ହେଡଲାଇନସ୍:

ଇଏ କି ପ୍ରକାର ଚାଉଳ, ପ୍ରଶାସନ ଜାଣିଛି ତ !

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 
  • ଖାଉଟିଙ୍କ ଅଭିଯୋଗ ମିଳିଛି ପ୍ଲାଷ୍ଟିକ୍ ଚାଉଳ, ପାଣି ରେ ପକାଇଲେ ଚାଉଳ ଭାସୁଛି।

  • ଖାଇଲେ ଦାନ୍ତରେ ଲାଗି ଯାଉଛି, ପେଟ ବ୍ୟଥା ହେଉଛି

କଲ୍ୟାସିଂହପୁର ରୁ ପ୍ରଦିପ ଦଲାଇ:କିଛି ଦିନ ପୂର୍ବେ ଆପଣ ମାନେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ଶୁଣିଥିବେ । କିଛି ଜିଲ୍ଲାରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଥିବା ନଜରକୁ ଆସିଥିଲା। କିନ୍ତୁ ଆଜି ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଗପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ର ନନ୍ଦେନି ଗାଁ ରେ ପ୍ଲାଷ୍ଟିକ୍ ଚାଉଳ ମିଳିଥିବା ଅଭିଯୋଗ ଆସିଛି ।
୨୫/୦୫/୨୨ ତାରିଖ ରେ ନନ୍ଦେନି ଗାଁ ର ସୁନା ଧର ଅଦପରିଆ, ଙ୍କ ସ୍ତ୍ରୀ ରୁଖା ଅଦପରିଆ, ସୁନାଖଣ୍ଡି ପଂଚାୟତ କୁ ଯାଇ ତିନି ମାସ ର ଚାଉଳ ୫୦ କିଲୋ ନେଇ ଘର କୁ ଆସିଥିଲେ ।ରୋଷେଇ କରିବା ପାଇଁ କିଛି ଚାଉଳ ପକେଟ ରୁ ବାହାର କରି ପାଣି ରେ ଦୁହା ଦୁହି କରି ରଷେଇ କରି ପିଲା ମାନଙ୍କୁ ଖାଇବା ପାଇଁ ଦେଇଥିଲେ।ପିଲା ମାନେ ଖାଇ ସାରିବା ପରେ ପେଟ ପୁଳିବା ଆଉ ବ୍ୟଥା ହେବା ପରେ ସେ ଡରି ଯାଇଥିଲି କିଛି ସମୟ ପରେ ରୁଖା ଅଦପରିଆ, ନିଜେ ଖାଇବା କୁ ଯାଇ ଖାଇବା ବେଳେ ହାତ ରେ ଖସଡ଼ା ସହିତ ଲଟ ପଟ ହୋଇ ହାତ ରେ ଲାଗି ଯିବା ପରେ ଚାଉଳ ପକେଟ ଖୋଲି ଦେଖି ଗାଁ ଲୋକ ଙ୍କୁ ଦେଖେଇ ଜାଣି ପାରି ଥିଲେ ଯେ ପ୍ଲାଷ୍ଟିକ୍ ଚାଉଳ ବୋଲି। ସେମିତି ଗାଁ ର ଆଉ ଦୁଇ ପରିବାର ର ମଧ୍ୟ ପ୍ଲାଷ୍ଟିକ୍ ଚାଉଳ ବାହାରିଥିବା ଅଭିଯୋଗ ହେଉଛି।ଏହି ବିଷୟରେ ସୁନାଖଣ୍ଡି ପଞ୍ଚାୟତ ସରପଞ୍ଚ ସଞ୍ଜୟ ନିସିକା ଙ୍କୁ ପଚାରିବାରୁ ସେ କହିଛନ୍ତି ମୁ ଏହି ବିଷୟରେ ଉପର ଅଧିକାରୀ ଙ୍କୁ ଜଣେଇ କହିବି ।ଏହି ପ୍ଲାଷ୍ଟିକ୍ ଚାଉଳ ବିଷୟ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି। ଜନସାଧାରଣ ଙ୍କ ଅଭିଯୋଗ ଯେ ଏହି ପ୍ଲାଷ୍ଟିକ୍ ଚାଉଳ ଖାଇ ଯଦି କାହାର ପେଟ ଖରାପ କି ରୋଗ ହୁଏ ଏଥି ପାଇଁ ଦାୟୀ କିଏ। ସରକାର ଙ୍କ ଦ୍ଵାରା ବଣ୍ଟନ ପ୍ଲାଷ୍ଟିକ୍ ଚାଉଳ ଖାଇ ଲକେ କଣ ହେବେ ବୋଲି ସାଧାଣରେ ପ୍ରଶ୍ନ ଉଠିଛି ।

0
0
0
s2sdefault