ହେଡଲାଇନସ୍:

ଉତ୍ସର୍ଗୀକୃତ ନିସ୍ୱାର୍ଥପର ସେବା, ଉଚ୍ଚକୋଟୀର ସାହିତ୍ୟ, ନିରପେକ୍ଷ ସାମ୍ବାଦିକତା ପାଇଁ ଉତ୍କଳମଣୀ ଚିର ସ୍ମରଣୀୟ ହୋଇ ରହିବେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୪ତମ ପୂଣ୍ୟତିଥି ଦିବସ ପାଳିତ 

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ଉତ୍କଳମଣୀ ପୂଣ୍ୟତ୍ମା ଗୋପବନ୍ଧୁ ଦାସଙ୍କ ୯୪ତମ ପୂଣ୍ୟତିଥି ଦିବସ ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି । ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ମଲ୍ଲିକଙ୍କ ସଭାପତିତ୍ୱ ଏବଂ ସ୍ଥାନୀୟ ସମାଜପ୍ରତିନିଧି ସୁରେନ୍ଦ୍ରନାଥ ରାଉତଙ୍କ ସଂଯୋଜନାରେ ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପାଇଥିବା ଅବସରପ୍ରାପ୍ତ ଶିକ୍ଷକ ଶାରଦା ପ୍ରସାଦ ମିଶ୍ର ଯୋଗଦେଇ ନିସ୍ୱାର୍ଥପର ସେବା, ଉଚ୍ଚକୋଟୀର ସାହିତ୍ୟ ରଚନା, ନିରପେକ୍ଷ ସାମ୍ବାଦିକତା ଏବଂ ଭାରତ ସ୍ୱାଧୀନତା ଆନ୍ଦୋଳନରେ ଉତ୍ସର୍ଗୀକୃତ ପାଇଁ ଉତ୍କଳମଣୀ ରାଜ୍ୟବାସୀଙ୍କଠାରେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟସାରସ୍ୱତ ସାଧକ ଫକୀର ଚରଣ ନାୟକ ଯୋଗଦେଇ ମାତ୍ର ୫୧ ବର୍ଷ ବୟସରେ ଉତ୍କଳମଣୀ ସମାଜପାଇଁ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଯୁବପିଢୀ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେଲେ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ଉତ୍କଳଜ୍ୟୋତି ରଘୁନାଥ ମହାନ୍ତି, କବି ସଚ୍ଚିଦାନନ୍ଦ ମିଶ୍ର, ଶିଶୁ ସାହିତ୍ୟିକ ଶ୍ୟାମସୁନ୍ଦର ଲେଙ୍କା, ଶିକ୍ଷାବିତ୍ ଭାବଗ୍ରାହୀ ରାଉତ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଲେଙ୍କା, ପାର୍ବତୀ ନନ୍ଦ, ସିଆରସିସି ନରେନ୍ଦ୍ରନାଥ ସାହୁ, ଶିକ୍ଷୟିତ୍ରୀ ମିନତୀ ସାହୁ ପ୍ରମୁଖ ଯୋଗଦେଇ ଉତ୍କଳମଣୀଙ୍କର ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ । ଶିକ୍ଷୟତ୍ରୀ ମିନତୀ କୁମାରୀ ପଣ୍ଡା, ଶୁଭଲକ୍ଷ୍ମୀ ଦାସ, ନମିତା ବେହେରା, ମଧୁସ୍ମିତା ଆଚାର୍ଯ୍ୟ, ଚନ୍ଦ୍ରକଳା ବେହେରା, ମମତା ସେନାପତି, ସଂଯୁକ୍ତା ବେହେରା, ସଂଗୀତା ନାୟକ, ଶିକ୍ଷକ ସୁବ୍ରତ କୁମାର ବେହେରା, ପବନ କୁମାର ମଲ୍ଲିକ, ପ୍ରସୁନ୍ନ ମହାନ୍ତି, ଦେବଦୁଲ୍ଲଭ ରାଉତରାୟ, ପ୍ରମୋଦ ସରଣ, ପ୍ରଶାନ୍ତ ମହାରଣା ପ୍ରମୁଖ ଯୋଗଦେଇ ଉତ୍କଳମଣୀଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କୁ ମିଷ୍ଠାନ୍ନ ବ ନ କରାଯାଇଥିଲା । ସେହିପରି ଭାବେ ନିଶ୍ଚିନ୍ତକୋଇଲି ପ ।ୟତ ପ୍ରହ୍ଲାଦ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣୀ ଗୋପବନ୍ଧୁଙ୍କ ପ୍ରତିମୂ ର୍ୀ ନିକଟରେ ତାଙ୍କର ୯୪ତମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱ ଏବଂ ସମାଜପ୍ରତିନିଧି ସୁରେନ୍ଦ୍ରନାଥ ରାଉତଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ନବଦ୍ୱୋୟ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଫକୀର ଚରଣ ନାୟକ ଯୋଗଦେଇ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ସମାଜପକ୍ଷରୁ ପାଳନ କରାଯାଉଥିବା ସେବା ସପ୍ତାହ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ସମାଜ ଅନୁଷ୍ଠାନକୁ କୃତଜ୍ଞତା ଜଣାଇଥିଲେ । ଉତ୍କଳମଣୀଙ୍କ ମାନସ ସନ୍ତାନ ସମାଜ ଖବରକାଗଜ ଓ ସତ୍ୟବାଦୀ ସାହିତ୍ୟ ପତ୍ରିକା ଏବେ ମଧ୍ୟ ଘରେ ଘରେ ଲୋକପ୍ରିୟ ହୋଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ନିରଞ୍ଜନ ଶତପଥି, ଅଧ୍ୟାପକ ସୁନୀଲ କୁମାର ଦାଶ, ଅଧ୍ୟାପକ ପ୍ରଶାନ୍ତ ଭାରତୀ, ଅଧ୍ୟାପକ ଡ. ଅଲେଖ ଚନ୍ଦ୍ର ସାମଲ, ମୁରଲୀଧର ପୃଷ୍ଟି, ମନୋରଥ ଭୂୟାଁ, ଏମ୍ ଗାମାରଂଜନ, ଅକ୍ଷୟ କୁମାର ରଥ, ଅଧ୍ୟାପିକା ସୁମିତ୍ରା ସାହୁ, ଅଧ୍ୟାପିକା ଅନୁପମା ପୁହାଣ, ଅଧ୍ୟାପିକା ସୋନାଲି ମହାପାତ୍ର, ଭାରତୀ ସାହୁ, ମଧୁସ୍ମିତା ମହାନ୍ତି, ଆଲିଆ ଜାନିବ୍ ମୁସ୍ତାଫା, ଚନ୍ଦନା ବେହେରା, ଶୁଭଲକ୍ଷ୍ମୀ ସାମଲ ପ୍ରମୁଖ ଉପସ୍ଥିତ ହୋଇ ଉତ୍କଳମଣୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସ୍ମୃତି ଚାରଣ କରିଥିଲେ ।

0
0
0
s2sdefault