ହେଡଲାଇନସ୍:

ମହାପ୍ରଭୁଙ୍କ ନିତ୍ୟ ବ୍ୟବହାର ପାଇଁ ଦେଲେ ରୂପା ଗରା, ଥାଳି ସହ ୫ ଲକ୍ଷ ଟଙ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ ଅନିମେଶ ପଟ୍ଟନାୟକ : ମହାପ୍ରଭୁଙ୍କ ନିତ୍ୟ ବ୍ୟବହାର ପାଇଁ ୩ଗୋଟି ରୂପା ଗରା, ୩ ଗୋଟି ରୁପା ଥାଳି, ୬ଗୋଟି ପଞ୍ଚୁ ଓ ପାତ୍ରୀ ଏବଂ ୩ଗୋଟି ଛୋଟ ହାତ ଘଣ୍ଟି ପ୍ରଦାନ କରିଛନ୍ତି ଜଣେ ଭକ୍ତ। ରୂପା ପାତ୍ର ଗୁଡିକର ଓଜନ ୭ କିଲୋରୁ ଉର୍ଦ୍ଧ୍ବ ଥିବା କୁହାଯାଉଛି। ଶ୍ରଦ୍ଧାଳୁ ଜଣକ ହେଲେ ଭୂବନେଶ୍ବର ବରମୁଣ୍ଡା ଅଞ୍ଚଳର ସୁବ୍ରତ ରଥ । ରୂପା ପାତ୍ର ଗୁଡିକ ସହ ୫ ଲକ୍ଷ ଟଙ୍କା ମଧ୍ୟ ଦାନ କରିଛନ୍ତି ଶ୍ରୀ ରଥ। ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏବଂ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କୁ ଭେଟି ସେ ଏହି ରୂପା ପାତ୍ର ଓ ଟଙ୍କାକୁ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଶ୍ରୀ ରଥଙ୍କୁ ନୀତି ପ୍ରଶାସକ ଏବଂ ଉନୟନ ପ୍ରଶାସକ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ସମ୍ମାନିତ କରିଛନ୍ତି ।

0
0
0
s2sdefault