ହେଡଲାଇନସ୍:

ଚାଲିଛି ମେସିନ୍ ରେ ମହାବନ୍ଧ : ଦିଗହରା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ପଣ୍ଡ ହେଉଛି ନିଶ୍ଚିତ କର୍ମ ନିଯୁକ୍ତି ଲକ୍ଷ୍ୟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିଥିବା କେନ୍ଦ୍ର ସରକାରଙ୍କ ବହୁମୁଖୀ ଯୋଜନା ଯୋଜନା ମଧ୍ୟରେ ସୀମିତ ରହିଯାଇଛି । କେନ୍ଦ୍ର ସରକାରଙ୍କ ଏକ ଲୋକାଭିମୁଖୀ ଯୋଜନା ମଧ୍ୟରେ ରହିଛି ଅମୃତ ସରୋବର ଯୋଜନା, ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା , ଆବାସ ଯୋଜନାମାନଙ୍କରେ ,ଯାହା ବ୍ଲକ ପ୍ରଶାସନ ତଥା ଏହାର ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ କାର୍ଯ୍ୟ କରୁଥିବା ଠିକାଦାର ମିଳିତ ଭାବେ ମେସିନ ଦ୍ବାରା କାର୍ଯ୍ୟ କରୁଥିବା ପ୍ରମାଣ ସାମ୍ନାକୁ ଆସୁଛି। ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ବ୍ୟବସ୍ଥାରେ କେବଳ ସେହି ଅଞ୍ଚଳର ଜନସାଧାରଣ କାର୍ଯ୍ୟ କରିବା ପାଇଁ ପ୍ରଭାଧନ ଥିଲାବେଳେ, ଏହି ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲାର ଶ୍ରମିକ ଦାଦନ ଖଟିବାକୁ ବାହାରକୁ ଯାଇ ଅନେକ ନିର୍ଯାତନାର ଶିକାର ହେବାର ଅଭିଯୋଗ ଥିବାବେଳେ , ଦଲାଲ, ଠିକାଦାର, ଯନ୍ତ୍ରୀ ତଥା ବ୍ଲକ ପ୍ରଶାସନର ମିଳିତ ସହଭାଗିତାରେ ଏହିଭଳି ଅନେକ ଅନେକ ଯୋଜନା ବାଟମାରଣା, ହରିଲୁଟ ହେଉଥିବାର ବାରମ୍ବାର ଅଭିଯୋଗ ଶୁଣିବାକୁ ମିଳୁଛି। ହେଲେ କାରଣ ଅସ୍ପଷ୍ଟ ଭାବରେ ଜନମାନସରେ ଏକ ଅନ୍ଧାରିଆ ରାତିର ବାଡ଼ି ନ ଥିବା ବାଟୋଇ ଭଳି ଏବେ ସାଧାରଣ ମଜୁରିଆ । ନା କାମ କରିବାକୁ କାମ ମିଳୁଛି ନା ନବରବଙ୍ଗପୁର ଜିଲ୍ଲାର କୋଣେ ଅନୁକୋଣେ ମହାବନ୍ଧ ଯୋଜନାର ସଠିକ ନିରୀକ୍ଷଣ ଅଛି । ଜିଲ୍ଲା ପ୍ରଶାସନ କୁ ଏହି କାମର ନିରୀକ୍ଷଣ କୁ ସମୟ ନାହିଁ ନା ଯନ୍ତ୍ରୀ ,ଗୋଷ୍ଟିଉନ୍ନୟ ଅଧିକାରୀ ମିଟିଙ୍ଗ ଉପରେ ମିଟିଙ୍ଗ ଆଳରେ ସଠିକ ଦେଖାରେଖା କରିବା କଷ୍ଟ ହୋଇ ପଡୁଛି ।।
ଦେଖିବାକୁ ବାକିରହିଲା ଜିଲ୍ଲା ପ୍ରଶାସନ କେନ୍ଦ୍ର ସରକାରଙ୍କ ଏହିସବୁ ବହୁମୁଖି ଯୋଜନାକୁ କିପରି ଭାବରେ ଅନୁଧ୍ୟାନ ଓ ସମୀକ୍ଷା କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।।

0
0
0
s2sdefault