ହେଡଲାଇନସ୍:

କୋମନା ଅଞ୍ଚଳରେ ଝିପିଝିପି ବର୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମନା/ଭାଗିରଥି ଭୋଇ - ନୂଆପଡା ଜିଲା କୋମନା ବ୍ଲକରେ ଝିପିଝିପି ବର୍ଷା ଲାଗିରହିଛି । କିଛି ଦିନ ହେଲା ପାଗ ମେଘୁଆ ରହିଥିଲା । ବର୍ଷା ହେବା ଫଳରେ ଏବେ ହରଡ ଚାଷୀ ଚିନ୍ତାରେ । ହରଡ( ଲେହେର୍) ଡାଳି ଜାତୀୟ ଶସ୍ୟ ହୋଇଥିବାରୁ ଏହାର ବଜାର ଚାହିଦା ବେଶି ରହିଛି । ଏଥିରୁ ବେଶ ଦୁଇ ପଇସା ଲାଭ କରିଥାଏ ଚାଷୀ । କିନ୍ତୁ ଏଥର ବର୍ଷା ହେବା ଫଳରେ ଚାଷ ଉଜୁଡିଯିବାର ସମ୍ଭାବନା ଅଛି । ଏଥର ଏହି ବ୍ଲକରେ ଧାନ ଚାଷ ମଧ୍ୟ ଠିକ ଭାବରେ ହୋଇପାରି ନାହିଁ । ଯଦି ଅଧିକ ବର୍ଷା ହୁଏ ତେହେଲେ ଚାଷୀର ବେଶି କ୍ଷତି ହେବାର ସମ୍ଭାବନା ଅଛି । ସେଆଡେ ପାଣିପାଗ ବିଭାଗର ସୂଚନା ରହିଛି ଆସନ୍ତା ୧ ତାରିଖ ଯାଏଁ ଏଭଳି ପାଗ ଲାଗି ରହିବ ।

0
0
0
s2sdefault