ହେଡଲାଇନସ୍:

ହିଲଟପ ସ୍ନାତକ ମହାବିଦ୍ୟାଳୟର ସ୍ୱତନ୍ତ୍ର ସେବା ଶିିବିର ଉଦଯାପନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲଟପ ସ୍ନାତକ ମହାବିଦ୍ୟାଳୟର ବାଳିକା ଓ ବାଳକ ବିଭାଗ ପକ୍ଷରୁ ୪୬ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୭ଦିନ ଧରି ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସେବା ଶିବିରର ଉଦଯାପନୀ ହୋଇଯାଇଛି।
ଏହି ସ୍ୱତନ୍ତ୍ର ଶିବିରରେ ଛାତ୍ରଛାତ୍ରୀ ମାନେ ଭୋଟର ସଚେତନତା , କରୋନା ସମ୍ବନ୍ଧୀୟ ସଚେତନତା , ଓମିକ୍ରନର ଭୟାବହତା , ସ୍ୱଚ୍ଛ ଭାରତ ଅଭିଯାନ ଆଦି ଜନ ସଚେତନତା ମୂଳକ କାର୍ଯ୍ୟକ୍ରମ ମୋହନା ପଞ୍ଚାୟତରେ କରିବା ସହ , ଶିବ ମନ୍ଦିର , ଚର୍ଚ୍ଚ, ବ୍ଲକ ଅଫିସ , ଥାନା , ତହସିଲ , ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଓ ସିଡିପିଓ ଅଫିସ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ସଭାପତିତ୍ତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ ମଧୂସୁଦନ ପାଢୀ ଓ ମୁଖ୍ୟବକ୍ତା ଭାବେ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀ ଯୋଗ ଦେଇଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବାଳକ ବିଭାଗର ଯୋଜନା ଅଧିକାରୀ ଅଧ୍ୟାପକ ସନ୍ତୋଷ କୁମାର ନନ୍ଦ ଓ ବାଳିକା ବିଭାଗର ଯୋଜନା ଅଧିକାରିଣୀ ଅଧ୍ୟାପିକା ରୀତା କୁମାରୀ ଶତପଥୀ।

0
0
0
s2sdefault