ଐତିହାସିକ ବାରବଖରାରେ ନିର୍ମାଣ ହେବ ପର୍ଯ୍ୟଟକ ସୁବିଧା କେନ୍ଦ୍ର ଓ ଭବ୍ୟ ଶିଶୁ ଉଦ୍ୟାନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଐତିହାସିକ ମହତ୍ୱ ରଖୁଥିବା ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟ ରେ ରହିଛି ଐତିହାସିକ ପୀଠ ବାରବଖରା । ପ୍ରତେକ ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖାରେ ପର୍ଯଟକ , ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଓ ପ୍ରକୃତିର କୋଳରେ କିଛି ସମୟ ଅତିବାହିତ କରିବା ପାଇଁ ଏଠାକୁ ଆସିଥାନ୍ତି । ଅନେକ ଗବେଷକ ମାନଙ୍କ ଆଗମନ ମଧ୍ୟ କ୍ରମାଗତ ଭାବରେ ହୋଇଥାଏ ।
ସ୍ଥାନୀୟ ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ପ୍ରୟାସ କ୍ରମେ ଏହି ଅଂଚଳରେ ପର୍ଯଟନ ର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଡ୍ରେବ୍ରିଗଡ଼ ଅଭୟାରଣ୍ୟରେ ଇତିମଧ୍ୟରେ ଅନେକ ବିକାଶ ମୂଳକ କାର୍ୟ୍ଯ ଚାଲିଥିବା ବେଳେ ଏବେ ବାରବଖରା ରେ ରାଜ୍ୟ ସରକାରଙ୍କ ତରଫରୁ ଏକ କୋଟି ଟଙ୍କା ବ୍ୟୟ ଅଟକଲ ରେ ଏକ ଭବ୍ୟ ପର୍ଯଟକ ସୁବିଧା କେନ୍ଦ୍ର ର ନିର୍ମାଣ ଆଗେଇ ଚାଲିଛି । ସେହିଭଳି ଏହି ଅଂଚଳରେ ଶିଶୁ ମାନଙ୍କର ମନୋରଞ୍ଜନ ପାଇଁ 25 ଲକ୍ଷ ଟଙ୍କା ବ୍ୟୟରେ ଏକ ଆଧୁନିକ ଶିଶୁ ଉଦ୍ୟାନ ର ନିର୍ମାଣ ପାଇଁ ପ୍ରସ୍ତୁତି ସରିଛି । ଆଜି ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ବାରବଖରା ପରିଦର୍ଶନ ରେ ଯାଇ ନିର୍ମାଣାଧୀନ ସୁବିଧା କେନ୍ଦ୍ରର କାର୍ୟ୍ଯ ତଦାରଖ କରିବା ସହିତ ପ୍ରସ୍ତାବିତ ଶିଶୁ ଉଦ୍ୟାନ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରିଥିଲେ । ଏହି ସୁବିଧା କେନ୍ଦ୍ର ଓ ଶିଶୁ ଉଦ୍ୟାନ ସମ୍ପୂର୍ଣ୍ଣ ଭାବରେ କାର୍ଯକ୍ଷମ ହେବା ପରେ ନିଶ୍ଚିତ ଭାବରେ ଆହୁରି ଅଧିକ ପର୍ଯଟକ ଓ ଗବେଷକ ଏହି ଐତିହାସିକ ପୀଠ କୁ ପଶ୍ଚିମ ଓଡ଼ିଶାର ଇତିହାସ , ସ୍ୱାଧୀନତା ସଂଗ୍ରାମରେ ଏହି ପୀଠର ମହତ୍ୱ ବିଷୟରେରେ ଅନେକ କିଛି ଜାଣି ପାରିବେ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।

0
0
0
s2sdefault