ହେଡଲାଇନସ୍:

ପନ୍ଦର ବର୍ଷ ପରେ କଂସାରି ଗୁଡା ଠାରେ ଉଦ୍ଘାଟନ ହେଲା ଆଦିତ୍ୟ ଆଲୁମିନା ପ୍ରକଳ୍ପ କାର୍ଯ୍ୟଳୟ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ :କାଶୀପୁର ବ୍ଲକ ପୋଡାପାଡ଼ି ପଞ୍ଚାୟତ ଅନ୍ତର୍ଗତ ଦୀର୍ଘ ଦିନର ଅପେକ୍ଷା ପରେ ଆଜି କଂସାରିଗୁଡା ଠାରେ ଆଦିତ୍ୟ ଆଲୁମିନା ପ୍ରକଳ୍ପ ର କାର୍ଯ୍ୟଳୟ ର ଶୁଭ ଉଦ୍ଘାଟନ ହୋଇଯାଇ ଅଛି ଯାହା କି ଅଞ୍ଚଳ ବାଶି ବିଶ୍ୱାସ କରି ପାରୁନାହାନ୍ତି । ଅଞ୍ଚଳବାସୀଙ୍କ ମନରେ ବିଭିନ୍ନ ପ୍ରକାର ସନ୍ଦେହ ସୃଷ୍ଟି ହେଉଛି ସତରେ କଣ କଂସାରିଗୁଡା ଠାରେ ରିଫାଇନରି ପ୍ରକଳ୍ପ ହେବ | ବିଗତ ଦିନରେ ଯେଉଁ ଜନ ଶୁଣାଣୀ କାର୍ଯ୍ୟକ୍ରମ ପୋଡ଼ାପାଡି ଉତ୍କଳ ମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ସେହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ଭାବେ ଆଦିତ୍ୟ ଆଲୁମିନା ପ୍ରକଳ୍ପ ର ଉପଦେଷ୍ଟା ସୁର୍ଯ୍ୟ କାନ୍ତ ମିଶ୍ର ଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ବନ୍ଧୁ ଏବଂ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର କର୍ମଚାରି ମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟ ମାନ ତଦା ରଖ କରୁଥିଲେ|
କିନ୍ତୁ ଆଜିର ଉଦଘାଟନ ଉତ୍ସବରେ କୌଣସି ସରକାରୀ କର୍ମଚାରୀ ନା ସ୍ଥାନୀୟ ବିଧାୟକ ସାଂସଦ ଓ ବ୍ଲକ ଅଧ୍ୟକ୍ଷ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ପୂର୍ବରୁ କାର୍ଯ୍ୟ ରତ ଥିବା ଆଦିତ୍ୟ ଆଲୁମିନା କର୍ମଚାରୀଙ୍କ ଦେଖା ମିଳିନଥିଲା |
ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଉତ୍କଳ ଆଲୁମିନା ପ୍ରକଳ୍ପ ମୂଖ୍ୟ ଶ୍ରୀ ମଜହର ବେଗ ଦୀପକ ରାଉତ ଙ୍କ ସହ ସ୍ଥାନୀୟ ପୋଡ଼ାପାଡି ସରପଞ୍ଚ ନିଲାବତି ମଣ୍ଡିଙ୍ଗା ବାଙ୍କମ୍ବ ପଞ୍ଚାୟତ ସରପଞ୍ଚ ପିଲକୁ ମାଝୀ,ସମିତି ସଭ୍ୟ ଶ୍ରୀନୁ ମାଝୀ ବିସ୍ଥାପିତ ଓ ପ୍ରଭାବିତ ପକ୍ଷରୁ ବିଜୟ ରତ୍ନ ଚୌଧୁରୀ, ଦୀନବନ୍ଧୁ ଝଡ଼ିଆ, ସଦା ଝଡିଆ, ରାଜେନ୍ଦ୍ର ଦୁରିଆ,ନୀଳକଣ୍ଠ ଝୋଡ଼ିଆ, କଂଶରୀ ଜାନୀ,ଅର୍ଜୀ ମାଝୀ,ମହେଶ୍ବର ହିକୋକା,ସିତ୍ୟା ମାଝୀ ଉପସ୍ଥିତ ରହିଥିଲେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟିକିରି ପୋଲିସ ପକ୍ଷରୁ ସୁରକ୍ଷା ଵେବସ୍ତା କଡାକଡି ରହିଥିଲା । |

0
0
0
s2sdefault