ଗୁଣପୁରରେ ୭୩ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ :୭୩ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଗୁଣପୁର ମିନି ଷ୍ଟାଡିୟମରେ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଯୋଗଦେଇ ସକାଳ ଘ.୮. ୩୦ମି ରେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ l ସାଧାରଣତନ୍ତ୍ର ଦିବସ ପାଳନ ଉଦ୍ଦେଶ୍ୟ ରେ ଅଭିଭାଷଣ ରଖିଥିଲେ ଏବଂ ପଦ୍ମଶ୍ରୀ ଶାନ୍ତି ଦେବୀ ଙ୍କ ସ୍ମୃତି ଚାରଣ କରିଥିଲେ l ସରକାରଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ନିୟମ ଅନୁଯାୟୀ ସୀମିତ ଅତିଥିଙ୍କ ଉପସ୍ଥିତିରେ ଏହି ଦିବସ ପାଳନ କରାଯାଇଥିଲା l ପ୍ୟାରେଡ୍ ରେ କେବଳ ଭାମିନୀ ଆଇ. ଆର.ବି ଷ୍ଟାଫ୍ ହିଁ ଭାଗ ନେଇଥିଲେ l ଏହି ଉତ୍ସବରେ ଆଇ.ଆର.ବି କମଣ୍ଡାଣ୍ଡ ଶ୍ରୀ ଦିଲୀପ ମହାପାତ୍ର ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଅଜୟ ବାରିକ,ବି. ଡି.ଓ ଶାନ୍ତିପ୍ରଭା ପ୍ରଧାନ , ତହସିଲଦାର ଶ୍ରୀ ରମେଶ ଚନ୍ଦ୍ର ନାୟକ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ରଶ୍ମିରାଣୀ ନିମାକା ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଅନନ୍ତ ପାତ୍ର ଓ ଧନଞ୍ଜୟ ବେହେରା ସହଯୋଗ କରିଥିଲେ |

0
0
0
s2sdefault