ଭୁବନେଶ୍ୱର: ଭାରତୀୟ କ୍ରୀଡ଼ା ବିଜ୍ଞାନ ସହଯୋଗରେ ଆମ୍ରି ହସପିଟାଲ ଏହାର ହସପିଟାଲରେ ଉନ୍ନତ କ୍ରୀଡ଼ା ପୁନର୍ବାସ ଓ ଫିଟନେସ ସେଂଟର ଆରମ୍ଭ କରିଛି । ଏହି କେନ୍ଦ୍ରଟି ସ୍ପୋର୍ଟସ ମେଡିସିନ, ସ୍ପୋର୍ଟସ ଫିଜିଓଥେରାପି, ସ୍ପୋର୍ଟସ ସର୍ଜରୀ, ଏକ୍ସରସାଇଜ ଫିଜିଓଲୋଜି, ବ୍ୟକ୍ତିଗତ ପ୍ରଶିକ୍ଷଣ, ସ୍ପୋର୍ଟସ ସାଇକୋଲୋଜି, ସ୍ପୋର୍ଟସ ୱେଲନେସ ଓ ରେକୋଭରି ପାଇଁ ଉତ୍ସର୍ଗୀକୃତ । ଏହି ଟିମରେ ସ୍ପୋର୍ଟସ ମେଡିସିନ ସ୍ପେଶାଲିଷ୍ଟ, ସ୍ପୋର୍ଟସ ସର୍ଜନ, ସ୍ପୋର୍ଟସ ଫିଜିଓଥେରାପିଷ୍ଟ, ସ୍ପୋର୍ଟସ ସାଇକୋଲୋଜି ଓ ସ୍ପୋର୍ଟସ ନ୍ୟୁଟ୍ରିସନ ସ୍ପେଶାଲିଷ୍ଟମାନେ ରହିଛନ୍ତି ।
ଓଡ଼ିଶା ଓ ପୂର୍ବ ଭାରତର ପ୍ରଥମ ସ୍ପୋର୍ଟସ ମେଡିସିନ ସେଂଟର ହେଉଛି ଅର୍ଥୋସ୍କୋପିକ ଓ ସ୍ପୋର୍ଟସ ସର୍ଜନ ଡକ୍ଟର ସାର୍ଥକ ପଟ୍ଟନାୟକଙ୍କ ଚିନ୍ତା ପ୍ରସୂତ ରୂପରେଖ ଯିଏକି ଗତ ୬ ବର୍ଷ ଧରି ବିଭିନ୍ନ କ୍ରୀଡ଼ାକ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି । ସେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଉଭେଂଟରେ ଅଂଶଗ୍ରହଣ କରି ଅନେକ ପୁରସ୍କାର ଲାଭ କରିଛନ୍ତି ।
ଏହି ଟିମ ବର୍ତମାନ ଭାରତୀୟ ଆଇସ ହକି ଦଳ, ଭାରତ ୟୁ-୧୬/୧୯ ଫୁଟବଲ ଟିମ୍, ଓଡ଼ିଶା ଫୁଟବଲ ଏକାଡେମି, ରଣଜୀ କ୍ରିକେଟ ଟିମ, ସାଇ ବ୍ୟାଡମିଂଟନ ଓ ଟେବୁଲ ଟେନିସ ଏକାଡେମି, ନାଭାଲ ଟାଟା ହକି ଏକାଡେମି, ଟେନିସ କ୍ଲବ, ଭୁବନେଶ୍ୱର ଓ ପୁରୀର ଭାରୋତଳନ ସଂଘ, ରେଲୱେ ପ୍ଲେୟର ଓ ଆହୁରି ଅନେକ କ୍ଲବ ସହିତ ଜଡ଼ିତ ଥିବା କଥା କହିଛନ୍ତି ସ୍ପୋର୍ଟସ ମେଡିସିନ ବିଶେଷଜ୍ଞ ଡ. ସାର୍ଥକ ପଟ୍ଟନାୟକ, ବରିଷ୍ଠ ପରାମର୍ଶଦାତା, ଅର୍ଥୋସ୍କୋପିକ ଓ ସ୍ପୋର୍ଟସ ସର୍ଜନ ଆମ୍ରି ହସପିଟାଲ । ସେ ଗତ କିଛିବର୍ଷ ଧରି ଏହି ସେବା କରିଆସୁଛନ୍ତି ଓ ଗୋଲଡ ପଦକ ବିଜେତା ଶ୍ରୀ ରବି କୁମାର ଓ ଶ୍ରୀ ନୀରଜ ଚେପ୍ରାଙ୍କ ସହିତ ଭାରତର ପ୍ରତିନିଧିତ୍ୱ କରୁଥିବା ବହୁ ଖେଳାଳୀଙ୍କ ଚିକିତ୍ସା କରିଛନ୍ତି ।
କ୍ରୀଡ଼ା ଜନିତ ଆଘାତ ଦୀର୍ଘ ସମୟ ରହିବା ଉଚିତ ନୁହେଁ । ମିସ ନୀଳାଂଜନା ମୁଖେର୍ଜି, ଭିପି ତଥା ୟୁନିଟ ହେଡ, ଆମ୍ରି ହସପିଟାଲ କହିଛନ୍ତି ଆମ୍ରି ସ୍ପୋର୍ଟସ ଆଘାତ ପାଇଁ ଅତ୍ୟାଧୁନିକ ଚିକିତ୍ସ ସେବା ପ୍ରଦାନ କରିଥାଏ ଯେଉଁଥିରେ ଔଷଧ କିମ୍ବା ଅସ୍ତେ୍ରାପଚାର ଦରକାର ହୋଇ ନଥାଏ । ପ୍ରତ୍ୟେକ କ୍ଷେତ୍ରରେ ଏହାର ଆବଶ୍ୟକତା ନାହିଁ । ଉପଯୁକ୍ତ ଔଷଧ ଓ ପୁନର୍ବାସ ଦ୍ୱାରା ଚିକିତ୍ସା କରାଯାଏ । ଯଦି ଅପରେସନର ଆବଶ୍ୟକ ପଡେ଼ ତେବେ ଆମେ ଛୋଟ ଛୋଟ ଛେଦନ (କି ହୋଲ ସର୍ଜରୀ) କରିଥାଉ । ଆମର ଉତ୍କର୍ଷତା ଆଧାରିତ ଦକ୍ଷତା କୌଶଳ ଦ୍ୱାରା ଆଘାତ ପ୍ରାପ୍ତ ବ୍ୟକ୍ତି ସଂପୂର୍ଣ୍ଣ ରୂପେ ଫିଟ ହୋଇଯାଆନ୍ତି । ଆମ୍ରି –ଏସଏସଆଇ ଆପଣଙ୍କୁ କ୍ୟାରିଅର ଦିଗରେ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ବୋଲି ମେଡିକାଲ ଅଧିକ୍ଷକ ଡ. ସିଦ୍ଧାର୍ଥ ମିଶ୍ର କହିଛନ୍ତି ।
ସ୍ପୋର୍ଟସ ମେଡିସିନ, ବ୍ୟାୟାମ ଓ ସ୍ୱାସ୍ଥ୍ୟ ଯତ୍ନ ପ୍ରୋତ୍ସାହନ ଓ କ୍ରୀଡ଼ା ବିଜ୍ଞାନର ମୂଲ୍ୟାୟନ, କ୍ରୀଡ଼ା ପ୍ରଦର୍ଶନ ଓ ବୁଝାମଣା ମଧ୍ୟରେ ବିଜ୍ଞାନ ଓ ଅଭ୍ୟାସ ମଧ୍ୟରେ ପାର୍ଥକ୍ୟ ଦୂର ହୋଇଥାଏ । ନିୟମିତ ବୈଶିଷ୍ଟ୍ୟ ମଧ୍ୟରେ ରହିଛି କ୍ରୀଡ଼ା ଆଘାତର ପ୍ରତିରୋଧ, ଚିକିତ୍ସା ଓ ବ୍ୟାୟାମ ସହିତ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ ।
ସ୍ପୋର୍ଟସ ଫିଜିଓଥେରାପି ହେଉଛି ଫିଜିଓଥେରାପି ମଧ୍ୟରେ ଏକ ବିଶେଷତା ଯାହା ସମସ୍ତ ସ୍ତର ଓ ବୟସର କ୍ରୀଡ଼ା ତଥା ବ୍ୟାୟାମ ସହ ଜଡ଼ିତ ମୂଲ୍ୟାୟନ ଓ ଚିକିତ୍ସା ପାଇଁ ଉତ୍ସର୍ଗୀକୃତ । କ୍ରୀଡ଼ାବିତମାନଙ୍କୁ ଯନ୍ତ୍ରଣାରୁ ମୁକ୍ତ ରଖିବା ପାଇଁ ଓ ସେମାନଙ୍କୁ ଖୁବ ଶୀଘ୍ର କ୍ୟାରିୟରକୁ ଫେରାଇଆଣିବା ପାଇଁ କ୍ରୀଡ଼ାଫିଜିଓଥେରାପିଷ୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଖେଳାଳୀମାନଙ୍କୁ ବୃତିଗତଭାବେ ସେବା ଯୋଗାଇବା ସହ ସେମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ଆଘାତରୁ ମୁକ୍ତ ରଖିବାକୁ ଆମ୍ରି ଲକ୍ଷ୍ୟ ରଖେ ବୋଲି ଆମ୍ରି ପକ୍ଷରୁ କୁହାଯାଇଛି |
ରାଜ୍ୟ
ଭାରତୀୟ କ୍ରୀଡ଼ା ବିଜ୍ଞାନ ସହଯୋଗରେ ଆମ୍ରି ହସପିଟାଲଠାରେ ଉନ୍ନତ କ୍ରୀଡ଼ା ପୁନର୍ବାସ ଓ ଫିଟନେସ କେନ୍ଦ୍ର
- Hits: 705