‘ରେଡ୍‌ବ୍ଲୁ ରିଭଲ୍ୟୁସନ’ ଜରିଆରେ ପ୍ରଥମଥର ଭାରତର ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍‌କୁ ମିଳିବ ଏକ ନିର୍ଦିଷ୍ଟ ପରିଚୟ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 
  •  ଭାରତରେ ଆର୍ଥିକ ସ୍ୱାଧୀନତା ଆଣିବା ଲାଗି ଭାରତର ୭୫ତମ ସ୍ୱାଧୀନତା ଦିବସ ଅବସରରେ ରେଡ୍‌ବ୍ଲୁ ରିଭଲ୍ୟୁସନର ଶୁଭାରମ୍ଭ କରାଯାଇଛି

  •  ଲାଲ ରଙ୍ଗ ହେଉଛି ଅଭିବୃଦ୍ଧି ଓ ଶକ୍ତି ଏବଂ ନୀଳ ହେଉଛି ସୁରକ୍ଷା ଓ ବିଶ୍ୱାସର ପ୍ରତୀକ

ଭୁବନେଶ୍ୱର: ଚଳିତ ବର୍ଷ ସ୍ୱାଧୀନତାର ୭୫ତମ ବର୍ଷ ପୂରଣ ଭଳି ଐତିହାସିକ ଅବସରରେ ଭାରତ ପ୍ରଥମ ଧରଣର ରେଡ୍‌ବ୍ଲୁ ରିଭଲ୍ୟୁସନ (ବିପ୍ଳବ) ଦେଖିବ ଯାହା ହେଉଛି ଏକ ବ୍ରାଣ୍ଡ୍ ଅଭିଯାନ ଯାହାର ଲକ୍ଷ୍ୟ ହେଉଛି ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା । ଏହି ଆଉଟ୍‌ଲେଟ୍‌ଗୁଡ଼ିକୁ ଲାଲ ଓ ନୀଳ ରଙ୍ଗରେ ବ୍ରାଣ୍ଡିଂ କରାଯିବ ଯାହା ପାରମ୍ପରିକ ଭାବେ ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ସେବା ଶିଳ୍ପ ପାଇଁ ପସନ୍ଦ ହୋଇରହିଛି, ଯେଉଁଠାରେ ଲାଲ ହେଉଛି ଅଭିବୃଦ୍ଧି ଓ ଶକ୍ତିର ପ୍ରତୀକ ହୋଇଥିବା ବେଳେ ନୀଳ ହେଉଛି ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ । ପ୍ରତି ଟଚ୍‌ପଏଂଟ୍ ଜରିଆରେ ଏହି ପ୍ରମୁଖ ମନସ୍ତତ୍ୱ ସହ ସୌହାର୍ଦ୍ୟ ସୃଷ୍ଟି କରି ଗ୍ରାହକ ସମ୍ପର୍କରେ ଉନ୍ନତି ଆଣିବାରେ, ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ସେବା କ୍ଷେତ୍ରକୁ ସୁଦୃଢ଼ କରିବରେ ଏହା ସହାୟକ ହୋଇଛି । ପୁନଶ୍ଚ, ଏହି ଆଉଟ୍‌ଲେଟ୍‌ଗୁଡ଼ିକୁ ‘ସ୍ମାର୍ଟ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌’ ଭାବେ ବିଚାର କରାଯାଉଛି ଯାହା କ୍ଷେତ୍ର ସ୍ଥଳରେ ସରଳୀକୃତ ବ୍ୟବସ୍ଥା ସୃଷ୍ଟି କରିବାରେ ସହାୟକ ହୋଇଛି ।
ଭାରତର ଅଗ୍ରଣୀ ଗ୍ରାମୀଣ ଫିନ୍‌ଟେକ୍ ସଂସ୍ଥା ସ୍ପାଇସ୍ ମନି କ୍ଷେତ୍ର ଭିତିରେ ଏହାର ବ୍ୟାପକ ଉପସ୍ଥିତି ଜରିଆରେ ଜାଣିବାକୁ ପାଇଛି ଯେ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌ଗୁଡ଼ିକର ରଙ୍ଗ କିମ୍ବା ନାମକୁ ନେଇ ନିର୍ଦିଷ୍ଟ ପରିଚୟ ନଥିବାରୁ ଗ୍ରାମୀଣ ନାଗରିକମାନେ ନିଜ ଅଂଚଳରେ ଥିବା ଆଉଟ୍‌ଲେଟ୍‌ଗୁଡ଼ିକୁ ଜାଣିପାରନ୍ତି ନାହିଁ । ଏଭଳି ବହୁ ଆଉଟ୍‌ଲେଟ୍ ବିବିଧ ଉତ୍ପାଦ ବିକ୍ରି କରୁଥିବାରୁ ଏକ ଗହଳି ସ୍ଥାନରେ ନିର୍ଦିଷ୍ଟ ଷ୍ଟୋର୍‌କୁ ଜାଣିବା କିମ୍ବା ଚିହ୍ନଟ କରିବା କଷ୍ଟକର ହୋଇପଡ଼ୁଛି, ତେଣୁ ଦୃଶ୍ୟମାନତା ଦୁର୍ବଳ ରହୁଛି ଏବଂ ତେଣୁ କମ୍ ସଂଖ୍ୟକ ଗ୍ରାହକ ଆସୁଛନ୍ତି ଯାହା ଦ୍ୱାରା ଗ୍ରାମୀଣ ନାଗରିକମାନଙ୍କ ପାଖରେ ବ୍ୟାଙ୍କିଙ୍ଗ୍ ସେବା ପହଂଚିବା ସୀମିତ ହୋଇଯାଉଛି । ଗ୍ରାମୀଣ ନାଗରିକମାନଙ୍କ ମନରେ ଏହି ଆଉଟ୍‌ଲେଟ୍‌ଗୁଡ଼ିକୁ ସ୍ମାର୍ଟ ବ୍ୟାଙ୍କିଙ୍ଗ୍ ପଏଂଟ୍ ଭାବେ ପଞ୍ଜୀକୃତ କରିବା ଲାଗି ସ୍ପାଇସ୍ ମନି ପକ୍ଷରୁ ‘ରେଡ୍ ବ୍ଲୁ ରିଭଲ୍ୟୁସନ’ର ଶୁଭାରମ୍ଭ କରାଯାଇଛି ଏବଂ ଗ୍ରାମୀଣ ଗ୍ରାହକମାନେ ଯେଭଳି ନିଜ ଅଂଚଳର ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌କୁ ସୁବିଧାରେ ଚିହ୍ନଟ କରିପାରିବେ ତାହାକୁ ଏହା ନିଶ୍ଚିତ କରୁଛି ।
ଏହାକୁ ଏକ ଜାତୀୟ ସ୍ତରର ଅଭିଯାନରେ ପରିଣତ କରିବା ଲାଗି ଏକତ୍ରୀତ ହୋଇ ଏହି ଅଭିଯାନରେ ସାମିଲ ହେବା ପାଇଁ ଭାରତର ଗ୍ରାମୀଣ ଅର୍ଥନୀତିରେ ଆର୍ଥିକ ସେବା ପ୍ରଦାନ କରୁଥିବା ସମସ୍ତ ବ୍ୟବସାୟ ପାଖରେ ପହଂଚିବାକୁ କଂପାନି ଚାହୁଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ)ର ବାର୍ଷିକ ରିପୋର୍ଟ ୨୦୨୧-୨୨ ଅନୁଯାୟୀ, ୩୨,୫୭,୨୫୧ରୁ ଅଧିକ ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍ ଭାରତରେ ରହିଛି ଯାହା ଗ୍ରାମୀଣ ଜନସଂଖ୍ୟାକୁ ନଗଦ ଜମା, ନଗଦ ଉଠାଣ ପାଇଁ ଆଧାର ଭିତିକ ପେମେଂଟ୍ ବ୍ୟବସ୍ଥା, ମନି ଟ୍ରାନ୍ସଫର୍‌, ମିନି ଏଟିଏମ୍‌, ବୀମା, ଋଣ, ବିଲ୍ ପେମେଂଟ୍‌, ବ୍ୟାଙ୍କ୍‌/ଏନ୍‌ବିଏଫ୍‌ସିର ଗ୍ରାହକ/ଏଜେଂଟ୍‌/ ପ୍ରତିନିଧିଙ୍କ ପାଇଁ ନଗଦ ସଂଗ୍ରହ କେନ୍ଦ୍ର, ଏୟାରଟାଇମ୍ ରିଚାର୍ଜ, ଟୁରସ୍ ଆଣ୍ଡ୍ ଟ୍ରାଭେଲ୍‌, ଅନ୍‌ଲାଇନ୍ ସପିଙ୍ଗ୍‌, ପାନ୍ କାର୍ଡ ଏବଂ ଏମ୍‌ପିଓଏସ୍ ସେବା ଆଦି ବ୍ୟାପକ ସେବା ପ୍ରଦାନ କରିବାରେ ସହାୟକ ହେଉଛି । ଗ୍ରାହକମାନେ ଯେଭଳି ସ୍ମାର୍ଟ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌ଗୁଡ଼ିକୁ ସହଜରେ ଚିହ୍ନିପାରିବେ ଓ ଏକ ସ୍ଥାନୀୟ ବ୍ୟାଙ୍କିଙ୍ଗ୍ ପଏଂଟ୍ ଭାବେ ଏକ ସ୍ପଷ୍ଟ ଓ ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିବା ଓ ଅଧିକ ଗ୍ରାହକ ହାସଲ କରିବା ଓ ଗ୍ରାମୀଣ ଆର୍ଥିକ ସେବା ନେତୃତ୍ୱାଧୀନ ବ୍ୟବସାୟ ପ୍ରତି ଅଧିକ ଆଗ୍ରହ ଜାଗ୍ରତ କରିବା ଲାଗି ନିଜ ସପ୍‌ର ବାହାର ପାଶ୍ୱର୍ରେ ଲାଲ୍ ଓ ନୀଳ ରଙ୍ଗ ଲଗାଇବା ଲାଗି ରେଡ୍ ବ୍ଲୁ ରିଭଲ୍ୟୁସନ୍ ଜରିଆରେ ସ୍ପାଇସ୍ ମନି ଭାରତରେ ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍ ଥିବା ପ୍ରତିିଟି ବ୍ୟାଙ୍କିଙ୍ଗ୍ ଓ ଡିଜିଟାଲ୍ ସେବା ପ୍ରଦାନକାରୀଙ୍କୁ ସେମାନଙ୍କ ବ୍ରାଣ୍ଡ୍ ଓ କଂପାନି ଭିନ୍ନ ସମସ୍ତଙ୍କୁ ଆହ୍ୱାନ ଦେଇଛି ।
ଭାରତ ଅନେକ ବିପ୍ଳବ ଓ ଆନ୍ଦୋଳନ ଦେଖିଛି ଯାହା ମୁଖ୍ୟତଃ କୃଷି ସହିତ ଜଡ଼ିତ ଏବଂ ଉତ୍ପାଦନ କ୍ଷମତା ଓ ଗୁଣାତ୍ମକ ମାନ ବଢ଼ାଇବାରେ ସହାୟକ ହୋଇଛି । ସେହିପରି, ରେଡ୍ ବ୍ଲୁ ରିଭଲ୍ୟୁସନର ଲକ୍ଷ୍ୟ ହେଉଛି ରଙ୍ଗ ନାମ ସାହାଯ୍ୟରେ ଏକ ସ୍ପଷ୍ଟ ପରିଚୟ ପ୍ରଦାନ କରିବା ଲାଗି ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌ଗୁଡ଼ିକ ପାଇଁ ଏକ ସାମାଜିକ ଆନ୍ଦୋଳନ ସୃଷ୍ଟି କରିବା ।
ସ୍ପାଇସ୍ ମନିର ସହ ପ୍ରତିଷ୍ଠାତା ଓ ସିଇଓ ସଂଜୀବ କୁମାର କହିଛନ୍ତି ଯେ, “ବିଗତ ବର୍ଷଗୁଡ଼ିକରେ ଡିଜିଟାଲ୍ ଆର୍ଥିକ ସେବାରେ ଗ୍ରାମୀଣ ଭାରତରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଆମେ ଏହି କ୍ଷେତ୍ରରେ ଅଧିକ ଆଗକୁ ବଢ଼ିନାହୁଁ । ସାରା ଦେଶରେ ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌ଗୁଡ଼ିକ ସାମ୍ନା କରୁଥିବା ଅନ୍ୟତମ ସବୁଠୁ ବଡ଼ ଆହ୍ୱାନ ହେଉଛି ପରିଚୟ ଓ ସେମାନେ ବିଭିନ୍ନ ଅଂଚଳରେ ଗ୍ରାହକମାନଙ୍କୁ ପ୍ରଦାନ କରୁଥିବା ଆର୍ଥିକ ସେବାକୁ ନେଇ ସଚେତନତାର ଅଭାବ । ରେଡ୍ ବ୍ଲୁ ରିଭଲୁୃ୍ୟସନର ଶୁଭାରମ୍ଭ କରି ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଭଳି ଐତିହାସିକ ସମୟରେ ଏହି ଆହ୍ୱାନର ମୁକାବିଲା କରିବା ଲାଗି ସ୍ପାଇସ୍ ମନି ସଂକଳ୍ପବଦ୍ଧ ହୋଇଛି ଯାହା ଏହି କ୍ଷେତ୍ର ଲାଗି ଏକ ନିର୍ଦିଷ୍ଟ ପରିଚୟ ସୃଷ୍ଟି କରିବ ଏବଂ ସ୍ମାର୍ଟ ବ୍ୟାଙ୍କିଙ୍ଗ୍ ପଏଂଟ୍ ପାଇଁ ସଚେତନତା ସୃଷ୍ଟି କରିବ ଏବଂ ସାରା ଦେଶରେ ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟର ଉପସ୍ଥିତି୍‌କୁ ଆହୁରି ଆଗକୁ ବଢ଼ାଇବ ।’’
ଗ୍ରାମୀଣ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌ଗୁଡ଼ିକ ବ୍ୟାଙ୍କିଙ୍ଗ କରେସ୍‌ପଣ୍ଡେଂଟ୍‌/ ମର୍ଚାଂଟ୍‌/ ନାନୋପ୍ରେନ୍ୟୁଅର୍‌ଙ୍କ ଦ୍ୱାରା ପରିଚାଳିତ ହେଉଛି ଯେଉଁମାନେ ଭାରତର କୋଣ ଅନୁକୋଣରେ ବ୍ୟାଙ୍କ୍ ପହଂଚିନଥିବା କିମ୍ବା ଅଳ୍ପ ମାତ୍ରାରେ ପହଂଚିଥିବା ଅଂଚଳରେ ଘର ପାଖରେ ଆର୍ଥିକ ସେବା ପହଂଚାଇ ବ୍ୟାଙ୍କ୍ କିମ୍ବା ବ୍ୟାଙ୍କିଙ୍ଗ୍ ସହଯୋଗୀଙ୍କ ବର୍ଦ୍ଧିତ ହାତ ଭାବେ କାମ କରୁଛନ୍ତି ଓ ସେମାନଙ୍କୁ ସଂଗଠିତ ଆର୍ଥିକ ବ୍ୟବସ୍ଥାକୁ ଆଣିବାରେ ସହାୟକ ହେଉଛନ୍ତି । ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌ର ଉପସ୍ଥିତିକୁ ଆହୁରି ବଢ଼ାଇବା ଓ ସେବା ପାଇବାରୁ ବଂଚିବ ଲୋକମାନଙ୍କୁ ଆର୍ଥିକ ପରିସୀମାରେ ସାମିଲ କରି ଗ୍ରାମୀଣ ସହରାଚଂଳ ବୈଷମ୍ୟକୁ ଦୂର କରିବାରେ ସହାୟକ ହୋଇ ଶେଷ ଦୂରତା ପର୍ଯ୍ୟନ୍ତ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବାରେ ରେଡ୍ ବ୍ଲୁ ରିଭଲ୍ୟୁସନ୍ ପରିବର୍ତନର ବାର୍ତାବହ ସାବ୍ୟସ୍ତ ହେବ ।

0
0
0
s2sdefault