ହେଡଲାଇନସ୍:

ଦ୍ବୀପାଞ୍ଚଳର କୁଣ୍ଡି ପଞ୍ଚାୟତ ଠାରେ ବିଜୁ ସ୍ମାର୍ଟକାର୍ଡ ବଣ୍ଟନ ଓ ମିଶନଶକ୍ତି ସମାବେଶ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା ବ୍ଲକ୍ ୩୭ଗୋଟି ପଞ୍ଚାୟତର ମହିଳା ମାନଙ୍କ ଉନ୍ନତି ଆଣିବା ଦିଗରେ ମୁଁ ସଂକଳ୍ପବଦ୍ଧ - ମନ୍ତ୍ରୀ

ମାହାଙ୍ଗା -: (ସପ୍ତ ଜ୍ୟୋତି ରାଉଳ) ବିରୂପା-ଗେଙ୍ଗୁଟି ଦ୍ବିପଞ୍ଚଳର ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୭ଟି ପଞ୍ଚାୟତର ଏସଏଚଜି ମହିଳା ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି !ସ୍ଥାନୀୟ ବିଧାୟକ ତଥା ଆଇନି ଓ ପଞ୍ଚାୟତରାଜ, ଗୃହ, ନଗରଉନ୍ନୟନ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ନବୀନ ବାବୁଙ୍କ ସରକାର ମହିଳାଙ୍କ ପାଇଁ ବହୁ ଉନ୍ନତି ମୂଳକ କାର୍ଯ୍ୟ କରୁଥିବାରୁ ରାଜ୍ୟରେ ପ୍ରଗତି ହୋଇପାରିଛି ବୋଲି କହିଥିଲେ !କୁଣ୍ଡି, କୁହୁଣ୍ଡା, ମଧୁପୁର, ସାହାପୁର, ବାସୁଦେବପୁର, ମୂଳବସନ୍ତ ଓ କୋଳିଅଠା ପଞ୍ଚାୟତରୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ମିଶନଶକ୍ତି ଜରୀଆରେ କିପରି ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସଫଳତା ଅର୍ଜ୍ଜନ କରିଛନ୍ତି, ବୈଠକରେ ଏହାର ତର୍ଜ୍ଜମା କରାଯାଇଥିଲା !ମିଶନଶକ୍ତି ପକ୍ଷରୁ ବିଭିନ୍ନ ଏସଏଚଜି ଗ୍ରୁଫ ଗୁଡିକୁ ବିନା ସୁଧରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଚେକ ପ୍ରଦାନ କରାଯଇଥିଲା !
ବ୍ଲକ ଅଧ୍ୟକ୍ଷ ଶରତ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ !ବ୍ଲକ ଉପାଧ୍ୟକ୍ଷା ରସିଦା ବେଗମ, ସିଡିପିଓ ପ୍ରମୋଦିନି ଦାଶ,ଜିଲାପରିଷଦ ସଭ୍ୟା ମୋନାଲିସା ଦାଶ,ହୃଷିକେଶ ସ୍ୱାଇଁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରାଜକିଶୋର ଜେନା, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ସାମାଜିକକର୍ମୀ ସତ୍ୟନାରାୟଣ ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ,ସତ୍ୟଜିତ କିଶୋର ଦାସ,ଦୀନବନ୍ଧୁ ସାହୁ, ସସ୍ମିତା ଦାସ, ସୁସ୍ମିତା ମହାନ୍ତି,ସରପଞ୍ଚ ରାଜଶ୍ରୀ ବିଶ୍ୱାଳ,ସନ୍ଧ୍ୟା ମହାନ୍ତି, ଜୟନ୍ତ ବିଶ୍ୱାଳ, କୋଳିଅଠା ସରପଂଚ ଭବାନୀ କୁମାର ସାମଲ, ପନଂଗ ଭୂଷଣ ଦାସ, କିଶୋର ରାଉତ ପ୍ରମୁଖ ସରକାରଙ୍କ ଜନକଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ !
ମନ୍ତ୍ରୀ ଶ୍ରୀ ଜେନା ଦ୍ବୀପାଞ୍ଚଳ ର ୭ଟି ପଞ୍ଚାୟତରୁ ଆସିଥିବା ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରିବାସହ ରେସନକାର୍ଡ ଧାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଥିବା ସହ ମାହାଙ୍ଗା ବ୍ଲକ୍ ର ୩୭ ଗୋଟି ପଞ୍ଚାୟତ ର ମହିଳା ମାନଙ୍କ ଉନ୍ନତି ଦିଗରେ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ସଂକଳ୍ପ ବଧ ବୋଲି ମତପ୍ରକାଶ କରିଥଲେ !

0
0
0
s2sdefault