ହେଡଲାଇନସ୍:

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ନିଜସ୍ୱ ଅର୍ଥ ରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଦରଦୀ ବନ୍ଧୁ ସାଜି ୨୫ ଜଣ ଦିବ୍ୟାଙ୍ଗ ଙ୍କୁ ବଣ୍ଟନ କଲେ ତିନିଚକିଆ ସ୍କୁଟି ଗାଡି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ଦିବ୍ୟାଙ୍ଗମାନଙ୍କ ପାଇଁ ସୁଖ, ଦୁଃଖ , ଦରଦୀ ବନ୍ଧୁ ସାଜି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୁର୍ବତନ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ତାଙ୍କ ନିଜସ୍ୱ ଅର୍ଥରୁ ୨୫ ଜଣ ଦିବ୍ୟାଙ୍ଗ ମାନଙ୍କୁ ତିନିଚକିଆ ସ୍କୁଟି ଗାଡି ପ୍ରଦାନ କରିଛନ୍ତି । ମାହାଙ୍ଗା ବ୍ଲକ ଅଳିଜୋଡା ସ୍ଥିତ ବାସଭବନରେ ବିଧାୟକ ପ୍ରତାପ ଜେନା ଉପସ୍ଥିତ ରହି ୨୫ ଜଣ ଦିବ୍ୟାଙ୍ଗ ମାନଙ୍କୁ ତିନିଚକିଆ ଗାଡି ବଣ୍ଟନ କରିବା ସହିତ ସମସ୍ତ ଦିବ୍ୟାଙ୍ଗ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବ୍ୟାଙ୍କ ଲୋନ ମାଧ୍ୟମରେ ଯାହାକିଛି ସହଯୋଗ ର ଆଵଶ୍ୟକତା ପଡିବ ତାହାକୁ ମଧ୍ୟ ଯୋଗାଇଦେବେ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ବିଧାୟକ ଶ୍ରୀ ଜେନାଙ୍କ ସହ ମାହାଙ୍ଗା ବ୍ଲକ ଅଧକ୍ଷା ଦିପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ନିଶ୍ଚିନ୍ତକୋଇଲି ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ନିଶ୍ଚିନ୍ତକୋଇଲି ବିଜେଡି ସଭାପତି ରମାକାନ୍ତ ମହାନ୍ତି ଙ୍କ ସମେତ ଜିଲ୍ଲା ପରିଷଦ ,ସରପଞ୍ଚ, ସମିତିସଭ୍ୟ, ବିଜୁ ଜନତା ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ତେବେ ବିଧାୟକ ପ୍ରତାପ ଜେନା ଦିବ୍ୟାଙ୍ଗମାନଙ୍କ ର ଦୁଃଖ ବୁଝିପାରି ସେମାନଙ୍କୁ ସହଯୋଗର ହାତ ବଢାଇଥିବାରୁ ସମସ୍ତ ଦିବ୍ୟାଙ୍ଗମାନେ ବିଧାୟକ ଶ୍ରୀ ଜେନାଙ୍କୁ ସାଧୁବାଦ ଜଣାଇଥିଲେ । ଏପରିକି ସମସ୍ତ ଦିବ୍ୟାଙ୍ଗମାନେ ବିଧାୟକଙ୍କ ଏଭଳି ସହଯୋଗ କୁ କେବେବି ଭୁଲିପାରିବେ ନାହଁ ବୋଲି ପ୍ରକାଶ କରିଛନ୍ତି ଏବଂ ଏହି ସହଯୋଗ ପାଇଁ ଚିରଦିନ ବିଧାୟକ ଙ୍କ ନିକଟରେ ରୁଣୀ ହୋଇ ରହିବେ ବୋଲି ପ୍ରକାଶ କରିଛନ୍ତି ।

ଗାଡି ପାଇଥିବା ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ମଧୁପୁର ପଞ୍ଚାୟତର ରବୀନ୍ଦ୍ର ବେହେରା, ଲଳିତଗିରି ର କୂଲଦୀପ ଦାସ , ମୁଲବସନ୍ତ ର ସରତ କୁମାର ବେହେରା , ସୁଶାନ୍ତ କୁମାର ସାହୁ, ମାହାଙ୍ଗା ର ସୁଧାକର ଭୋଇ, ମାୟାଧର ବାରିକ, ହଳଦିଆ ର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି, ହିମାଂଶୁ ସାହୁ, ପଲ୍ଲିସାହି କମଳାକାନ୍ତ ନାୟକ , ବାଜପୁର ସୁଧାଂଶୁ ନାୟକ , ରାହାଣିଆ ପ୍ରମୋଦ କୁମାର ସାହୁ , ସନ୍ତୋଷ ସାହୁ , ସାହାପୁର ଉର୍ମିଳା ଦାସ, ଉସୁମା ର ପ୍ରେମଲତା ସାହୁ, ନାହାଙ୍ଗ ର ପ୍ରଶାନ୍ତ ମଲ୍ଲ, ସମସରପୁର ପ୍ରକାଶ ନାୟକ, ଜଳେଶ୍ୱରପୁର ର ସ୍ମିତାଞ୍ଜଳି ନାୟକ, ହଳଦିଆ ର ପଞ୍ଚାନନ ଜେନା, ଭଦରେଶ୍ୱର ମହେଶ୍ୱର ମହାନ୍ତି, ଗୋତରା ରତ୍ରିଲୋଚନ ବେହେରା , ଜଳେଶ୍ୱରପୁର ଶତ୍ରୁଘନ ପାଣି , ଶ୍ରୀକୃଷ୍ଣପୁର ଜନ୍ମେଜୟ ବିଶ୍ୱାଳ, କିଶୋରନଗର ର ହରେକୃଷ୍ଣ ଓଝା, ସମ୍ପଦ ଭୂୟାଁ, ବିଚିତ୍ରାନନ୍ଦ ପରିଡା ପ୍ରମୁଖ ଙ୍କୁ ତିନିଚକିଆ ସ୍କୁଟି ଗାଡି ବିଧାୟକ ପ୍ରତାପ ଜେନାଙ୍କ ନିଜସ୍ୱ ଅର୍ଥରେ ବଣ୍ଟନ କରିଥିଲେ । ତେବେ ଏଭଳି ମହତ ପଦକ୍ଷେପ କୁ ବହୁ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରଶଂସା କରାଯାଇଛି ।

 

0
0
0
s2sdefault