ହେଡଲାଇନସ୍:

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଓଷ୍ଟା ନେତୃବୃନ୍ଦଙ୍କ ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲାର ମାଧ୍ୟମିକ ସ୍କୁଲ୍ ଗୁଡିକରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଟା) ନେତୃତ୍ୱମାନଙ୍କ ସହିତ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟମାନଙ୍କର ବିଭିନ୍ନ ସମସ୍ୟା ସହିତ ଶିକ୍ଷକମାନଙ୍କର ଥିବା ସମସ୍ୟା ସମ୍ପର୍କରେ ଏଥିରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା ।
ସରକାରୀ ବିଦ୍ୟାଳୟମାନଙ୍କରୁ ଅବସର ନେଉଥିବା ଶିକ୍ଷକମାନଙ୍କର ଅବସରକାଳୀନ ସୁବିଧା ଠିକ୍ ସମୟରେ ପ୍ରଦାନ କରିବା, ଜି.ପି.ଏଫ୍.କୁ ଠିକ୍ ସମୟରେ ମଞ୍ଜୁର କରିବା, ଆୟକର ବାବଦରେ କଟିଥିବା ଅର୍ଥକୁ ଆୟକର ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଠିକ୍ ସମୟରେ ଜମା କରିବା, ଜିଲ୍ଲାରେ ପୂର୍ବ ପରି ପ୍ରଚଳିତ ପେନ୍ସନ୍ମେଳାକୁ ପୁନଃ ପ୍ରଚଳନ କରିବା, ଏମ୍.ଏ.ସି.ପି. ମଞ୍ଜୁର କରିବା ଏବଂ ଅତିଥି ଶିକ୍ଷକଙ୍କର ଦରମା ଠିକ୍ ସମୟରେ ପ୍ରଦାନ କରିବା ଆଦି ସମସ୍ୟାର ଆଶୁ ସମାଧାନ ପାଇଁ ସଂଗଠନ ତରଫରୁ ଦୃଢ ଦାବୀ ଉପସ୍ଥାପନ କରାଯାଇଥିଲା । ସେହିପରି ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକର ଇସର୍ଭିସ୍ ବୁକ୍ ତୁରନ୍ତ ପ୍ରଦଳନ କରିବା, ନବଗଠିତ ପରିଚାଳନା କମିଟିକୁ ଠିକ୍ ସମୟରେ ଅନୁମୋଦନ କରିବା, ଯୋଗ୍ୟ ପ୍ରାର୍ଥୀଙ୍କ ଉଚ୍ଚତର ହାରରେ ଦରମା ମଞ୍ଜୁର କରିବା ଏବଂ ବାର୍ଷିକ ଇନ୍କ୍ରିମେଂଟକୁ ଠିକ୍ ସମୟରେ ଅନୁମୋଦନ କରିବା ଆଦି ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି ବିଦ୍ୟାଳୟରେ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଏହି କାର୍ଯ୍ୟାଳୟରେ ଅଣଶିକ୍ଷକଙ୍କ ପାଇଁ ଉଦ୍ଧିଷ୍ଟ କାମରେ ଶିକ୍ଷକଙ୍କୁ ନିୟୋଜିତ ନକରିବା ପାଇଁ ସଂଗଠନ ତରଫରୁ ଦୃଢ ଦାବୀ କରାଯାଇଥିଲା । ଉକ୍ତ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଓଷ୍ଟାର ବରିଷ୍ଠ ନେତୃବୃନ୍ଦ, ରାଜ୍ୟ ସଂପାଦକ ଶ୍ରୀ ଭରତ ଚନ୍ଦ୍ର ବରାଳ, ଶିକ୍ଷା ପ୍ରଦୀପ ଯୁଗ୍ମ-ସମ୍ପାଦକ ଶ୍ରୀ ଜ୍ଞାନରଂଜନ ପାଣିଗ୍ରାହୀ, ସଂଘର ଜିଲ୍ଲା ସଭାପତି ମନୋରଂଜନ ରାଉତ (ମୟୂରଭଞ୍ଜ-୨), ଜିଲ୍ଲା ସମ୍ପାଦକ ଶ୍ରୀ ଚିତ୍ତ ରଂଜନ ପଳତା ଓ ଶ୍ରୀ ଦୁର୍ୟୋଧନ  ବେହେରା (ମୟୂରଭଞ୍ଜ-୨) ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁବଳ ଦାସମହାପାତ୍ର ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟାଳୟର ମୁଖ୍ୟ ସହାୟକ ଶ୍ରୀ ସୁଦୀପ୍ତ କୁମାର ମୌଲିକଙ୍କ ଉପସ୍ଥିତିରେ ସମସ୍ତ ବିଷୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମାସ୍ୟାଗୁଡିକର ଉଚିତ୍ ସମାଧାନ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନବକିଶୋର ଗିରି ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

0
0
0
s2sdefault