ହେଡଲାଇନସ୍:

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ର ପରାମର୍ଶଦାତା କମିଟିକୁ ମନୋନୀତ ହେଲେ ସାଂସଦ ମାନସ ମଙ୍ଗରାଜ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ : ବିଜେଡି ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଆଉ ଏକ ଗୁରୁ ଦାୟିତ୍ୱ ମିଳିଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଇଁ ଉଦ୍ଦିଷ୍ଟ ପରାମର୍ଶଦାତା କମିଟିକୁ ସଦସ୍ୟ ଭାବେ ମନୋନୀତ ହେଲେ ସାଂସଦ ଶ୍ରୀ ମଙ୍ଗରାଜ । ଏହି ନୂତନ ଦାୟିତ୍ୱ ପାଇବା ପରେ ଏହାର ସମସ୍ତ ଶ୍ରେୟ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ସହ ତାଙ୍କ ନିରବଛିନ୍ନ ପ୍ରେରଣା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଶ୍ରୀ ମଙ୍ଗରାଜ ରାଜ୍ୟସଭାକୁ ନିର୍ବାଚିତ ହେବାପୂର୍ବରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ । ବିଜେଡ଼ିର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ଦାୟିତ୍ୱରେ ଏବେ ବି ଅଛନ୍ତି । ରାଜନୀତିରେ ଯୋଗ ଦେବା ପୂର୍ବରୁ ଶ୍ରୀ ମଙ୍ଗରାଜ ଜଣେ ସାମ୍ବାଦିକ ଭାବେ ଦୀର୍ଘଦିନ ଦକ୍ଷତାର ସହ କାର୍ଯ୍ୟ କରିଥିଲେ | କିଛି ଦିନତଳେ ଶ୍ରୀ ମଙ୍ଗରାଜଙ୍କୁ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା ।

0
0
0
s2sdefault