ହେଡଲାଇନସ୍:

ତୁକୁଲାରେ ବୃଦ୍ଧି ପାଉଛି ସଟ୍ଟା କାରବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ଖଡିଆଳ ବ୍ଳକର ତୁକଲା ହେଉଛି ନୂଆପଡା ଜିଲ୍ଲାର ବୃହତ୍ତମ ଗ୍ରାମ । ଏହା ଏକ ଛୋଟ ସହର ଓ ସ୍ୱାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ବୟବସାୟ ପାଇଁ ଶତାଧିକ ଗ୍ରାମର ଲୋକେ ଏହା ଉପରେ ନିର୍ଭର କରନ୍ତି । ଏହାର ସୁଯୋଗ ନେଉଛନ୍ତି କିଛି ଅସାମାଜିକ ବ୍ୟକ୍ତି । ତୁକଲା ରେ ବୃଦ୍ଧି ପାଉଛି ସଟ୍ଟା କାରବାର । ସଟ୍ଟା ଗଦି ଖୋଲି ଦୁଇ ତିନି ଜଣ ବ୍ୟକ୍ତି କୋଟିପତି ହେଉଥିବା ବେଳେ ଖେଲୁଥିବା ଲୋକେ ହାତ ଖାଲି କରି ଦେଉଛନ୍ତି । ସରକାରୀ ଚାକିରିଆ ସମେତ କଲେଜ ଛାତ୍ରଛାତ୍ରୀ ମଧ୍ୟ ସଟ୍ଟା ଖେଳୁଛନ୍ତି । ତୁକଲା ଓଡିଶାର ଏକ ପ୍ରସିଦ୍ଧ ଗ୍ରାମ ଓ ଶିକ୍ଷକଙ୍କ ଗାଁ ଭାବରେ ପରିଚୟ ହାସଲ କରିଛି । ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ମଣିଷ କରି ଗଢନ୍ତି ସେମାନେ କିନ୍ତୁ କିଛି ଲୋକଙ୍କ ପାଇଁ ଗାଁ ର ଭାବମୂର୍ତ୍ତିରେ ଆଞ୍ଚ ଆସୁଛି । ପୁଲିସ ସବୁ ଜାଣି ମଧ୍ୟ ଚୁପ ରହୁଛୁି । ଲୋକଙ୍କ ଅଭିଯୋଗ ହେଉଛି ପୁଲିସ ଓ ସଟ୍ଟା ଗଦି ମାଲିକଙ୍କ ଭିତରି ବୁଜାମଣା ହେତୁ ଏହା ବନ୍ଦ ହୋଇ ପାରୁନି । ଖାଲି ତୁକଲା ନୁହଁ ଖଡିଆଳ ବ୍ଲକର ସବୁଠି ଏବେ ସଟ୍ଟା କାରବାର ବୃଦ୍ଧି ପାଉଛି । ପୁଲିସର ଛାତ୍ରଛାୟା ତଳେ ନିର୍ଭୟରେ କାୟା ବିସ୍ତାର କରୁଛନ୍ତି ସଟ୍ଟା ମାଲିକ । ଅତିଶୀଘ୍ର ଏହା ଉପରେ ରୋକ ନ ଲଗାଇଲେ ଅନେକ ଲୋକ ତଳିତଳାନ୍ତ ହେବା ସହ ଖଡିଆଳ ପୁଲିସର ପାରିବାପଣିଆ ଉପରେ ଆଙ୍ଗୁଳି ଉଠିବା ନିଶ୍ଚିତ ।

0
0
0
s2sdefault