ହେଡଲାଇନସ୍:

କୋଭିଡ଼ କଟକଣା ନେଇ ପିରଜାହାନିଆଁ ପୀଠ 3 ଦିନ ବନ୍ଦ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ /ଦୁଃଶାସନ ନାୟକ : ପୁରୀ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର, ଅସ୍ତରଙ୍ଗ ବ୍ଲକ ର ପିରଯାହାନିଆଁ ବେଳାଭୁମି, ଦେବିମୁହାଁଣ ସଂଲଗ୍ନ, ଗଙ୍ଗାଦେବୀ ବେଳାଭୂମି,କୋଭିଡ଼ି କଟକଣା ନେଇ ବିଦାୟୀ ବର୍ଷ ର ୩୧ ତାରିଖ ଓ ୨୦୨୨ ଜାନୁଆରୀ ୧ ଓ ୨ ତାରିଖ ନୂଆବର୍ଷ ଉପଲକ୍ଷେ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ବୋଲି ପୁରୀ ଜିଲ୍ଲାପାଳ ତାଙ୍କ ଚିଠି ନମ୍ବର 4466/29,12,2021ରେ ଅସ୍ତରଙ୍ଗ ତହସିଲଦାରଙ୍କୁ ଅବଗତ କରାଇଛନ୍ତି । ଅସ୍ତରଙ୍ଗ ତହସିଲଦାର ଉକ୍ତ ଚିଠି ପାଇଲାପରେ, ଉକ୍ତ ୨ ଗୋଟି ସ୍ଥାନ କୁ କେହି ପର୍ଯ୍ୟଟକ ଯେପରି ନ ଆସିବେ , ସେ ସମ୍ପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବି ଡି ଓ , ଥାନା ଅଧକାରୀ,ଅସ୍ତରଙ୍ଗଙ୍କୁ ଜଣାଇବା ସହ ସରପଞ୍ଚ,ଛୁରିଅନା, ପିର ପୀଠ ପୂଜକ ଆଦିଙ୍କୁ ମଧ୍ୟ ଚିଠି ଦ୍ଵାରା ଅବଗତ କରାଇଛନ୍ତି । ଯଦି କେହିପର୍ଯ୍ୟଟକ ଆଇନ ଅମାନ୍ୟ କରନ୍ତି ତାହାଲେ ଆଇନ ଅନୁଯାଇ କଠୋର ଦଣ୍ଡ ବିଧାନ କରାଯିବ ବୋଲି ତହସିଲଦାର ରାଜଳାଷ୍ମୀ ନୟକ ପ୍ରକାଶ କରିଛନ୍ତି ।

0
0
0
s2sdefault