ହେଡଲାଇନସ୍:

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ନବ ଯୌବନ ଦର୍ଶନ ଓ ଘୋଷଯାତ୍ରା ପ୍ରାରମ୍ଭିକ କାର୍ଯ୍ୟକ୍ରମ ନେତ୍ରୋତ୍ସବ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଳକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ନବ ଯୌବନ ଦର୍ଶନ ଓ ଘୋଷଯାତ୍ରା ପ୍ରାରମ୍ଭିକ କାର୍ଯ୍ୟକ୍ରମ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଛି । ବିଗତ ସ୍ନାନପୂର୍ଣ୍ଣିମାଠାରୁ ଅଣସରରେ ଥିବା ଦାରୁ ବିଗ୍ରହମାନେ ଆଷାଢ ଶୁକ୍ଳ ପ୍ରତିପ୍ରଦା ତିଥିରେ ଭକ୍ତମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି । ଏହି ଅବସରରେ ପୂଜକ, ପଣ୍ଡାପଡିହାରୀମାନେ ସଠିକ୍ ନୀତି ନିର୍ଘ ଅନୁଯାୟୀ ସ୍ୱତନ୍ତ୍ର ନୀତିମାନ କରିଛନ୍ତି । ସଂଧ୍ୟାରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଜମିଥିଲା । ସେହିପରି ରଥରେ ନେତ ଚଢାଇବା ପାଇଁ ଶ୍ରୀଜୀଉଙ୍କର କୂଳପୁରୋହିତ ବନବିହାରୀ ମିଶ୍ରଙ୍କ ଦ୍ୱାରା ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା । ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀମନ୍ଦିର ଓ ରଥର ନେତକୁ ରଥ ଚାରିପଟେ ଶୋଭାଯାତ୍ରାରେ ଭ୍ରମଣ କରିବା ପରେ ମୁଖ୍ୟ କାରିଗର ଧ୍ରୁବଚରଣ ମହାରଣା ରଥ ଉପରେ ନେତ ଲଗାଇଥିଲେ । ଏହାପରେ ଶ୍ରୀମନ୍ଦିରରେ ଓ ଗୁଣ୍ଡିଚା ମନ୍ଦିରରେ ନେତ ଲଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର ମହାରଣା, ହରେକୃଷ୍ଣ ମହାରଣା, ଦେବେନ୍ଦ୍ର ମହାରଣା, ସଞ୍ଜୟ ଦାସ, ଚନ୍ଦନ ଓଝା ପ୍ରମୁଖ ଉପସ୍ଥିତ ଥିଲେ । ମ୍ୟାନେଜିଂ ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା, ସଭ୍ୟ ରାଜେନ୍ଦ୍ର ମୋହନ କର, ଚୌଧୁରୀ ଅଜୟ କୁମାର ରଥ, ଶ୍ରୀଜୀଉଙ୍କ ତହସିଲଦାର ଅଚ୍ୟୁତାନନ୍ଦ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault