ହେଡଲାଇନସ୍:

ପଞ୍ଚାୟତ ନିର୍ବାଚନ : ତୃତୀୟ ଦିନରେ ସୁନ୍ଦରଗଡ଼ ରେ ୧୨୭୭ ଜଣଙ୍କ ନାମାଙ୍କନ ପତ୍ର ଦାଖଲ।।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଥମ ଦୁଇଦିନ ରେ ୪୬୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ରାଉରକେଲା(ବସନ୍ତ ଜେନା):ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲର ଆଜି ତୃତୀୟ ଦିନ ଥିଲା। ତୃତୀୟ ଦିନରେ ଆଜି ସମୁଦାୟ ୧୨୭୭ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୬୩୮ ଜଣ ୱାର୍ଡ ମେମ୍ବର , ୩୪୨ ଜଣ ସରପଞ୍ଚ , ୨୫୬ ଜଣ ପଞ୍ଚାୟତ ସମିତି ସଭ୍ୟ ଏବଂ ୪୧ ଜଣ ଜିଲ୍ଳା ପରିଷଦ ସଦସ୍ୟ ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଉରକେଲା , ବଣେଇ ଏବଂ ସୁନ୍ଦରଗଡରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଏବଂ ବିଜେଡି ର କେତେକ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ ଆଜି ବିଶ୍ରା ଜିଲ୍ଲା ପରିଷଦ ସଦସ୍ୟ ଲାଗି ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପାନପୋଷ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ଏହି ପ୍ରାର୍ଥୀ ପତ୍ର ଦାଖଲ କରା ଯାଇଥିଲା।
ଗତ ଦୁଇଦିନ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ୪୬୭ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଆଜି ଏହା ୧୨୭୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏମାନଙ୍କ ମଧ୍ୟରେ ୱାର୍ଡ ମେମ୍ବର , ସରପଞ୍ଚ , ପଞ୍ଚାୟତ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ୩୫ ଜିଲ୍ଲା ପରିଷଦ ଜୋନ ରେ ହେବାକୁ ଥିବା ନିର୍ବାଚନ ଲାଗି ତିନି ପ୍ରମୁଖ ଦଳ ବିଜେପି , ବିଜେଡି ଏବଂ କଂଗ୍ରେସ ଅଣ୍ଟା ଭିଡିଛନ୍ତି।

0
0
0
s2sdefault