍ବାଦିକ ମାନଙ୍କର ହକ ଓ ସମ୍ବାଦିକଙ୍କର ପରିସୀମା ଏବଂ ସାମ୍ବାଦିକ ଟିଏ କିପାରି ନିଜର ସମ୍ବାଦ ପରିବେଷଣ କଲାବେଳେ ତାହା ସମାଜ ପ୍ରତି କି ପ୍ରଭାବ ପଡିଥାଏ ତାହା ଆଲୋଚନା କରାଯାଇଥିଲା ।ପରିଶେଷରେ ସାମ୍ବାଦିକତା ପରି ଏକ ମହାନ କଯ୍ୟରେ କିଛି ବ୍ୟକ୍ତି ବିଶେଷ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଆସୁଥିବାରୁ ବରିଷ୍ଠ ସାମ୍ବାଦିକଙ୍କ ମତରେ ଏହା ଏକ ପରିତାପର ବିଷୟ ବୋଲି ଆଲୋଚନା କରିଯାଇଥିଲା । ଶେଷରେ ଓଡ଼ିଆ ସାମ୍ବାଦିକତା ଦିବସ ଉତ୍ସବ ସଭାରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

0
0
0
s2sdefault