ହେଡଲାଇନସ୍:

କିଶୋର ମହାନ୍ତି ଙ୍କର ପରଲୋକରେ ଶୋକବ୍ୟକ୍ତ କଲେ ମନ୍ତ୍ରୀ ଓ ବିଧାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ର  ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ମହାନ୍ତି ଙ୍କର ଆଜି ଝାରସୁଗୁଡା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇ ଯାଇଛି । ତାଙ୍କ ଦେହାନ୍ତ କେବଳ ଝାରସୁଗୁଡା କିମ୍ବା ବ୍ରଜରାଜନଗର ନୁହେଁ ସମଗ୍ର ଓଡିଶା ରାଜନୀତି ପାଇଁ ଏକ ଏକ ଅପୁରଣୀୟ କ୍ଷତି ।ଏହି ଖବର ପାଇବା ପରେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଶୋକ ବ୍ୟକ୍ତ କରିବା ସହିତ , ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ ଶ୍ରୀ  ମହାନ୍ତିଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇ ମୁଁ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି  । ମନ୍ତ୍ରୀ ଶ୍ରୀ ସିଂ ତାଙ୍କ  ଶୋକବାର୍ତ୍ତରେ  କହିଛନ୍ତି ଯେ ଶ୍ରୀ ମହାନ୍ତିଙ୍କ ଦେହାନ୍ତ ଏହା ପଶ୍ଚିମ ଓଡିଶା ତଥା ଦଳ ପାଇଁ ଏକ ଅପୂରଣୀୟ କ୍ଷତି । ସେ ରାଜନୀତିର ଉର୍ଦ୍ଧ୍ୱରେ ରହି କାମ କରୁଥିଲେ । ଅମର ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରୁଛି ବୋଲି କହିଥିଲେ । ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବାରିହା କିଶୋର ମହାନ୍ତି ଙ୍କର ସହିତ ତାଙ୍କର ସୁସମ୍ପର୍କ ବାବଦରେ କହିବା ସହିତ ତାଙ୍କର ବିୟୋଗରେ ଓଡିଶା ଏକ ସୁଯୋଗ୍ୟ ସନ୍ତାନକୁ ହରାଇଥିବା କହିଛନ୍ତି । ଏହା ସହିତ ତାଙ୍କର ଆତ୍ମାର ସଦଗତି କାମନା କରିଛନ୍ତି । ସେହିଭଳି ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ , ଶ୍ରୀମତୀ ରିତା ସାହୁ , ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ଯୁବ ଜନତା ଦଳ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ , ଯୁବନେତା ଶ୍ରୀ ସୁବ୍ରତ ସିଂ , ଶ୍ରୀ ଭୋଜରାଜ ସିଂ ବାରିହା , ବରଗଡ଼ ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ନିଲକୁମାରି ନାୟକ , ସୋହେଲା ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୀବର୍ଧନ ବାରିହା , ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ , ମହମ୍ମଦ, ଝରବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କେତନ , ଶ୍ରୀ ଗୌରହରି ମିଶ୍ର , ସୁରେଶ ବାଗ, ଶ୍ରୀ ପ୍ରୀତମ ମେହେର , ପ୍ରମୁଖ ଶ୍ରୀ କିଶୋର ମହାନ୍ତି ଙ୍କର ମୃତ୍ୟୁ ରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

0
0
0
s2sdefault