ହେଡଲାଇନସ୍:

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ‘ଚନ୍ଦନ ଯାତ୍ରା’ ଉପଲକ୍ଷେ ଆୟୋଜିତ ‘ମାହାଙ୍ଗା ମହୋତ୍ସବ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ରସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଚନ୍ଦନ ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ମାହାଙ୍ଗା ମହୋତ୍ସବ ୪ର୍ଥ ଦିନରେ ପହଂଚିଛି । ଏହି ଉତ୍ସବରେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଓରମାସ ଷ୍ଟଲ, ରାମ ଦୋଳି, ଚକ୍ରି ଦୋଳି, କୃଷି ଓ କୃଷକ ଉଦ୍ୟାନର ବୃକ୍ଷ, କଳାକୃତି ଅତି ଚିତାକର୍ଷକ ହୋଇଥିବାରୁ ସ୍ଥାନୀୟ ବହୁ ଗ୍ରାମ ପଂଚାୟତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ, କୁନି କୁନି ପିଲା, ଯୁବକ , ଯୁବତୀ, ମାଆ , ଭଉଣୀ ମାନେ ଯୋଗଦାନ କରି ବେଶ ଆନନ୍ଦଲାଭ କରିପାରିଛନ୍ତି । ମହାପ୍ରଭୁଙ୍କ ପାରମ୍ପରିକ ଚନ୍ଦନ ଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ କଟକ ଜିଲ୍ଲା ସମେତ ରାଜ୍ୟ ସ୍ତରରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ବୋଲି ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ଶ୍ରଦ୍ଧାଳୁ ଭକ୍ତମାନେ ମତପ୍ରକାଶ କରିଛନ୍ତି । ପ୍ରଥମ ଦିନରେ ଶ୍ରୀ ଜୀଉଙ୍କ ମନ୍ଦିର ସମ୍ମୁଖରେ ୧୦୦୮ ମହିଳାମାନେ ଉପସ୍ଥିତ ରହି ସମୂହ ଦୀପଦାନ କରିଥିଲେ । ଅପରପକ୍ଷରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ପ୍ରଥମ ,ଦ୍ୱିତୀୟ,ତୃତୀୟ,ଚତୁର୍ଥ ଦିନରେ ବହୁ ନାମୀଦାମୀ ସଂଗୀତ ଷ୍ଟାରଙ୍କ ଦ୍ୱାରା ସଂଗୀତ ପରିବେଷଣ, ବଲାଙ୍ଗୀର, ସମ୍ବଲପୁର ତରଫରୁ ଓଡ଼ିଶୀ ନୃତ୍ୟ, ରଙ୍ଗଶାଳା , ଭବାନୀପାଟଣାର ସିଙ୍ଗାରୀ ନୃତ୍ୟ, ପଶୁ ନୃତ୍ୟ, ଟ୍ରାକ୍ ଗାୟକ ମାନଙ୍କ ଦ୍ୱାରା ସଂଗୀତ ପରିବେଷଣ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ ଦର୍ଶକମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଏହା ସମ୍ଭବ ହୋଇପାରିଥିବାରୁ ସ୍ଥାନୀୟ ଅଂଚଳବାସୀ ମନ୍ତ୍ରୀଙ୍କୁ ଏହାର ଶ୍ରେୟ ପ୍ରଦାନ କରିଛନ୍ତି । ଏହି ଉତ୍ସବ ରେ ମନ୍ଦିର ଟ୍ରଷ୍ଟି ଧିରେନ୍ଦ୍ରନାଥ ବେହେରା, ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ବ୍ଲକ ଅଧ୍ୟକ୍ଷା ରୋଜୀ ସେଠୀ, ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ପ୍ରାକ୍ତନ ଅଧ୍ୟକ୍ଷା ସବିତା ଓଝା,ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର,ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଉମାଶଙ୍କର ବିଶ୍ୱାଳ, ମାହାଙ୍ଗା ପ୍ରାକ୍ତନ ଅଧ୍ୟକ୍ଷ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ସରପଂଚ ତିଳୋତମା ରାଉତ, ଯୁବନେତା ଜ୍ଞାନରଂଜନ ରାଉତ,ଜିଲ୍ଲା ପରିଷଦ ସଭ୍ୟ ବିପ୍ଳବ କାପ, ଭୂପତିଭୂଷଣ ଷଣ୍ଢ, ଜସ୍ମିତା ସେଠୀ, ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଅନୀଲ ଭୂୟାଁ, ଯୁବ ସଂଗଠକ ପ୍ରମୋଦ ସ୍ୱାଇଁ, କ୍ଷୀରୋଦ ଷଢଙ୍ଗୀ, ବ୍ଲକ ବିଜେଡି ସଂପାଦକ ନଗେନ୍ଦ୍ର ଷଢଙ୍ଗୀ,ବ୍ଲକ ଛାତ୍ର ବିଜେଡ଼ି ସଭାପତି ସତ୍ୟଜିତ୍ ମହାପାତ୍ର,କାର୍ଯ୍ୟକାରୀ ସଭାପତି ସୁଶାନ୍ତ ନାୟକ,ସଂଯୋଜକ ଏମଡ଼ି ଅମିନ୍ ଖାଁ,ଅବଦୁଲ ଅମ୍ରାନ ଖାନ୍‌,ରୁଦ୍ର ମହାନ୍ତି, ବୁବୁ ସାହୁ,ଶୁଭମ ଦାସ,ଅମୂଲ୍ୟ କୁମାର ମଲିକ,ପ୍ରିୟବ୍ରତ ସାହୁ,ପଦ୍ମନାଭ ତ୍ରିପାଠୀ ଙ୍କ ସମେତ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗାର ବହୁ ଯୁବ, ଛାତ୍ର , ବିଜେଡି ସଂଗଠକ ଓ ସ୍ଥାନୀୟ ଅ ଳବାସୀମାନେ ଉପସ୍ଥିତ ରହିଥିଲେ । ତେବେ ଏହି ମହୋତ୍ସବର ଉଦ୍‌ଯାପନୀ ଉତ୍ସବ ୨୩ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ ।

0
0
0
s2sdefault