ହେଡଲାଇନସ୍:

ଟାଟା ଷ୍ଟିଲ ମେଡ଼ିକା ହସ୍ପିଟାଲ ପକ୍ଷରୁ ସମ୍ପୁର୍ଣ୍ଣ କହୁଣି ପ୍ରତ୍ୟାରୋପଣର ବିରଳ ଅସ୍ତ୍ରୋପଚାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/କଳିଙ୍ଗନଗର: ଓଡ଼ିଶାର ଯାଜପୁର ଜିଲ୍ଲା ଡୁବୁରୀଠାରେ ଅବସ୍ଥିତ ଟାଟା ଷ୍ଟିଲ ମେଡ଼ିକା ହସ୍ପିଟାଲ ୭୦ ବର୍ଷୀୟ ରୋଗୀ ଶ୍ରୀ ଚନ୍ଦ୍ରମୋହନ ଟିଉଙ୍କ ସମ୍ପୁର୍ଣ୍ଣ କହୁଣିର ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରିବା ସହିତ ଆଉ ଏକ ବିରଳ ସଫଳତା ହାସଲ କରିଛି । ଯାଜପୁରର ଗୋବରଘାଟି ଠାରେ ଅବସ୍ଥିତ ବିଶ୍ରାମୁଣ୍ଡା କଲୋନୀରେ ରହୁଥିବା ଶ୍ରୀ ଟିଉଙ୍କ ୩ ମାସ ପୂର୍ବରୁ କହୁଣିରେ ଫ୍ୟାକ୍‌ଚର ହୋଇଥିଲା । ଅସ୍ତ୍ରୋପଚାର ଭୟରେ ସେ ଯୋଗ୍ୟତାପ୍ରାପ୍ତ ନଥିବା ଏକ ସ୍ଥାନୀୟ ବଇଦ ନିକଟକୁ ଚିକିତ୍ସା ପାଇଁ ଯିବା ଫଳରେ ତାଙ୍କ ଯନ୍ତ୍ରଣା ବଢିଯିବା ସହିତ କହୁଣି ହଲାଇବା କଷ୍ଟକର ହୋଇଯାଇଥିଲା । ଏପରିକି ସେ ନିଜ ହାତରେ ଖାଇବା ମଧ୍ୟ ସମ୍ଭବପର ହେଉନଥିଲା ।
ସମସ୍ତ ଆଶା ହରାଇବା ପରେଯେପରି ନିଜର ଦୈନନ୍ଦିନ କାର୍ଯ୍ୟ ନିଜେ କରିପାରିବେ ଏଇ ଗୋଟିଏ ମାତ୍ର ଇଛା ନେଇ ସେ ଟାଟା ଷ୍ଟିଲ ମେଡ଼ିକା ହସ୍ପିଟାଲକୁ ଆସିଥିଲେ । ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗର ଜଏଂଟ ରିପ୍ଲେସ୍‌ମେଂଟ ବିଶେଷଜ୍ଞ ଡଃ ସୁଧାଂଶୁ ଶେଖର ଦାସ ସମ୍ପୁର୍ଣ୍ଣ କହୁଣୀ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ବିଷୟରେ ରୋଗୀଙ୍କୁ ପରାମର୍ଶ ଦେଇଥିଲେ । ୩ ଘଂଟାର ଅସ୍ତ୍ରୋପଚାର ପରେ କହୁଣିକୁ ପ୍ରତ୍ୟାରୋପଣ କରାଯାଇଥିଲା ଓ ମାତ୍ର ୨ ଦିନରେ ଆରୋଗ୍ୟ ଲାଭକରିବା ପରେ ରୋଗୀ ନିଜ ହାତକୁ ପୁନର୍ବାର ବ୍ୟବହାର କରିପାରିଥିଲେ ।
ଆରୋଗ୍ୟ ଲାଭ କରିବା ପାଇଁ ଟାଟା ମେଡ଼ିକା ଟିମ୍‌କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି ଯେ, “ହସ୍ପିଟାଲ ଆସିବା ପୂର୍ବରୁ ମୋର ଯନ୍ତ୍ରଣା ବେଶ କଷ୍ଟଦାୟକ ଥିଲା ଏବଂ କହୁଣିର ଅବସ୍ଥାକୁ ନେଇ ମୁଁ ଅନିଶ୍ଚିତତାରେ ଥିଲି । ଆବଶ୍ୟକ ପରାମର୍ଶ ପାଇଁ ହସ୍ପିଟାଲକୁ ଧନ୍ୟବାଦ ଓ ସଠିକ୍ ସମୟରେ ହସ୍ପିଟାଲର ଚିକିତ୍ସା ଯୋଗୁଁ ମୁଁ ଖୁବ ଶୀଘ୍ର ଆରୋଗ୍ୟ ଲାଭ କରିପାରିଛି” ।
ଡଃ ସୁଧାଂଶୁ ଶେଖର ଦାସ ଏହି ଅସ୍ତ୍ରୋପଚାର ସମ୍ପର୍କରେ କହିଛନ୍ତି ଯେ, “କହୁଣି ପ୍ରତ୍ୟାରୋପଣ ମାମଲା ଖୁବ ବିରଳ, ଓଡ଼ିଶାରେ ପ୍ରତିବର୍ଷ ସାଧାରଣତଃ ଏପରି ୫ ରୁ ୧୦ ମାମଲା ଦେଖିବାକୁ ମିଳିଥାଏ । ସଠିକ୍ ସମୟରେ ରୋଗୀକୁ ହସ୍ପିଟାଲରୁ ଛଡ଼ାଯାଇଥିବାରୁ ଅସ୍ତ୍ରୋପଚାରର ସଫଳତା ଓ ରୋଗୀର ଅବସ୍ଥାକୁ ନେଇ ଆମେ ଅତ୍ୟନ୍ତ ଖୁସି ଅନୁଭବ କରୁଛୁ” ।
ଅସ୍ଥିଶଲ୍ୟ, ସାଧାରଣ ଅସ୍ତ୍ରୋପଚାର, ଚକ୍ଷୁ, ନାଶା ଓ ଗଳା, ଜଳାପୋଡ଼ା ବିଭାଗ ଓ ପ୍ଲାଷ୍ଟିକ୍ ସର୍ଜରୀ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଚିକିତ୍ସା ପାଇଁ ଉଚ୍ଚମାନର ଯୋଗ୍ୟତାପ୍ରାପ୍ତ ଟ୍ରମା କେୟାର ଟିମ୍ ପାଇଁ ଜିଲ୍ଲାରେ ଟାଟା ଷ୍ଟିଲ ମେଡ଼ିକା ହସ୍ପିଟାଲର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ।

 

0
0
0
s2sdefault