ହେଡଲାଇନସ୍:

ଅଚାନକ ଉଦଳା ସବ୍ ଡିଭିଜନ ଗସ୍ତରେ ଓଡିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କାର୍ଯ୍ୟ ସମୀକ୍ଷା କରିବା ସହ କଲେ କ୍ଷେତ୍ର ପରିଦର୍ଶନ

  • ୫-ଟି ଉପକ୍ରମ ଆଧାରରେ ପ୍ରସ୍ତାବିତ ନୂତନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହଅଚଳ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଗତକାଲି ଅଚାନକ ମୟୂରଭଞ୍ଜ ଜିଲ୍ଲା ବାରିପଦା ଡିଭିଜନ ଅନ୍ତର୍ଗତ ଉଦଳା ଓ.ଏଲ୍.ଆଇ.ସି. ସବ୍ ଡିଭିଜନ ଗସ୍ତ କରି କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକରେ କାର୍ଯ୍ୟ ସମୀକ୍ଷା କରିଥିଲେ । ବୈଠକ ପରେ ନିଗମ ଅଧ୍ୟକ୍ଷ ଶ୍ରୀ ପତ୍ରୀ ସଂପୃକ୍ତ ଯନ୍ତ୍ରୀମାନଙ୍କ ସହିତ କ୍ଷେତ୍ର ପରିଦର୍ଶନ କରି ଉଦଳା ନିର୍ବାଚନ ମଣ୍ଡଳୀ ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ଜୟପୁର ପଂଚାୟତର ଶ୍ରୀନାଥପୁର ଗ୍ରାମସ୍ଥିତ ନଦୀତଟ ଉଠାଜଳସେଚନ ପ୍ରକଳ୍ପ, ଜୟପୁର ଗ୍ରାମସ୍ଥିତ ଜୟପୁର-୩ ଉଠା ଜଳସେଚନ ପ୍ରକଳ୍ପ ଏବଂ ବରଡିହି ଗ୍ରାମ ପଂଚାୟତ ଅନ୍ତର୍ଗତ ପରିଚିପୁର ଗ୍ରାମର ଶାନ୍ତିଲତା ପାଢୀଙ୍କ ଗଭୀର ସେଚକୂପ ପ୍ରକଳ୍ପ ବୁଲି ଦେଖିଥିଲେ । ଉପରୋକ୍ତ ପ୍ରକଳ୍ପଗୁଡିକର ୭୨ ହେକ୍ଟର ସେଚାଂଚଳ ରହିଥିବା ଜଣାଯାଇଥିବା ବେଳେ ପରିଦର୍ଶନ ସମୟରେ ଶ୍ରୀ ପତ୍ରୀ ଶ୍ରୀନାଥପୁର ନଦୀତଟ ଉଠାଜଳସେଚନ ପ୍ରକଳ୍ପ ମରାମତି ଅଭାବରୁ ଅଚଳ ରହିଥିବା ଜାଣିବାକୁ ପାଇଥିଲେ । ଏହି ପ୍ରକଳ୍ପ ସମେତ ଅନ୍ୟ ମରାମତି ଯୋଗ୍ୟ ଅଚଳ ଉଠାଜଳସେଚନ ପ୍ରକଳ୍ପକୁ ସଚଳ ନିମନ୍ତେ ଯାହା ଯାହା ଆବଶ୍ୟକତା ରହିଛି, ସେ ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ଶ୍ରୀ ପତ୍ରୀ ସଂପୃକ୍ତ ଯନ୍ତ୍ରୀ ଓ କୃଷକମାନଙ୍କ ସହିତ ଆଲୋଚନା କରି କହିଥିଲେ ଯେ,ଚାଷ ପାଇଁ ଉଠା ଜଳସେଚନ ବ୍ୟବସ୍ଥା ଚାଷୀମାନଙ୍କ ପାଇଁ ଆଶା ଭରସା ହୋଇଛି । ତେବେ ମରାମତି ଯୋଗ୍ୟ ପ୍ରକଳ୍ପଗୁଡିକର ଉପଯୁକ୍ତ ମରାମତି ଓ ରକ୍ଷଣାବେକ୍ଷଣ କରାଗଲେ ଆବଶ୍ୟକ ସମୟରେ କୃଷି କ୍ଷେତ୍ରକୁ ଜଳ ଯୋଗାଣର ଆବଶ୍ୟକତାକୁ ପୂରଣ କରାଯାଇପାରିବ । ଏହି ପରିଦର୍ଶିନ ଅବସରରେ ସେ ଉଦଳା ଏଲ୍.ଆଇ ସବ୍ ଡିଭିଜନ ଦ୍ୱାରା ଉଠା ଜଳସେଚନ ପ୍ରକଳ୍ପ ଯୋଗେ ଚାଷୀମାନେ କିପରି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ଶ୍ରୀ ପତ୍ରୀ ବୁଝିବା ସହ ପ୍ରକଳ୍ପ ଦ୍ୱାରା ସେମାନେ କିପରି ଅଧିକରୁ ଅଧିକ ରୋଜଗାର ବଢାଇପାରିବେ, ସେ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଆଲୋଚନା କରିଥିଲେ ।
କୃଷିର ବିକାଶ ଓ କୃଷକମାନଙ୍କର କଲ୍ୟାଣ ପାଇଁ ଉଠା ଜଳସେଚନ ନିଗମ ଜରିଆରେ ଆବଶ୍ୟକ ସୁବିଧା ଜନକ ସ୍ଥାନରେ ଜଳସେଚନ ବ୍ୟବସ୍ଥା କରିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ୱପ୍ନ ରହିଛି, ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଆଧାରରେ ସମସ୍ତଙ୍କ ସହଯୋଗରେ ନିଗମ ତରଫରୁ ରହିଥିବା ପ୍ରସ୍ତାବିତ ନୂତନ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ଓ ଅଚଳ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ସମ୍ପୃକ୍ତ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ପାତ୍ର, କନିଷ୍ଠ ଯନ୍ତ୍ରୀ ଶ୍ରୀ ସୁବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି, ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ଏହା ପୂର୍ବରୁ ଗତ ସପ୍ତାହରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକର ଝାରପୋଖରିଆ ଗସ୍ତ ପରିପ୍ରେକ୍ଷୀରେ ସେଠାରେ ଅଚଳ ଥିବା ସେଚ ନଳକୂପକୁ ସଚଳ କରାଯିବା ପାଇଁ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ଏହାର କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାଯାଇଛି । ଏଥିପାଇଁ ଅଂଚଳର ଚାଷୀମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

0
0
0
s2sdefault