ହେଡଲାଇନସ୍:

ପ୍ରଶାସନର ବିକାଶ ନକ୍ସାରେ ନାହିଁ ବୋଧେ ପଣସଗୁଡ଼ା !

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ପ୍ରଶାସନ ଗୁହାରି ନ ଶୁଣିବାରୁ ଗ୍ରାମବାସୀଙ୍କ ପ୍ରୟାସରେ ଏକ ସୁନ୍ଦର କାଠ ପୋଲ ନିର୍ମାଣ କରି ଉଦାହରଣ ପାଲଟି ଯାଇଛି ପଣସ ଗୁଡା ଗାଁ।

କଲ୍ୟାସିଂହପୁର: ପ୍ରଦୀପ ଦଳାଇ/ରାୟଗଡା ଜିଲ୍ଲା କାଶିପୁର ବ୍ଳକ ଅନ୍ତର୍ଗତ ଗୋଡିବାଲି ପଞ୍ଚାୟତ ପଣସଗୁଡା ଗାଁ ର ଲୋକମାନେ ବାରମ୍ବାର ପ୍ରଶାସନକୁ ଗୁହାରି କରି ଆସୁଥିଲେ ମଧ୍ୟ ପ୍ରଶାସନ ନ ଶୁଣିବାରୁ ଗ୍ରାମ ବାସି ନିଜ ଉଦ୍ୟମରେ ଏକ କାଠ ପୋଲ ନିର୍ମାଣ  କରିଛନ୍ତି। ଏହି ଗ୍ରାମରେ ପ୍ରାୟ ୫୦ ପରିବାର ରୁହନ୍ତି ସେଥି ମଧ୍ୟରୁ ୪୭ ପରିବାର ଆଦିବାସୀ ରହୁଥିବା ବେଳେ ୩ ପରିବାର ହରିଜନ ସମ୍ପ୍ରଦାୟର ଅଟନ୍ତି। ପ୍ରାୟ ସେଠାକାର ଜନ ସଂଖ୍ୟା  ୩୦୦ ରୁ ଉର୍ଦ୍ଧ ଲୋକ ସଂଖ୍ୟା ଅଟନ୍ତି। ଆଜକୁ ସ୍ୱାଧୀନତାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଗ୍ରାମକୁ ରାସ୍ତାଟିଏ ନାହିଁ। ଏହି ଭଳି ଅନ୍ଧକାର ଜୀବନ ବିତାଉଛନ୍ତି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୁର୍ଗମ ଗୋଡିବାଲି ପଞ୍ଚାୟତର ପଣସଗୁଡା ଗ୍ରାମବାସୀ । ଏହି ଗ୍ରାମକୁ ଯିବା ପାଇଁ ହେଲେ କାଶୀପୁର ରୁ ବାଇଶି କିଲୋମିଟର ଶିକର ପାଇ ରାସ୍ତାରେ ଆସିଲେ ଜେରକା ନିକଟରେ ଏକ ପାଦ ଚଲା ବାଟ ଦେଇ ଏକ ନାଳ ପାର ହେଲେ ଆସେ ପଣସ ଗୁଡା ଗ୍ରାମ। ବର୍ଷାଋତୁରେ ଆସିଲେ ଜାତାୟତ ବହୁଅସୁବିଧା ରେ ସମ୍ମୁଖୀନ ହେବାକୁ ପଡେ । ଏକ ପ୍ରକାର ଜଳ ବନ୍ଦିର ଜୀବନ ବିତାଇବାକୁ ହୁଏ। ଏପରିକି ଅତି ଆବଶ୍ୟକୀୟ ଜିନିଷ ମିଳିବା କଷ୍ଟକର ହେଉଥିବା ବେଳେ ରୋଗରେ ପୀଡ଼ିତ ହେଲେ  ଆମ୍ବୁଲାନ୍ସ ଆସିବାକୁ ରାସ୍ତା ନଥିବାରୁ ପ୍ରସୂତି ଗର୍ଭବତୀ ମାନଙ୍କ ପାଇଁ ଖଟିଆ ଏକ୍ସସ୍ପ୍ରେସ ହିଁ ଏକ ମାତ୍ର ସହାରା ହୁଏ। ଜିଲ୍ଲା ତଥା ବ୍ଲକ ପ୍ରଶାସନକୁ ବାରମ୍ବାର ଜଣାଇଲେ ସୁଦ୍ଧା କର୍ଣ୍ଣ ପାତ ନ କରିବାରୁ ଏଭଳି ଉଦ୍ୟମ କରି ଛନ୍ତି ଗ୍ରାମବାସୀ। ଏହି କାଠ ପୋଲ ନିର୍ମାଣ କରିବାରେ ପୁସ ଘାଟି ର ଶ୍ୟାମଧର ମାଝୀ, ନାଥ ମାଝୀ, ସନା ମାଝୀ, ଆଇନା ମାଝୀ, ପଣସ ଗୁଡାର ଧନ ମାଝୀ, ପାତି ମାଝୀ, କଣ୍ଡା କୁରା ର ନୀଳକଣ୍ଠ କାଡ୍ରାକା, ଦେଉଳ ବାଡିର ନୀଳକଣ୍ଠ କାଡ୍ରାକା ଓ ଗ୍ରାମବାସୀଙ୍କ ପ୍ରୟାସରେ ଏକ ସୁନ୍ଦର କାଠ ପୋଲ ନିର୍ମାଣ କରାଯାଇଛି।  ସରକାର ଏଠାରେ ଏକ ମିନି ପୋଲ କଲେ ପଣସ ଗୁଡା, ପୁସ ଘାଟି, ଟେକ୍ସି ,  କାଡ୍ରାମୁଇ ଗ୍ରାମକୁ ଯୋଗଯୋଗ ହୋଇ ପାରିବ ବୋଲି ଗ୍ରାମବାସୀ ଓ ଧନ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ବିକାଶ ଉପରେ ଜୋର ଦେଉଥିବା କୁହାଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନର  ଦୃଷ୍ଟି ଆଢୁଆଳରେ ଏଭଳି ଗ୍ରାମ ମାନ ରହୁଛି କାହିଁକି ତାହା ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି। ଏ ନେଇ ଗୋଡିବାଲି ସରପଞ୍ଚ ଲଚିନ୍ଦ୍ର ମାଝୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଚଳିତ ବର୍ଷ କାର୍ଯ୍ୟ ଖସଡାରେ ସାମିଲ କରି ଏକ ମିନି ପୋଲ ର ବ୍ୟବସ୍ଥା ପାଇଁ ଜିଲ୍ଲାକୁ ପଠାଯିବ ବୋଲି କହିଛନ୍ତି। ଏଭଳି କାଶୀପୁର ବ୍ଲକ ବିଡ଼ିଓ ଗୌର ଚନ୍ଦ୍ର ପଟନାୟକ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ପ୍ରତିକ୍ରିୟା ମିଳି ପାରି ନ ଥିଲା।

0
0
0
s2sdefault