ହେଡଲାଇନସ୍:

ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ୫-"ଟି' ରୂପାନ୍ତରିତ ହାଇସ୍କୁଲର ୬ଟି ଟାସ୍କଫୋର୍ସ କାର୍ଯ୍ୟକାରିତା ଉପରେ ଆଲୋଚନା ଓ ମତାମତ ସଂଗ୍ରହ

  •  ୧ମରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ଉପରେ ଗୁରୁତ୍ୱ

  •  ଆସନ୍ତାବର୍ଷ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ

  •  ଜିଲ୍ଲାସ୍ତରରେ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କର ପ୍ୟାନେଲ୍ ତିଆରି କରାଯିବ

  •  ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକ ଭୁବନେଶ୍ୱର ପଟିଆସ୍ଥିତ ଓ-ହବ୍ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛିା ଏଥଥିରେ ମୁଖ୍ୟ ଅତିଥି ଭାବେ ଉନ୍ନୟନ କ ମିଶନର ତ ଥା ଅତିରକ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଯୋଗଦାନ କରି ରାଜ୍ୟର ଶିକ୍ଷା ବିକାଶ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ କହିଲେ ଯେ, ଶିକ୍ଷାକ୍ଷେତ୍ରରେ ଆମର ମାନବିକ ସ୍ୱଭାବକୁ ଜାଗ୍ରତ କରିବାକୁ ପଡ଼ିବା ଶିକ୍ଷା ଅଧିକାରୀମାନେ ସ୍କ ଲୁ ପରିଦର୍ଶନ କରିବା, ଶିକ୍ଷକ ଏବଂ ଅଭିଭାବକ ମାନ ଙ୍କ ସହିତ ଆଲୋଚନା କରିବା ଏବଂ ଅତ୍ୟନ୍ତ ନିଷ୍ଠା ଓ ଆନ୍ତରିକତାର ସହ କ୍ରିୟାଶୀଳ ପ୍ରଦର୍ଶନ, ନିୟମିତତା ଓ ଶୃଙ୍ଖଳା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲୋ
ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ବୈଠକରେ ବିଭାଗ ତରଫରୁ ଗୁଣାତ୍ମକ ଶିକ୍ଷା ନିମନ୍ତେ ନିଆଯାଉଥିବା ସମସ୍ତ ଅଭିନବ ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରି ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲୋ ଆସନ୍ତା ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ନିମନ୍ତେ ବିଦ୍ୟାଳୟ ଖୋଲୁଥିବାରୁ ବିଦ୍ୟାଳୟର ସଫେଇ ଓ ବିଶୋଧନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ମାତ୍ର କୌଣସି ପରିସ୍ଥିତିରେ ପିଲାମାନଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବ ନାହିାଁ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନରେ ଶିକ୍ଷାଦାନ କରାଯିବା ସରକାରଙ୍କ ମାର୍ଗଦର୍ଶିକାର ଉପଯୁକ୍ତ ଅନୁପାଳନ ସହ ପାଠପଢ଼ା, ବିଦ୍ୟାଳୟ ପରିସରର ସ୍ୱଚ୍ଛତା, ସାନିଟାଇଜେସନ୍, ମାସ୍କ ପରିଧାନ, ସାମାଜିକ ଦୂରତା ଆଦି ବ ଜାୟ ରଖି ପିଲାମାନଙ୍କୁ ପାଠ ପଢ଼ା ଅବ୍ୟାହତ ରଖିବା ଉପରେ ପ୍ରମୁଖ ସଚିବ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲୋ
ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ, ଛାତ୍ରଛାତ୍ରୀଙ୍କ ନିମନ୍ତେ ଛାତ୍ରାବାସ ଗୃହ ଏବଂ ଭିତ୍ତିଭୂମି ନିର୍ମାଣ ନିମନ୍ତେ ସରକାରଙ୍କ ଅର୍ଥର କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ ବୋଲି ପ୍ରମୁଖ ସଚିବ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲୋ ୫-"ଟି' ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକୁ ଆଗକୁ ନେବା ପାଇଁ ଡିଜିଟାଲ୍ ଲାଇବ୍ରେରୀ, କ୍ରୀଡ଼ା ଭିତ୍ତିଭୂମି, ବିଜ୍ଞାନାଗାର, ସ୍ୱଚ୍ଛ ପିଇବା ପାଣି, ଶୌଚାଳୟ, ସ୍ମାର୍ଟ କ୍ଲାସରୁମ, ଉତ୍ତମ ଶୈକ୍ଷିକ ପରିବେଶ, ବିଦ୍ୟୁତ ସୁବିଧା, ଆସବାବପତ୍ର, ବଗିଚା, ଅଗ୍ନିନିର୍ବାପକ ବ୍ୟବସ୍ଥା ଆଦି ସଂପର୍କରେ ପ୍ରମୁଖ ସଚିବ ଶ୍ରୀ ସାହୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲୋ ପ୍ରମୁଖ ସଚିବ ଶ୍ରୀ ସାହୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆୟୋଜନ ଓ ସୁପରିଚାଳନା ନେଇ ମଧ୍ୟ ଆଲୋଚନା କରିଥିଲୋ
ବୈଠକର ଆଲୋଚନାରୁ ଜଣାପଡ଼ିଛି ଯେ ଆଦର୍ଶ ବିଦ୍ୟାଳୟ ଲାଗି ଜିଲ୍ଲା ଶିକ୍ଷା ଅଧିକାରୀମାନେ ଗୁଣାତ୍ମକ ଆସବାବପତ୍ର କିଣିବୋ ଆବଶ୍ୟକ ସ୍ଥଳେ ଅଧିକ ଖର୍ଚ୍ଚ ବହନ କରାଯିବା ଆସନ୍ତା ବର୍ଷ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବା ଆଦର୍ଶ ବିଦ୍ୟାଳୟ ଲାଗି ପ୍ରବେଶିକା ପରୀକ୍ଷା ଆସନ୍ତା ତା. ୧୮/୦୨/୨୦୨୨ରେ କରାଯିବା ଏଥି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଆବଶ୍ୟକୀୟ ପ୍ରଚାରପ୍ରସାର କରିବୋ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଗୁଡ଼ିକରେ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରାଯିବା ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ବାକି ରହଥିବା ବିନିଯୋଗପତ୍ରଗୁଡ଼ିକ ଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲାା
ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ସ୍ଥିର କରାଯାଇଥିଲାା ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଆଞ୍ଚଳିକ ନିର୍ଦ୍ଦେଶକମାନେ ଯୁକ୍ତ-୨ ଏବଂ ଯୁକ୍ତ-୩ର ପୃଥକୀକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବୋ ପଠାଣୀ ସାମନ୍ତ ଏବଂ ଜୁନିଅର ମେରିଟ୍ ସ୍କଲାରସିପ୍ ପାଇଁ କିପରି ଅଧିକ ଛାତ୍ରଛାତ୍ରୀ ଆବେଦନ କରିବେ ସେଥିନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲାା ୨୦ଟି ଡିଜିଟାଲ୍ ଲାଇବ୍ରେରୀ ପ୍ରତିଷ୍ଠା ଉପରେ ଆଲୋଚନା ହୋଇଥିଲାା
ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ୍ ଡାକୁଆ, ଏସସିଇଆରଟି ନିର୍ଦ୍ଦେଶକ ଶ୍ରୀ ସନତ କୁମାର ମହାନ୍ତି, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀ ରାମାଶିଷ ହାଜ୍ରା, ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଉତ୍ପାଦର ନିର୍ଦ୍ଦେଶକ ଶ୍ରୀ ବିକାଶ ଚନ୍ଦ୍ର ମହାପାତ୍ର, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବୃନ୍ଦାବନ ଶତପଥୀ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀ ଅଲୋକ କୁମାର କରଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲୋ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲୋ

0
0
0
s2sdefault