ହେଡଲାଇନସ୍:

ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ୯୬ ବର୍ଷୀୟ ବୟୋଜ୍ୟେଷ୍ଠ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: କୋଭିଡର ନୂଆ ଭାରିଆଂଟ ଓମିକ୍ରନ୍ ସଂକ୍ରମଣର ଭୟ ଏବଂ ତୃତୀୟ ଲହରର ଆଶଙ୍କା ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍ରୁ ଆସିଛି ଆସ୍ୱସ୍ତିକର ଖବର । କୋଭିଡ ସଂକ୍ରମିତ ୯୬ ବର୍ଷୀୟ ଜଣେ ବୃଦ୍ଧ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଭୁବନେଶ୍ୱର ଉପକଣ୍ଠ ଡୁମ୍ଡୁମା ଅଂଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି ଗଦାଧର ଦାସ କରୋନା ସଂକ୍ରମିତ ହେବା ପରେ ସମ୍ କୋଭିଡ୍ ହସ୍ପିଟାଲ୍ରେ ଗତ ଡିସେମ୍ବର ୨୦ ତାରିଖରେ ଭର୍ତି ହୋଇଥିଲେ । ହସ୍ପିଟାଲରେ ଭର୍ତି ହେବା ସମୟରେ ତାଙ୍କୁ ଜ୍ୱର, ଛାତିରେ କଫ ଜମିବା ସହ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା । ତାଙ୍କୁ ସୁସ୍ଥ କରିବା ନିମନ୍ତେ ଆଇସିୟୁରେ ରଖାଯାଇ ଅକ୍ସିଜେନ୍ ମଧ୍ୟ ଦିଆଯାଇଥିଲା । ଦୀର୍ଘ ୯ ଦିନ ଧରି ସମ୍ କୋଭିଡ୍ ହସ୍ପିଟାଲ୍ର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ତାଙ୍କର ଉତମ ଚିକିତ୍ସା, ସେବା, ଯତ୍ନ କରିବା ଫଳରେ ସେ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି ।
ତାଙ୍କ ପୁଅ ଧର୍ମାନନ୍ଦ ଦାସ ମଧ୍ୟ କୋଭିଡ୍ ସଂକ୍ରମିତ ହୋଇ ସମ୍ କୋଭିଡ୍ରେ ଭର୍ତି ହୋଇଥିଲେ । ବାପା ପୁଅ ଉଭୟ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ବୃଦ୍ଧ ବାପା କୋଭିଡ୍ରୁ ସୁସ୍ଥ ହୋଇ ଘରକୁ ଫେରିବା ପରେସମ୍ କୋଭିଡ୍ ହସ୍ପିଟାଲ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ପୁଅ ଧର୍ମାନନ୍ଦ ।
କେବଳ ଗଦାଧର ନୁହଁନ୍ତି କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ଅନେକ ବୟୋଜ୍ୟେଷ୍ଠ କୋଭିଡ୍ ସଂକ୍ରମିତ ହୋଇ ସମ୍ କୋଭିଡରେ ଭର୍ତି ହୋଇଥିବା ବେଳେ ସମ୍ କୋଭିଡ୍ ଯୋଦ୍ଧାଙ୍କ ଚିକିତ୍ସା, ସେବା ଶୁଶୃଷା ଓ ଆପ୍ରାଣ ଉଦ୍ୟମ ଯୋଗୁଁ ବହୁ ସଂଖ୍ୟାରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

0
0
0
s2sdefault