ହେଡଲାଇନସ୍:

"ରାମନାମ ହିଁ ମୋକ୍ଷପ୍ରାପ୍ତି ଆଡକୁ ବାଟ କଢାଇବ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିଲେଇକାନୀରେ ସାପ୍ତାହିକ ସତସଙ୍ଗ

ସୁନ୍ଦରଗଡ଼:- ଦିନେ ରାମନାମ ଜପକରି ଦସ୍ୟୁ ରତ୍ନାକର ମହର୍ଷି ବାଲ୍ମୀକି ରୂପରେ ପରିଣତ ହୋଇଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ପଦ ସ୍ପର୍ଶରେ ଅଭିଶପ୍ତିନି ପାଷାଣୀ ଅହଲ୍ୟା ନିଜ ପୂର୍ବରୂପ ଫେରି ପାଇଥିଲେ | ତେଣୁ ମଣିଷ ଜୀବନକୁ ସାର୍ଥକ କରିବାକୁ ହେଲେ ଆମ ସମସ୍ତଙ୍କୁ ଶ୍ରୀରାମଙ୍କ ନାମ କୀର୍ତ୍ତନକୁ ଆଦରିବାକୁ ହେବ | କାରଣ ରାମନାମ ହିଁ ଆମ ସମସ୍ତଙ୍କୁ ଏଇ ମାୟାଜାଳରୁ ମୁକ୍ତ କରି ମୋକ୍ଷପ୍ରାପ୍ତି ଆଡକୁ ବାଟ କଢାଇବାରେ ସହାୟକ ହେବ | ଆଜି ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତିଲେଇକାନୀ ଗ୍ରାମର ଭାଗବତ ଟୁଙ୍ଗୀରେ ଅନୁଷ୍ଠିତ ସାପ୍ତାହିକ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଆହ୍ୱାନ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ପଦାଧିକାରୀ ଶାନ୍ତନୁ କୁସୁମ | ଏହି ଅବସରରେ ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ, ଈଶ୍ୱରପ୍ରାପ୍ତି ମଣିଷ ଜୀବନର ମୂଳଲକ୍ଷ୍ୟ ହେବା ଉଚିତ | ତେବେ ଲୋଭ, ମୋହ, ଇର୍ଷା, ଅହଙ୍କାର ଭିତରେ ଆମେ ଅଧିକାଂଶ ସମୟ ବୁଡିରହିବା ଯୋଗୁଁ ହିଁ ଈଶ୍ୱରଙ୍କ ସତ୍ତାକୁ ଅନୁଭବ କରିବାରୁ ବଞ୍ଚିତ ହେଉଛେ | ତେଣୁ ମୋହ ମାୟା ରୁପକ ମରୀଚିକା ପଛରେ ନଧାଇଁ ଆମେ ସବୁ ସମୟରେ ଈଶ୍ୱରଙ୍କ ଶରଣାଗତ ହେବା ନିମିତ୍ତ ଆଗଭର ହେବା ଉଚିତ ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଶ୍ରୀ କୁସୁମ ଆହ୍ୱାନ କରିଥିଲେ | ସର୍ବପ୍ରଥମେ ଭାଗବତ ଟୁଙ୍ଗୀରେ ବିଧି ପୂର୍ବକ ପୂଜାର୍ଚନା ପରେ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା କୀର୍ତ୍ତନ କରାଯାଇଥିଲା | ବଳରାମ ବାରଲାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପିତାମ୍ବର ସେଠ, ନୁଆଦିନି ବାରଲା, ସେବତୀ ପ୍ରଧାନ ସମେତ ବହୁ ଧର୍ମପ୍ରେମୀ ଉପସ୍ଥିତ ଥିଲେ |

0
0
0
s2sdefault