ହେଡଲାଇନସ୍:

ଗୋଚାଲାଣକାରୀଙ୍କ ଗୁଳି ମାଡ଼ରେ ଦୁଇ ଆହତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୁରଭଞ୍ଜ ରୁ ଦୀପୁ ମହାପାତ୍ର: ଯଶିପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ବେଗନା ଟୋଲଗେଟ ନିକଟରେ ଘଟିଛି ଏପରି ଘଟଣା ।ଆଜି ସକାଳୁ ସକାଳୁ କିଛି ଗୋ ଚାଲାଣକାରୀ ଏକ ଟ୍ରକରେ କଲିକତା ଅଭିମୁଖେ ଗୋ ଚାଲାଣ କରୁଥିବା ଖବର ପାଇ କିଛି ଦେଵସେନାର ଗୋ ସୁରକ୍ଷା କର୍ମୀ ଟୋଲଗେଟ ନିକଟକୁ ଯାଇ ଗାଡିକୁ ଅଟକାଇବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହଇଥିଲା । ତେବେ ପାଟିତୁଣ୍ଡ ଏତେ ଉଗ୍ରଥିଲା ଯେ ଗୋ ଚାଲାଣ କାରୀ ଗୋ ସୁରକ୍ଷା କର୍ମୀ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ । ଫଳରେ ଦୁଇ ଗୋ ସୁରକ୍ଷା କର୍ମୀ ଗୁରୁତର ଆହତ ହଇଥିବା ଜଣା ପଡ଼ିଛି ।ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ହାତରେ ଗୁଳି ବାଜିଥିବା ଜଣାପଡ଼ିଛି । ଆହତ ମାନେ ହେଲେ ଦୀପକ ସାହୁ ଓ ଗୁଡୁ ବୋଲି ଜଣା ପଡିଛି ତେବେ ଗୁରୁତର ଉଭୟଙ୍କୁ ବାରିପଦା PRM ମେଡ଼ିକାଲ କୋଲେଜକୁ ପଠେଇ ଥିବାର ସୂଚନା ।ଅନ୍ୟପଟେ ଘଟଣାକୁ ଗୁରୁତର ସହିତ ଜଶୀପୁର ପୋଲିସ ନେଇ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି ।ତେବେ ଘଟଣା ସ୍ଥଳରୁ ଦୁଇଟି ବୋଲେରୋ ଗାଡିରେ ଦୁର୍ବୁତ୍ତମାନେ ଫେରାର ହଇ ଯାଇଥିବା ପୋଲିସ ସୂଚନା ଦେଇଛି ।

0
0
0
s2sdefault